ETV Bharat / sports

ପ୍ରଥମ ଦିନିିକିଆରେ ଭାରତକୁ ମାତ ଦେଲା ଦକ୍ଷିଣ ଆଫ୍ରିକା ମହିଳା ଦଳ

ପ୍ରଥମ ଦିନିକିଆରେ ଭାରତୀୟ ମହିଳା କ୍ରିକେଟ ଦଳକୁ ମାତ ଦେଲା ଦକ୍ଷିଣ ଆଫ୍ରିକା। ଲକ୍ଷ୍ନୌର ଏକନା ଷ୍ଡାଡିୟମରେ ଖେଳା ଯାଇଥିବା ଏହି ମ୍ୟାଚକୁ ଦକ୍ଷିଣ ଆଫ୍ରିକା 8 ୱିକେଟରେ ଜିତି ନେଇଛି। ଅଧିକ ପଢ଼ନ୍ତୁ...

ପ୍ରଥମ ଦିନିିକିଆରେ ଭାରତକୁ ମାତ ଦେଲା ଦକ୍ଷିଣ ଆଫ୍ରିକା ମହିଳା ଦଳ
ପ୍ରଥମ ଦିନିିକିଆରେ ଭାରତକୁ ମାତ ଦେଲା ଦକ୍ଷିଣ ଆଫ୍ରିକା ମହିଳା ଦଳ
author img

By

Published : Mar 7, 2021, 5:50 PM IST

ଲକ୍ଷ୍ନୌ: ପ୍ରଥମ ଦିନିକିଆରେ ଭାରତୀୟ ମହିଳା କ୍ରିକେଟ ଦଳକୁ ମାତ ଦେଲା ଦକ୍ଷିଣ ଆଫ୍ରିକା। ଲକ୍ଷ୍ନୌର ଏକନା ଷ୍ଡାଡିୟମରେ ଖେଳା ଯାଇଥିବା ଏହି ମ୍ୟାଚକୁ ଦକ୍ଷିଣ ଆଫ୍ରିକା 8 ୱିକେଟରେ ଜିତି ନେଇଛି। ଫଳରେ 5ଟି ଦିନିକିଆ ସିରିଜରେ ଭ୍ରମଣକାରୀ ଦଳ 0-1ରେ ଆଗୁଆ ରହିଛି। ବିଜୟ ପାଇଁ ମାତ୍ର 178 ରନର ବିଜୟ ଲକ୍ଷ୍ୟ ଦେଇଥିଲା ଭାରତ।

ଦକ୍ଷିଣ ଆଫ୍ରିକାର ଦୁଇ ଓପନର ଭଲ ବ୍ୟାଟିଂ କରିଥିଲେ। ନିୟମିତ ଅନ୍ତରାଳରେ ଲି' ଓ ୱଲଭାର୍ଡଙ୍କୁ ବାଉଣ୍ଡାରୀ ମିଳୁଥିଲା। ଦୁହିଁଙ୍କ ମଧ୍ୟରେ ଶତକୀୟ ପାର୍ଟନସିପ ଦେଖିବାକୁ ମଳିଥିଲା। ଭାରତୀୟ ବୋଲରଙ୍କ ସମସ୍ତ କରାମତି ଏହି ଦୁଇଜଣଙ୍କ ଆଗରେ ଫେଲ ମାରିଥିଲା। 28 ଓଭର ବେଳକୁ ଦୁଇ ବ୍ୟାଟମ୍ୟାନ ନିଜର ଅର୍ଦ୍ଧ ଶତକ ହାସଲ କରି ସାରିଥିଲେ।

ତେବେ 38ତମ ଓଭରରେ ୱଲଭାର୍ଡ 80 ରନ କରିଥିବା ବେଳେ ଝୁଳଣ ଗୋସ୍ବାମୀଙ୍କ ଶିକାର ହୋଇଥିଲେ। ଏହାପରେ ଫାଷ୍ଟ ଡାଉନରେ ଆସିଥିବା ଶୁନ୍ ଲ୍ୟୁସ ମଧ୍ୟ ଡକଆଉଟ ହୋଇ ପାଭେଲିଅନକୁ ଫେରିଥିଲେ। ସେତେବେଳକୁ ଭାରତ ହାତରୁ ମ୍ୟାଚ ଖସି ସାରିଥିଲା। ମାତ୍ର 41ତମ ଓଭରରେ ଦକ୍ଷିଣ ଆଫ୍ରିକା ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା।

ଟସ ହାରିବା ପରେ ଭାରତ ପ୍ରଥମେ ବ୍ୟାଟିଂ କରି ମାତ୍ର 177 ରନ ହିଁ କରି ପାରିଥିଲା। କ୍ୟାପଟେନ ମିତାଲି ରାଜ ଅର୍ଦ୍ଧଶତକ ଇଂନିସ ଖେଳିଥିଲେ। ଏହା ତାଙ୍କ କ୍ୟାରିୟରର 54ତମ ଅର୍ଦ୍ଧଶତକ ଇଂନିସ ଥିଲା । ସେହିପରି ଦଳ ପକ୍ଷରୁ ଜେମିମା 1, ସ୍ମୃତି ମାନ୍ଧନା 14, ପୁନମ 10, ହରମନପ୍ରୀତ କୌର 40, ଦୀପ୍ତି 27, ସୁଷମା 1, ଝୁଲଣ 4, ମୋନିକା 4, ପୁନମ ଯାଦବ 9 ରନ କରି ଅପରାଜିତ ଥିଲେ।

ଦ.ଆଫ୍ରିକା ପକ୍ଷରୁ ଶବ୍ନିମ ଇସମାଲମ ସର୍ବାଧିକ 3ଟି ଓ୍ବିକେଟ ହାତେଇଥିଲେ। ସେହିଭଳି ନନ୍‌କୁଲୁଲେକୋ 2, ମାରିଜାନେ, ସୁନେ ଓ ଆୟୋବୋଙ୍ଗା ଗୋଟିଏ ଲେଖାଏଁ ଓ୍ବିକେଟ ନେଇ ଭାରତୀୟ ବ୍ୟାଟିଂ ଲାଇନକୁ ଧରାଶାୟୀ କରି ଦେଇଥିଲେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.