ETV Bharat / sports

T20 World Cup: ଆଜି ଘୋଷଣା ହୋଇପାରେ ଭାରତୀୟ ଟିମ - T20 World Cup

ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ଆଗାମୀ ଟି୨୦ ବିଶ୍ବକପ ପାଇଁ ଆଜି(ସୋମବାର) ଘୋଷଣା ହୋଇପାରେ ଭାରତୀୟ ଟିମ । ଅପରାହ୍ନରେ ଚୟନକର୍ତ୍ତା କମିଟି ବୈଠକ ବସିବା ନେଇ ସୂଚନା ।

Indias T20 World Cup Squad Likely to be Announced
T20 World Cup: ଆଜି ଘୋଷଣା ହୋଇପାରେ ଭାରତୀୟ ଟିମ
author img

By

Published : Sep 12, 2022, 1:36 PM IST

ମୁମ୍ବାଇ: ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ଆଗାମୀ ଟି୨୦ ବିଶ୍ବକପ(India's T20 World Cup Squad) ପାଇଁ ଆଜି(ସୋମବାର) ଘୋଷଣା ହୋଇପାରେ ଭାରତୀୟ ଟିମ । ଏକ ପ୍ରମୁଖ ସ୍ପୋର୍ଟ୍ସ ୱେବସାଇଟର ରିପୋର୍ଟ ଅନୁଯାୟୀ, ଟିମ ଚୟନ ପାଇଁ ଆଜି ଅପରାହ୍ନରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡର ଚୟନକର୍ତ୍ତାଙ୍କ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବା ନେଇ ସୂଚନା ରହିଛି ।

Indias T20 World Cup Squad Likely to be Announced
ଏସିଆ କପ୍‌ରେ ଭାରତୀୟ ଖେଳାଳି

ବାମହାତୀ ସ୍ପିନିଂ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଆହତ ଥିବାରୁ ଟି୨୦ ବିଶ୍ବକପ ସ୍କ୍ବାଡ୍‌ରେ ସ୍ଥାନ ପାଇବା ସମ୍ଭାବନା କମ ରହିଛି । UAEରେ ସଦ୍ୟ ସମାପ୍ତ ଏସିଆ କପ୍‌ ଟୁର୍ଣ୍ଣାମେଣ୍ଟରୁ ଆହତ କାରଣରୁ ବାଦ୍‌ ପଡିଥିଲେ ଜାଡେଜା । ସୂଚନା ଅନୁଯାୟୀ, ଏସିଆ କପ୍‌ ଖେଳିପାରିନଥିବା ଦ୍ରୁତ ବୋଲର ଜଶପ୍ରୀତ ବୁମରା ଓ ହର୍ଷଲ ପଟେଲ ସ୍କ୍ବାଡ୍‌କୁ ପ୍ରତ୍ୟାବର୍ତ୍ତନ କରିବାର ସମ୍ଭାବନା ଅଧିକ ରହିଛି । ଏହି ଦୁଇ ଷ୍ଟାର ଖେଳାଳି ଆହତ ଥିଲେ ମାତ୍ର ଏବେ ସଂପୂର୍ଣ୍ଣ ସୁସ୍ଥ ହୋଇସାରିଥିବା କୁହାଯାଉଛି । ବେଙ୍ଗାଲୁରୁ ଜାତୀୟ କ୍ରିକେଟ ଏକାଡେମୀରେ ଉଭୟ ନିୟମିତ ଅଭ୍ୟାସ ଜାରି ରଖିଛନ୍ତି ।

ଟିମ ଇଣ୍ଡିଆ

୧୯ ୱିକେଟ ସହ ହର୍ଷଲ ପଟେଲ ଚଳିତ ବର୍ଷ ଟି୨୦ କ୍ରିକେଟରେ ଭାରତର ଦ୍ବିତୀୟ ସର୍ବାଧିକ ୱିକେଟ ହାସଲକାରୀ ବୋଲର ରହିଛନ୍ତି । କେବଳ ଅଭିଜ୍ଞ ବୋଲର ଭୁବନେଶ୍ବର କୁମାର ୩୧ ୱିକେଟ ସହ ହର୍ଷଲଙ୍କ ଠାରୁ ୱିକେଟ ସଂଖ୍ୟାରେ ଆଗରେ ରହିଛନ୍ତି । ତେବେ ଦେଖିବାକୁ ସବୁଠୁ ରୋଚକ ହେବ ଯେ, ଏସିଆ କପ୍‌ରେ ପ୍ରଭାବିତ କରିପାରିନଥିବା ଅଭେଷ ଖାନ୍‌ଙ୍କୁ ବିଶ୍ବକପ ସ୍କ୍ବାଡ୍‌ରେ ସୁଯୋଗ ମିଳୁଛି କିମ୍ବା ବାମହାତୀ ଦ୍ରୁତ ବୋଲର ଅର୍ଶଦୀପ ସିଂହ ବାଜି ମାରିନେଉଛନ୍ତି । ଅର୍ଶଦୀପ ଏସିଆ କପ୍‌ରେ ପ୍ରଭାବୀ ପ୍ରଦର୍ଶନ ଦ୍ବାରା ସମସ୍ତଙ୍କୁ ପ୍ରଭାବିତ କରିଥିଲେ ।

ଭାରତୀୟ ଟିମ

ଅନ୍ୟପଟେ ଦ୍ରୁତ ବୋଲର ଅଲରାଉଣ୍ଡର ଦୀପକ ଚହର ମଧ୍ୟ ସ୍କ୍ବାଡ୍‌ରେ ସ୍ଥାନ ପାଇବାକୁ ରେସ୍‌ରେ ଅଛନ୍ତି । ସ୍ପିନ ବିଭାଗରେ ଅଭିଜ୍ଞ ଲେଗ ସ୍ପିନର ଯୁଜଭେନ୍ଦ୍ର ଚହଲ କିମ୍ବା ରବି ବିଷ୍ଣୋଇଙ୍କୁ ସ୍କ୍ବାଡ୍‌ରେ ସ୍ଥାନ ମିଳୁଛି ତାହା ମଧ୍ୟ ଦେଖିବାକୁ ସମସ୍ତଙ୍କର ଅପେକ୍ଷା । ୨୦୨୨ ଟି୨୦ ବିଶ୍ବକପ ଅକ୍ଟୋବର ୧୬ରୁ ନଭେମ୍ବର ୧୩ ପର୍ଯ୍ୟନ୍ତ ଖେଳାଯିବା ନେଇ ସୂଚୀ ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.