ETV Bharat / sports

ଧୋନିଙ୍କ ବ୍ୟାଟିଂରେ ଭୟଭୀତ ବିରାଟ !

ଗତକାଲି (ରବିବାର) ଆରସିବି ଏବଂ ଚେନ୍ନାଇ ମଧ୍ୟରେ ଅନୁଷ୍ଠିତ ହୋଇଥିବା ମ୍ୟାଚରେ ଚେନ୍ନାଇକୁ ଗୋଟିଏ ରନ୍‌ରେ ମାତ୍ ଦେଇଛି ଆରସିବି । ତେବେ ଏହି ମ୍ୟାଚ ପରେ ମୁହଁ ଖୋଲିଛନ୍ତି ବାଙ୍ଗାଲୋର ଅଧିନାୟକ ବିରାଟ ।

ଫାଇଲ ଫଟୋ
author img

By

Published : Apr 22, 2019, 8:27 PM IST

Updated : Apr 22, 2019, 8:49 PM IST

ହାଇଦ୍ରାବାଦ୍: ଅସମ୍ଭବକୁ ସମ୍ଭବ କରିବା ଧୋନିଙ୍କ ପାଇଁ କିଛି ନୂଆ କଥା ନୁହେଁ । ଆଉ ଏହା ସ୍ବୀକାର କରିଛନ୍ତି ଭାରତୀୟ ଅଧିନାୟକ ବିରାଟ କୋହଲି । ଗତକାଲି (ରବିବାର) ଆରସିବି ଏବଂ ଚେନ୍ନାଇ ମଧ୍ୟରେ ଅନୁଷ୍ଠିତ ହୋଇଥିବା ମ୍ୟାଚରେ ଚେନ୍ନାଇକୁ ଗୋଟିଏ ରନ୍‌ରେ ମାତ୍ ଦେଇଛି ଆରସିବି । ତେବେ ଏହି ମ୍ୟାଚ ପରେ ମୁହଁ ଖୋଲିଛନ୍ତି ବେଙ୍ଗାଲୁରୁ ଅଧିନାୟକ ବିରାଟ ।

ବିରାଟ ଏହି ମ୍ୟାଚ ପରେ ସ୍ବୀକାର କରିଛନ୍ତି ଯେ, ଧୋନୀଙ୍କ ଧୁଆଁଧାର ବ୍ୟାଟିଙ୍ଗ୍ ଦେଖି ସେ ଡରି ଯାଇଥିଲେ । ତେବେ ରବିବାର ହୋଇଥିବା ଏହି ମ୍ୟାଚରେ ଧୋନୀ 48 ବଲ୍‌ରେ 84 ରନ୍‌ର ପାରି ଖେଳିଥିଲେ । ଶେଷ ଓଭରରେ ଜିତିବା ପାଇଁ ଜି ଜାନ୍ ଲଗାଇ ଦେଇଥିଲେ ମାହି । ମାତ୍ର ଶେଷ ବଲ୍‌ରେ ଶାର୍ଦ୍ଦୁଲ ଠାକୁର ରନ୍‌ ଆଉଟ ହେବାପରେ ଟିମ୍ ଏକ ରନ୍‌ରେ ହାରିଥିଲା ।

ତେବେ ବିଜୟ ପରେ ବିରାଟ କହିଥିଲେ, 'ଏତେ କମ୍ ଅନ୍ତରରେ ମ୍ୟାଚ ଜିତି ଖୁବ୍ ଖୁସି ଲାଗୁଛି । ଆମେ ଖୁବ୍ କମ୍ ଅନ୍ତରରେ ମଧ୍ୟ ମ୍ୟାଚ ହାରିଛୁ । ଧୋନି ଏହି ମ୍ୟାଚରେ ତାହା କରି ଦେଖାଇଥିଲେ । ଯେଉଁଥିରେ ସେ ସିଦ୍ଧହସ୍ତ । ସେ ଆମ ସମସ୍ତଙ୍କୁ ଡରାଇ ଦେଇଥିଲେ । ଶେଷ ବଲ୍ ପର୍ଯ୍ୟନ୍ତ ମୋତେ ଲାଗିଥିଲା ଯେ, ଆମେ ହାରିଯିବୁ ।'

Intro:Body:

ssdg

Conclusion:
Last Updated : Apr 22, 2019, 8:49 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.