ଜୟପୁର: ଜୟପୁରସ୍ଥିତ ସବାଇ ମାନସିଂ ଷ୍ଟାଡିୟମ୍ରେ ଚଳିତ ସିଜନ୍ର 25ତମ ମ୍ୟାଚ୍ ଚେନ୍ନାଇ -ରାଜସ୍ଥାନ ମଧ୍ୟରେ ଆରମ୍ଭ ହୋଇଯାଇଛି । ଚେନ୍ନାଇ ଟସ୍ ଜିତି ରାଜସ୍ଥାନକୁ ପ୍ରଥମେ ବ୍ୟାଟିଙ୍ଗ୍ କରିବାର ସୁଯୋଗ ଦେଇଥିଲା । ରାଜସ୍ଥାନ ଚେନ୍ନାଇ ବିପକ୍ଷରେ ନିର୍ଦ୍ଧାରିତ 20 ଓଭରରେ 7 ଓ୍ବିକେଟ୍ ବିନିମୟରେ 151ରନ୍ କରିଛି ।
ରାଜସ୍ଥାନ ପକ୍ଷରୁ ବେନ୍ ସ୍ଟୋକସ ସର୍ବାଧିକ 28ରନ୍ କରିଛନ୍ତି । ଅପରପକ୍ଷରେ ଚେନ୍ନାଇ ପକ୍ଷରୁ ଦୀପକ ଚହର, ଶାର୍ଦ୍ଦୁଳ ଠାକୁର ଓ ରବିନ୍ଦ୍ର ଜାଡେଜା 2-2 ଓ୍ବିକେଟ୍ ହାସଲ କରିଛନ୍ତି । ମିଶେଲ ସେଣ୍ଟନରଙ୍କୁ ଗୋଟିଏ ସଫଳତା ମିଳିଛି ।
-
Scorecard at the end of that first innings! #WhistlePoduArmy, Back the lions with super whistles for a #Yellove win in the pink city! #WhistlePodu #Yellove #RRvCSK 🦁💛 pic.twitter.com/qZGwDgRwfk
— Chennai Super Kings (@ChennaiIPL) April 11, 2019 " class="align-text-top noRightClick twitterSection" data="
">Scorecard at the end of that first innings! #WhistlePoduArmy, Back the lions with super whistles for a #Yellove win in the pink city! #WhistlePodu #Yellove #RRvCSK 🦁💛 pic.twitter.com/qZGwDgRwfk
— Chennai Super Kings (@ChennaiIPL) April 11, 2019Scorecard at the end of that first innings! #WhistlePoduArmy, Back the lions with super whistles for a #Yellove win in the pink city! #WhistlePodu #Yellove #RRvCSK 🦁💛 pic.twitter.com/qZGwDgRwfk
— Chennai Super Kings (@ChennaiIPL) April 11, 2019
-
💯 wickets for Sir Jadeja 🙌🙌#VIVOIPL pic.twitter.com/2Zap1QEn15
— IndianPremierLeague (@IPL) April 11, 2019 " class="align-text-top noRightClick twitterSection" data="
">💯 wickets for Sir Jadeja 🙌🙌#VIVOIPL pic.twitter.com/2Zap1QEn15
— IndianPremierLeague (@IPL) April 11, 2019💯 wickets for Sir Jadeja 🙌🙌#VIVOIPL pic.twitter.com/2Zap1QEn15
— IndianPremierLeague (@IPL) April 11, 2019
ଗତ 31ମାର୍ଚ୍ଚରେ 2ଦଳ ଏମଏ ଚିଦାମ୍ବରମ ଷ୍ଟାଡିୟମ୍ରେ ଏହି ଆଇପିଏଲ୍ ସଂସ୍କରଣରେ ପ୍ରଥମ ଥର ପାଇଁ ମୁହାଁମୁହିଁ ହୋଇଥିଲେ। ତେବେ ଏହି ମ୍ୟାଚ୍ରେ ଧୋନୀ ସେନା 8ରନ୍ରେ ବିଜୟ ହାସଲ କରିଥିଲା। ବର୍ତ୍ତମାନ ସୁଦ୍ଧା 6ଟି ମ୍ୟାଚ୍ରୁ 5ଟି ମ୍ୟାଚ୍ ଚେନ୍ନାଇ ସୁପରକିଙ୍ଗସ୍ ଜିତିଛି । ସେହିପରି ରାଜସ୍ଥାନ ରୟାଲ୍ସ 5ଟି ମ୍ୟାଚ୍ରୁ କେବଳ ଗୋଟିଏ ମ୍ୟାଚ୍ ଜିତିଛି।
ରାଜସ୍ଥାନର ଘରୋଇ ଗ୍ରାଉଣ୍ଡରେ ଚେନ୍ନାଇ ବିପକ୍ଷରେ ଭଲ ରେକର୍ଡ ରହିଛି। ଏହି ଗ୍ରାଉଣ୍ଡରେ ଏବେ ସୁଦ୍ଧା ଉଭୟ ଦଳ ମଧ୍ୟରେ ମୋଟ୍ 6ଟି ମ୍ୟାଚ୍ ଖେଳାଯାଇଛି । ସେଥିମଧ୍ୟରୁ 4ଟିରେ ରାଜସ୍ଥାନ ବିଜୟ ହାସଲ କରିଥିବାବେଳେ ଚେନ୍ନାଇ ମାତ୍ର 2ଟି ମ୍ୟାଚ୍ ଜିତିଛି ।
ପଏଣ୍ଟ ଟେବୁଲ୍ରେ ପ୍ରଥମ ସ୍ଥାନରେ ଚେନ୍ନାଇ ସୁପରକିଙ୍ଗ୍ସ୍ ଥିବାବେଳେ 7ମ ସ୍ଥାନରେ ରାଜସ୍ଥାନ ରୟାଲ୍ସ ରହିଛି।