ETV Bharat / sports

ଶେଷ ମ୍ୟାଚ୍‌ ଜିତି ଲଜ୍ଜ୍ୟା ରଖିଲା ଭାରତ, ୨-୧ରେ ଶୃଙ୍ଖଳା ଜିତିଲା ଇଂଲଣ୍ଡ - ଭାରତ ବନାମ ଇଂଲଣ୍ଡ

INDW vs ENGW 3rd T20I: ଇଂଲଣ୍ଡ ବିପକ୍ଷରେ ତୃତୀୟ ତଥା ଅନ୍ତିମ ଟି୨୦ ମ୍ୟାଚ୍‌ ଜିତି ଲଜ୍ଜ୍ୟା ରଖିଛି ଭାରତୀୟ ମହିଳା ଦଳ । ଭାରତ ଗସ୍ତରେ ଆସିଥିବା ଇଂଲଣ୍ଡ ମହିଳା ଦଳ ପ୍ରଥମ ଦୁଇଟି ମ୍ୟାଚ୍‌ କ୍ରମାଗତ ଭାବେ ଜିତି ଶୃଙ୍ଖଳା ହାତେଇ ନେଇଛି । ଅଧିକ ପଢ଼ନ୍ତୁ

ଶେଷ ମ୍ୟାଚ୍‌ ଜିତି ଲଜ୍ଜ୍ୟା ରଖିଲା ଭାରତ
ଶେଷ ମ୍ୟାଚ୍‌ ଜିତି ଲଜ୍ଜ୍ୟା ରଖିଲା ଭାରତ
author img

By ETV Bharat Odisha Team

Published : Dec 10, 2023, 11:05 PM IST

ମୁମ୍ବାଇ: ଇଂଲଣ୍ଡ ବିପକ୍ଷରେ ତୃତୀୟ ତଥା ଅନ୍ତିମ ଟି୨୦ ମ୍ୟାଚ୍‌ ଜିତି ଲଜ୍ଜ୍ୟା ରଖିଛି ଭାରତୀୟ ମହିଳା ଦଳ । ଭାରତ ଗସ୍ତରେ ଆସିଥିବା ଇଂଲଣ୍ଡ ମହିଳା ଦଳ ପ୍ରଥମ ଦୁଇଟି ମ୍ୟାଚ୍‌ କ୍ରମାଗତ ଭାବେ ଜିତି ଶୃଙ୍ଖଳା ହାତେଇ ନେଇଥିଲା । ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଇଥିବା ଶେଷ ମ୍ୟାଚ୍‌ରେ ବୋଲରଙ୍କ କମାଲ ଯୋଗୁଁ ଶେଷ ମ୍ୟାଚ୍‌ ଜିତି ନେଇଛି ଭାରତ । ସ୍ମୃତି ମାନ୍ଧାନାଙ୍କ ବ୍ୟତୀତ ଅନ୍ୟ ସମସ୍ତ ବ୍ୟାଟର ବିଫଳ ହୋଇଥିଲେ ମଧ୍ୟ ଛୋଟ ଟାର୍ଗେଟ୍‌ ଯୋଗୁଁ ଏହି ମ୍ୟାଚ୍‌କୁ ସହଜରେ ଜିତି ନେଇଛି ଟିମ୍‌ ଇଣ୍ଡିଆ ।

ଇଂଲଣ୍ଡ ପାଳି: ପ୍ରଥମ ଦୁଇଟି ମ୍ୟାଚ୍‌ ଜିତି ଆଗୁଆ ଶୃଙ୍ଖଳା କବ୍‌ଜା କରିନେଇଥିବା ଇଂଲଣ୍ଡ ଶେଷ ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିଲା । ଦଳର କ୍ୟାପ୍ଟେନ୍‌ ହେଦର ନାଇଟ୍‌ ସର୍ବାଧିକ ୫୨ ରନର ପାଳି ଖେଳିଥିଲେ । ଏହି ପାଳିରେ ୩ଟି ଲେଖାଏଁ ଛକା ଓ ଚୌକା ସାମିଲ ଥିଲା । ଅନ୍ୟ ମାନଙ୍କ ମଧ୍ୟରେ ଆମି ଜୋନ୍ସ ୨୧ ବଲରୁ ୨୫ ରନର ଗୁରୁତ୍ବପୂର୍ଣ୍ଣ ପାଳି ଖେଳିଥିଲେ । ଅନ୍ୟ କୌଣସି ବ୍ୟାଟର ୨୦ ରନ କରିବାକୁ ସଫଳ ହୋଇନଥିଲେ । ଫଳରେ ଇଂଲଣ୍ଡ ନିର୍ଦ୍ଧାରିତ ୨୦ ଓଭରରେ ସମସ୍ତ ୱିକେଟ୍‌ ହରାଇ ୧୨୬ ରନ୍‌ କରିଥିଲା । ସେପଟେ ଭାରତ ପକ୍ଷରୁ ଦମଦାର ବୋଲିଂ ଦେଖିବାକୁ ମିଳିଥିଲା । ସାଇକା ଇଶେକ୍‌ ଓ ଶ୍ରେୟଙ୍କା ପାଟିଲ୍‌ ୩ଟି ଲେଖାଏଁ ୱିକେଟ୍‌ ଅକ୍ତିଆର କରି ମ୍ୟାଚ୍‌କୁ ଭାରତ ଦଖଲରେ ରଖିଥିଲେ । ରେଣୁକା ସିଂହ ଓ ଅମନଜିତ କୌର ୨ଟି ଲେଖାଏଁ ସଫଳତା ପାଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ମ୍ୟାଚରେ ଭିଲେନ ସାଜିଲା ବର୍ଷା, ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ରଦ୍ଦ

ଭାରତ ପାଳି: ୧୨୭ ରନ ଟାର୍ଗେଟ୍‌ ନେଇ ଭାରତୀୟ ଓପନର ସ୍ମୃତି ମାନ୍ଧାନା ସର୍ବାଧିକ ୪୮ ରନର ଧୈର୍ଯ୍ୟପୂର୍ଣ୍ଣ ପାଳି ଖେଳିଥିଲେ । ସେ ଭାରତ ପାଇଁ ସର୍ବାଧିକ ରନ୍‌ ସଂଗ୍ରହ କରିଥିଲେ । ଅନ୍ୟପଟେ ଜେମିମା ରେଡ୍ରିଗ୍ସ ୨୯ ରନର ଉପଯୋଗୀ ଇନିଂସ୍‌ ଖେଳିଥିଲେ । ଶେଷରେ ଅଧିନାୟିକା ହରମନପ୍ରୀତ କୌର (୬) ଓ ଅମନଜିତ କୌର (୧୦) ଅପରାଜିତ ରହି ଦଳକୁ ମ୍ୟାଚ୍‌ ଜିତାଇଥିଲା । ଇଂଲଣ୍ଡ ପକ୍ଷରୁ ଶୋଫି ଏକଲ୍‌ଷ୍ଟମ୍ପ ଓ ଫ୍ରେୟା କେମ୍ପ ୨ଟି ଲେଖାଏଁ ୱିକେଟ୍‌ ଅକ୍ତିଆର କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଚାର୍ଲୋଟ୍‌ ଡିନ୍‌ ଗୋଟିଏ ସଫଳତା ପାଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.