ETV Bharat / sports

‘ଆଇପିଏଲ ଫର୍ମ ନିର୍ଦ୍ଧାରଣ କରିବନି କୋହଲିଙ୍କ ଯୋଗ୍ୟତା’

author img

By

Published : Apr 9, 2019, 10:42 PM IST

ଆଇପିଏଲ ପୂର୍ବରୁ ଭାରତ କୋହଲିଙ୍କ ଅଧିନାୟକତ୍ବରେ 2ଟି ଟି-20 ଏବଂ 3ଟି ଦିନିକିଆରେ ପରାସ୍ତ ହୋଇଥିଲା। ଏବେ ଆଇପିଏଲରେ ଲଗାତାର 6ଟି ମ୍ୟାଚ ହାରିବା ପରେ ବିରାଟଙ୍କୁ ସମସ୍ତେ ଟାର୍ଗେଟ କରିଛନ୍ତି । ଏହାସହ କୋହଲିଙ୍କ ଫର୍ମ ମଧ୍ୟ ସେତେ ଆଖିଦୃଶିଆ ନାହିଁ।

ଫାଇଲ ଫଟୋ

ବେଙ୍ଗାଲୁରୁ: ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି)ର ପ୍ଲେ-ଅଫ୍‌ ଖେଳିବାର ଆଶା ଧିରେ ଧିରେ ମଉଳିବାରେ ଲାଗିଛି। କ୍ରମାଗତ ଭାବେ 6ଟି ମ୍ୟାଚ ହାରିବା ପରେ ଏହି ଟିମ୍‌ର ପ୍ରଦର୍ଶନକୁ ସମସ୍ତେ ସମାଲୋଚନା କରିଛନ୍ତି। ଏହାସହ କୋହଲିଙ୍କ ଅଧିନାୟକତ୍ବ ଉପରେ ମଧ୍ୟ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ। ତେବେ ଏହି ସମୟରେ କୋହଲିଙ୍କ ପ୍ରତି ସମର୍ଥନ ବ୍ୟକ୍ତ କରିଛନ୍ତି ପୂର୍ବତନ ଭାରତୀୟ ଅଧିନାୟକ ଦିଲ୍ଲୀପ ଭେଙ୍ଗସରକାର।

ଆଇପିଏଲ ପୂର୍ବରୁ ଭାରତ କୋହଲିଙ୍କ ଅଧିନାୟତ୍ବରେ 2ଟି ଟି-20 ଏବଂ 3ଟି ଦିନିକିଆରେ ପରାସ୍ତ ହୋଇଥିଲା। ଏବେ ଆଇପିଏଲରେ ଲଗାତାର 6ଟି ମ୍ୟାଚ ହାରିବା ପରେ ବିରାଟଙ୍କୁ ସମସ୍ତେ ଟାର୍ଗେଟ କରିଛନ୍ତି । ଏହାସହ କୋହଲିଙ୍କ ଫର୍ମ ମଧ୍ୟ ସେତେ ଆଖିଦୃଶିଆ ନାହିଁ । ଆଗକୁ ବିଶ୍ବକପ୍‌ ଆସୁଥିବାବେଳେ କୋହଲିଙ୍କ ଏପରି ପ୍ରଦର୍ଶନ ନେଇ ସମସ୍ତେ ତାଙ୍କୁ ସମାଲୋଚନା କରିଛନ୍ତି।

ତେବେ ଭେଙ୍ଗସରକାର କହିଛନ୍ତି, ଆଇପିଏଲ ଫର୍ମ କୋହଲିଙ୍କ ଯୋଗ୍ୟତା ନିର୍ଦ୍ଧାରଣ କରିବ ନାହିଁ। କେବଳ କୋହଲି କାହିଁକି, କୌଣସି ଖେଳାଳିଙ୍କୁ ପରଖିବା ପାଇଁ ଆଇପିଏଲ ସଠିକ୍‌ ପ୍ଲାଟଫର୍ମ ନୁହେଁ। ବିରାଟ ସର୍ବକାଳୀନ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନଙ୍କ ଭିତରୁ ଅନ୍ୟତମ । ଉଭୟ ଟେଷ୍ଟ ଓ ଦିନିକିଆରେ ସେ ଉତ୍ତମ ପ୍ରଦର୍ଶନ କରିଛନ୍ତି । ସେ ଜଣେ ଚତ୍ମକାର ଖେଳାଳି । ଅଧିନାୟକ ହିସାବରେ ସେ ଶିକ୍ଷା ଲାଭ କରୁଛନ୍ତି । ଯଦି ତାଙ୍କୁ ଥରେ ସୁଯୋଗ ମିଳୁଛି ତେବେ ତାଙ୍କୁ ଶତପ୍ରତିଶତ ଭାବେ ସମର୍ଥନ ଦେବା ଆବଶ୍ୟକ ବୋଲି ସେ କହିଛନ୍ତି ।

ଏହାସହ ବିଶ୍ବକପରେ ଭାରତର ସୁଯୋଗ ଭଲ ରହିଛି ବୋଲି ସେ କହିଛନ୍ତି । ଟିମ ଇଣ୍ଡିଆର ବ୍ୟାଟ୍ସମ୍ୟାନ ଭଲ ଫର୍ମରେ ଅଛନ୍ତି । ବୋଲର ଆଗ ଅପେକ୍ଷା ଚତ୍ମକାର ପ୍ରଦର୍ଶନ କରୁଛନ୍ତି । ବିଶେଷ କରି ଡେଥ୍‌ ଓଭର ବୋଲିଂରେ ଆଗ ଅପେକ୍ଷା ଭାରତୀୟ ବୋଲର ଅନେକ ଉନ୍ନତି କରିଛନ୍ତି । ଅଲରାଉଣ୍ଡରେ ଦଳ ଭରପୂର ଅଛି । ସେମିଫାଇନାଲ ପର୍ଯ୍ୟନ୍ତ ଯିବା ପାଇଁ ବର୍ତ୍ତମାନର ଭାରତୀୟ ଦଳ ପାଖରେ ଦକ୍ଷତା ଅଛି ବୋଲି ଭେଙ୍ଗସରକାର କହିଛନ୍ତି ।

Intro:Body:

ବିଶ୍ବକପ ଟିମ ଘୋଷଣା କଲା ନ୍ୟୁଜିଲାଣ୍ଡ

ଓ୍ବେଲିଂଟନ: ଇଂଲଣ୍ଡ ଓ ୱେଲସରେ ଆସନ୍ତା 30ରୁ ଆରମ୍ଭ ହେବାକୁ ଯାଉଛି ବିଶ୍ବକପ । ଏଥିଲାଗି ବୁଧବାର ନ୍ୟୁଜିଲାଣ୍ଡ କ୍ରିକେଟ ବୋର୍ଡ ତାର ୧୫ ଜଣିଆ ଦଳ ଘୋଷଣା କରିଛି । ଦଳରେ ବ୍ୟାକଅପ ୱିକେଟ କିପର ଭାବେ ଟମ ବ୍ଲୁଣ୍ଡେଲଙ୍କୁ ସାମିଲ କରାଯାଇଛି ।

ତେବେ 6ଥର ସେମିଫାଇନାଲ ଖେଳିଥିବା ଓ ଶେଷଥର ଫାଇନାଲରେ ହାରିଥିବା ନ୍ୟୁଜିଲାଣ୍ଡ ଦଳ ଆଗାମୀ ବିଶ୍ୱକପ୍‌ ଜିତିବାକୁ ଲକ୍ଷ୍ୟ ରଖିଛି । ଅନ୍ୟପଟେ ବ୍ଲାକ କ୍ୟାପ ଦଳ ଦିନିକିଆ ମାନ୍ୟତାର ୩ୟ ସ୍ଥାନରେ ରହିଛି । ମାନ୍ୟତାର ପ୍ରଥମରେ ଇଂଲଣ୍ଡ ଓ 3ୟ ସ୍ଥାନରେ ଭାରତ ରହିଛି ।

ଟମ ଲଥାମଙ୍କ ସମେତ ବ୍ଲୁଣ୍ଡେଲଙ୍କୁ ୱିକେଟ କିପର ଭାବେ ଦଳରେ ସାମିଲ କରାଯାଇଛି । ମୁଖ୍ୟ ସ୍ପିନର ଭାବେ ମିଚେଲ ସାଣ୍ଟନର ଦଳରେ ସ୍ଥାନ ପାଇଥିବାବେଳେ ତାଙ୍କ ସହିତ ରହିଛନ୍ତି ଇଶ ସୋଧି । ସେହିପରି ଅଲରାଉଣ୍ଡ ଭାବେ ଜିମି ନିଶାମ ଓ କଲିନ ଡେ ଗ୍ରାଣ୍ଡହୋମ ଦଳରେ ସ୍ଥାନ ପାଇଛନ୍ତି । ଟିମ ସାଉଦି, ଟ୍ରେଣ୍ଟ ବୋଲ୍ଟ ଓ ଲୋକି ଫରଗ୍ୟୁସନ ଦଳରେ ପେସ ଆଟାକ ଭାବେ ସ୍ଥାନ ପାଇଛନ୍ତି ।

ନ୍ୟୁଜିଲାଣ୍ଡ ଦଳ: କେନ ଓ୍ବିଲିୟମସନ (ଅଧିନାୟକ), ଟମ ବ୍ଲୁଣ୍ଡେଲ, ଟମ୍‌ ଲଥାମ, (ୱିକେଟକିପର), ଟ୍ରେଣ୍ଟ ବୋଲ୍ଟ, କଲିନ ଡେ ଗ୍ରାଣ୍ଡହୋମ, ଲୋକି ଫର୍ଗୁସନ, କଲିନ ମୁନ୍‌ରୋ, ମାର୍ଟିନ ଗୁପଟିଲ, ମ୍ୟାଟ ହେନ୍‌ରୀ, ଜିମି ନିଶାମ, ହେନରୀ ନିକୋଲସ, ମିଚେଲ ସାଣ୍ଟନର, ଇଶ ସୋଧି, ଟିମ୍‌ ସୌଦି ଓ ରସ ଟେଲର ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.