ETV Bharat / sports

ଆଇପିଏଲ: KKR ପ୍ଲେ-ଅଫ୍ ବାଟ ଓଗାଳିବାକୁ RR ତୟାର - Kolkata

ଆଇପିଏଲ୍‌ ଲଢେଇରେ କୋଲକାତା ନାଇଟ୍‌ ରାଇଡର୍ସ ରାଜସ୍ଥାନ ରୟାଲ୍ସକୁ ଭେଟିବ । କଲିକତାର ଇର୍ଡେନ ଗାର୍ଡେନ୍‌ ଷ୍ଟାଡିୟମରେ ଏହି ମ୍ୟାଚ୍‌ ଖେଳାଯିବ ।

ଫାଇଲ ଫଟୋ
author img

By

Published : Apr 25, 2019, 6:15 PM IST

କଲିକତା: ଆଇପିଏଲ୍‌ ଲଢେଇରେ ଆଜି (ଗୁରୁବାର) କୋଲକାତା ନାଇଟ୍‌ ରାଇଡର୍ସ ରାଜସ୍ଥାନ ରୟାଲ୍ସକୁ ଭେଟିବ । କଲିକତାର ଇର୍ଡେନ ଗାର୍ଡେନ୍‌ ଷ୍ଟାଡିୟମରେ ଏହି ମ୍ୟାଚ୍‌ ଖେଳାଯିବ । ଏକଦା ପ୍ରଥମ 5ଟି ମ୍ୟାଚ୍‌ରୁ ଚାରୋଟି ଜିତି ନାଇଟ୍‌ ରାଇଡର୍ସ ଆଇପିଏଲ୍‌ ଆରମ୍ଭରୁ ପ୍ରଭାବୀ ପ୍ରଦର୍ଶନ କରିଥିଲା । କିନ୍ତୁ ପରବର୍ତ୍ତୀ 5ଟି ମ୍ୟାଚ୍‌ରେ ଦଳକୁ ପରାଜୟର ସାମ୍ନା କରିବାକୁ ପଡିଛି । 10ଟି ମ୍ୟାଚ୍‌ରୁ ମୋଟ 8ପଏଣ୍ଟ ସହ, ଦଳ ପଏଣ୍ଟ ଟେବୁଲ୍‌ର ଷଷ୍ଠ ସ୍ଥାନରେ ରହିଛି ।

ଦଳ ପରାଜୟର ମୁଖ୍ୟ କାରଣ ପାଲଟିଛି ଦୁର୍ବଳ ବୋଲିଂ । ଆଜିର ମ୍ୟାଚକୁ ଜିତି ଦଳ ବିଜୟ ଧାରାକୁ ଫେରିବାକୁ ଲକ୍ଷ୍ୟ ରଖିଛି । ଦଳ ଅଧିନାୟକ ଦିନେଶ କାର୍ତ୍ତିକ, ରବିନ୍‌ ଉତ୍ଥାପା, ଆନ୍ଦ୍ରେ ରସେଲଙ୍କ ଉପରେ ବିଶେଷ କରି ଦଳର ବ୍ୟାଟିଂ ଭାର ନ୍ୟସ୍ତ। ରସେଲ୍‌ ଏକାକି କୋଲକାତା ନାଇଟ୍‌ ରାଇଡର୍ସକୁ ମ୍ୟାଚ୍‌ ଜିତାଇବାର କ୍ଷମତା ରଖିଛନ୍ତି । ସେ ଖେଳିଥିବା 9ଟି ଇନିଂସ୍‌ ମଧ୍ୟରୁ ରେକର୍ଡ 217.78 ଷ୍ଟ୍ରାଇକ୍‌ରେଟ୍‌ ରେ 392 ରନ୍‌ କରିସାରିଛନ୍ତି ।

ଅନ୍ୟପଟେ ରାଜସ୍ଥାନ ଦଳ 6ପଏଣ୍ଟ ସହ ପଏଣ୍ଟ ଟେବୁଲ୍‌ର ଶେଷରେ ରହିଛି । ଫଳରେ ଦଳର ପ୍ଲେ-ଅଫ୍‌ ପର୍ଯ୍ୟାୟକୁ ଯିବା ଆଶା ମଉଳି ଯାଇଛି। ଦିଲ୍ଲୀ ବିପକ୍ଷ ପୂର୍ବ ମ୍ୟାଚ୍‌ରେ ଅଜିଙ୍କ୍ୟ ରାହେଣେ ଶତକ ହାସଲ କରିଥିଲେ । ଷ୍ଟିଭ୍‌ ସ୍ମିଥ୍‌ ମଧ୍ୟ ପୂର୍ବ 2ଟି ମ୍ୟାଚ୍‌ରେ ଅର୍ଧଶତକ ହାସଲ କରି ଫର୍ମକୁ ଫେରିଛନ୍ତି ।

Intro:Body:Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.