ETV Bharat / sports

ଚତୁର୍ଥ ଟେଷ୍ଟ, ଓଭାଲ ଗ୍ରାଉଣ୍ଡରେ ଇଂଲଣ୍ଡର ଶାନଦାର ଆରମ୍ଭ

author img

By

Published : Sep 6, 2021, 1:31 PM IST

ଐତିହାସିକ ଓଭାଲ ଗ୍ରାଉଣ୍ଡରେ ଚତୁର୍ଥ ଟେଷ୍ଟରେ ଋଷବ ପନ୍ତ ଓ ଶାର୍ଦ୍ଦୁଳ ଠାକୁରଙ୍କ ଅର୍ଦ୍ଧଶତକ ପରେ ଇଂଲଣ୍ଡର ହାସିବ ହାମିଦ 85 ବଲରେ ୪୩ ରନ ଏବଂ ରୋରୀ ବର୍ନସ 109 ବଲରେ ୩୧ ରନ କରିଛନ୍ତି । ଅଧିକ ପଢନ୍ତୁ...

ଓଭାଲ ଗ୍ରାଉଣ୍ଡରେ ଇଂଲଣ୍ଡର ଭଲ ଆରମ୍ଭ
ଓଭାଲ ଗ୍ରାଉଣ୍ଡରେ ଇଂଲଣ୍ଡର ଭଲ ଆରମ୍ଭ

ଲଣ୍ଡନ: ଐତିହାସିକ ଓଭାଲ ଗ୍ରାଉଣ୍ଡରେ ଚତୁର୍ଥ ଟେଷ୍ଟରେ ଋଷବ ପନ୍ତ ଓ ଶାର୍ଦ୍ଦୁଳ ଠାକୁରଙ୍କ ଅର୍ଦ୍ଧଶତକ ବଳରେ ଭାରତ ଦ୍ବିତୀୟ ଇନିଂସରେ ୪୬୬ ରନ ସଂଗ୍ରହ କରି ଅଲ ଆଉଟ ହୋଇଥିଲା । ଇଂଲଣ୍ଡକୁ ୩୬୮ରନର ଟାର୍ଗେଟ ଦେଇଛି ଭାରତ । ୩୬୮ ବିଜୟ ଲକ୍ଷ୍ୟ ନେଇ ଦମଦାର ପ୍ରଦର୍ଶନ ଆରମ୍ଭ କରିଛନ୍ତି ଇଂଲଣ୍ଡ ଦଳ ।

ଇଂଲଣ୍ଡର ହାସିବ ହାମିଦ 85 ବଲରେ ୪୩ ରନ ଏବଂ ରୋରୀ ବର୍ନସ 109 ବଲରେ ୩୧ ରନ କରିଛନ୍ତି । ଭାରତ ପାଳିରେ ଠାକୁର ୭୨ବଲରେ ୬୦ରନ ଓ ଫନ୍ତ ୧୦୭ ବଲରେ ୫୦ ରନ କରିଥିଲେ ଯାହା ଭାରତକୁ ଦ୍ବିତୀୟ ଇନିଂସରେ ୪୬୬ ରନ ସଂଗ୍ରହ କରିବାରେ ସକ୍ଷମ ହୋଇଥିଲା । ଅନ୍ତିମ ଦିନରେ ଆବଶ୍ୟକ 368ର ଟାର୍ଗେଟରୁ ଇଂଲଣ୍ଡକୁ ଅନ୍ତତ 291 ରନ୍ କରିବାକୁ ପଡିବ । ରବିନ୍ଦ୍ର ଜାଡେଜା 13 ଓଭରରେ ବିନା ୱିକେଟ ୨୮ ରନ ଦେଇଛନ୍ତି । ଏକମାତ୍ର ବୋଲର ଯିଏକି ଜଶପ୍ରୀତ ବୁମ୍ରା (7-3-11-0)ରନ ଦେଇ ଓପନରଙ୍କ ଉପରେ କିଛି ଚାପ ପ୍ରୟୋଗ କରିବାକୁ ଚେଷ୍ଟା କରିଥିଲେ ।

ଅନ୍ତିମ ଦିବସରେ ଇଂଲଣ୍ଡ ବିଜୟ ପାଇଁ ୨୯୧ରନ ଆବଶ୍ୟ କରୁଛି । ଭାରତ ବିଜୟ ପାଇଁ ୧୦ ୱିକେଟ ଆବଶ୍ୟକ କରୁଛି । ଚତୁର୍ଥ ଦିବସରେ ଭାରତର ନିମ୍ନଭାଗ ବ୍ୟାଟ୍ସମ୍ୟାନଙ୍କ ପ୍ରଦର୍ଶନ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥିଲା । ସେହିପରି ଉମେଶ ଯାଦବ ଓ ଜଶପ୍ରୀତ ବୁମରାଙ୍କ ଉପଯୋଗୀ ଭାଗିଦାରୀ ଗଠନ ଦଳୀୟ ସ୍କୋରକୁ ବିଜୟ ଉପଯୋଗୀ ସ୍ଥିତିରେ ପହଞ୍ଚାଇଥିଲା । ପନ୍ତ ଓ ଠାକୁର ଦମଦାର ବ୍ୟାଟିଂ କରି ଘରୋଇ ବୋଲରଙ୍କ ଉତ୍ସାହ ଭାଙ୍ଗି ଦେଇଥିଲେ । ପ୍ରଥମ ଇନିଂସରେ ଅର୍ଦ୍ଧଶତକ ହାସଲ କରିଥିବା ଠାକୁରଙ୍କୁ ଅଟକାଇବା କଷ୍ଟକର ହୋଇଥିଲା । ପନ୍ତ ମଧ୍ୟ ଠାକୁରଙ୍କ ସହ ତାଳ ଦେଇ ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ ।

@PTI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.