ETV Bharat / sports

ପ୍ଲେ-ଅଫରେ ପ୍ରଥମ ଟିମ ଚେନ୍ନାଇ, 6 ୱିକେଟରେ ଜିତିଲା ମ୍ୟାଚ - srh

ଲଗାତାର ଦୁଇଟି ପରାଜୟ ପରେ ହାଇଦ୍ରାବାଦ ବିପକ୍ଷ ମ୍ୟାଚକୁ 6 ୱିକେଟରେ ଜିତି ନେଇଛି ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗ୍ସ । ଏଥିସହ ପ୍ରଥମ ଦଳ ଭାବେ ପ୍ଲେ-ଅଫରେ ସ୍ଥାନ ପକ୍କା କରିଛି ଚେନ୍ନାଇ ସୁପର କିଙ୍ଗ୍ସ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Apr 24, 2019, 3:44 AM IST

ଚେନ୍ନାଇ: ଲଗାତାର ଦୁଇଟି ପରାଜୟ ପରେ ହାଇଦ୍ରାବାଦ ବିପକ୍ଷ ମ୍ୟାଚକୁ 6 ୱିକେଟରେ ଜିତି ନେଇଛି ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗ୍ସ । ଏଥିସହ ପ୍ରଥମ ଦଳ ଭାବେ ପ୍ଲେ-ଅଫରେ ସ୍ଥାନ ପକ୍କା କରିଛି ଦଳ । ଅନ୍ୟପଟେ 11 ମ୍ୟାଚରୁ 8ଟି ବିଜୟ ଓ 3ଟି ପରାଜୟ ସହ ପୁଣିଥରେ ପଏଣ୍ଟ ଟେବୁଲର ଶୀର୍ଷରେ ବସିଛି ଚେନ୍ନାଇ ସୁପର କିଙ୍ଗ୍ସ ।

csk, cricket, won, ipl, srh, play off
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ତେବେ ଶେନ ୱାର୍ଟସନଙ୍କ 96 ରନ ଓ ସୁରେଶ ରାଇନାଙ୍କ 38 ରନ ବଳରେ ଚେନ୍ନାଇ ଘରୋଇ ମ୍ୟାଚରେ ବିଜୟ ହାସଲ କରିଛି । ଟସ ଜିତି ବୋଲିଂ ନିଷ୍ପତି ନେଇଥିଲା ଚେନ୍ନାଇ । ପ୍ରଥମେ ବ୍ୟାଟିଂ କରି 3 ୱିକେଟ ବ୍ୟୟରେ 175 ରନ କରିଥିଲା ଅତିଥି ହାଇଦ୍ରାବାଦ । ଘରୋଇ ଦଳ ତରଫରୁ ଅତିଥି ହରଭଜନ ସିଂ ଦୁଇଟି ୱିକେଟ ନେଇଥିବା ବେଳେ ଦୀପକ ଚହର ଗୋଟିଏ ୱିକେଟ ନେଇଥିଲେ ।

ସେହିପରି ବିଜୟ ଲକ୍ଷ୍ୟକୁ ଚେଜ୍‌ କରି ଗୋଟିଏ ବଲ ବାକି ଥାଇ ମ୍ୟାଚ ଉପରେ କବଜ୍ଜା କରିଛି ଘରୋଇ ଦଳ । ଚେନ୍ନାଇର ଓପନିଂ ଯୋଡି ପାଇଁ ଫାଫ୍‌ ଡୁ ପ୍ଲେସିସ୍‌ ଓ ଶେନ ୱାଟସନ ପଡିଆକୁ ଓହ୍ଲାଇଥିଲେ । ମାତ୍ର ଡୁ ପ୍ଲେସିସ୍‌ 1 ରନ କରି ଦୀପକ ହୁଡାଙ୍କ ଦ୍ବାରା ରନ ଆଉଟ ହୋଇ ଯାଇଥିଲେ । ପରେ ରାଇନା ଓ ୱାଟଶନ ପାଳିକୁ ସମ୍ଭାଳି ଥିଲେ । ତେବେ କେଦାର ଯାଦବ ଓ ଡ୍ରାଏନ ବ୍ରାଭୋ ଅପରାଜିତ ରହି ଦଳକୁ ବିଜୟ ଟିକା ପିନ୍ଧାଇଥିଲେ ।

Intro:Body:Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.