ETV Bharat / sports

Intra-Squad T20: ଧାୱନ ଏକାଦଶକୁ ହରାଇଲା ଭୁବନେଶ୍ବର ଏକାଦଶ - ଆନ୍ତଃଦଳ ଟି20

ମନୀଷ ପାଣ୍ଡେ, ସୂର୍ଯ୍ୟକୁମାର ଯାଦବଙ୍କ ଅର୍ଦ୍ଧଶତକ, ଆନ୍ତଃଦଳ ଟି20 ମ୍ୟାଚରେ ଶିଖର ଧାୱନ ଏକାଦଶକୁ ହରାଇଛି ଭୁବନେଶ୍ବର କୁମାର ଏକାଦଶ । ଅଧିକ ପଢନ୍ତୁ...

Intra-Squad  T20: Manish, Surya score half-centuries as Bhuvneshwar XI beat Dhawan XI
Intra-Squad T20: ଧାୱନ ଏକାଦଶକୁ ହରାଇଲା ଭୁବନେଶ୍ବର ଏକାଦଶ
author img

By

Published : Jul 5, 2021, 10:38 PM IST

କଲମ୍ବୋ: ଶ୍ରୀଲଙ୍ଗା ଗସ୍ତରେ ଥିବା ଭାରତୀୟ କ୍ରିକେଟ ଟିମ ଦଳଗତ ଅଭ୍ୟାସ ପରେ ସୋମବାର ଆନ୍ତଃଦଳ ଟି20 ମ୍ୟାଚ ଖେଳିଛି । ଶ୍ରୀଲଙ୍କା ସିରିଜ ପାଇଁ କ୍ୟାପଟେନ ଶିଖର ଧାୱନ ଓ ଭାଇସ କ୍ୟାପଟେନ ଭୁବନେଶ୍ବର କୁମାର ଚୟନ ହୋଇଛନ୍ତି । ସୋମବାର ଖେଳାଯାଇଥିବା ଆନ୍ତଃଦଳ ଟି20 ମ୍ୟାଚରେ ଭୁବନେଶ୍ବର କୁମାର ଏକାଦଶ ଶିଖର ଧାୱନ ଏକାଦଶକୁ ହରାଇଛି ।

ସିନିୟର ବ୍ୟାଟ୍ସମ୍ୟାନ ମନୀଷ ପାଣ୍ଡେ ଶିଖର ଧାୱନ ଏକାଦଶ ପାଇଁ ଅର୍ଦ୍ଧଶତକୀୟ ଇଂନିସ ଖେଳିଥିବାବେଳେ, ସୂର୍ଯ୍ୟକୁମାର ଯାଦବ ଭୁବନେଶ୍ବର କୁମାର ଏକାଦଶ ପାଇଁ ଧୁଆଁଧାର ଅର୍ଦ୍ଧଶତକ ହାସଲ କରିଛନ୍ତି ।

ଯୁବ ଖେଳାଳିଙ୍କ ପ୍ରଦର୍ଶନରେ ଖୁସିବ୍ୟକ୍ତ କରିବା ସହ ସ୍ବାଗତ କରିଛନ୍ତି ବୋଲିଂ କୋଚ ପରାସ ହମ୍ବ୍ରେ ।

ପ୍ରଥମେ ବ୍ୟାଟିଂ କି ଧାୱନ ଏକାଦଶ 20 ଓଭରରେ 154 ରନ କରିଥିଲା । ପାଣ୍ଡେ 45 ବଲ୍‌ରୁ 63 ଓ ଋତୁରାଜ ଗାଏକ୍ବାଡ 30 ରନ ସଂଗ୍ରହ କରିଥିଲେ । ଅନ୍ୟପଟେ ପ୍ରତିପକ୍ଷ କ୍ୟାପଟେନ ଭୁବନେଶ୍ବର କୁମାର 4 ଓଭରରେ ମାତ୍ର 23 ରନ ବ୍ୟୟରେ 2 ୱିକେଟ ହାସଲ କରି ଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ କରିଥିଲେ ।

ଜବାବରେ ପୃଥ୍ବୀ ଶ ଓ ଦେବଦତ୍ତ ପାଦିକ୍କଲ ଦ୍ରୁତ 50 ରନ ଓ ପରେ ସୂର୍ଯ୍ୟକୁମାର ଯାଦବଙ୍କ ଅର୍ଦ୍ଧଶତକୀୟ ଇଂନିସ ବଳରେ 17ତମ ଓଭରରେ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା ଭୁବନେଶ୍ବର ଏକାଦଶ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.