ETV Bharat / sports

କ୍ରିକେଟରୁ ଅଭିମନ୍ୟୁ ମିଥୁନଙ୍କ ଅବସର

author img

By

Published : Oct 8, 2021, 3:27 PM IST

ସମସ୍ତ ପ୍ରକାର କ୍ରିକେଟରୁ ଅବସର ଘୋଷଣା କଲେ ଭାରତୀୟ ଦ୍ରୁତ ବୋଲର ଅଭିମନ୍ୟୁ ମିଥୁନ । ଅଧିକ ପଢନ୍ତୁ...

Indian pacer Abhimanyu Mithun announces retirement from all forms of cricket
କ୍ରିକେଟରୁ ଅଭିମନ୍ୟୁ ମିଥୁନଙ୍କ ଅବସର

ବେଙ୍ଗାଲୁରୁ: ଭାରତୀୟ ଦ୍ରୁତ ବୋଲର ଅଭିମନ୍ୟୁ ମିଥୁନ ୩୧ ବର୍ଷ ବୟସରେ ସମସ୍ତ ପ୍ରକାର କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ମିଥୁନ ଅବସର ଘୋଷଣା କରିଛନ୍ତି । "ଦେଶ ପାଇଁ ସର୍ବୋଚ୍ଚ ସ୍ତରରେ ପ୍ରତିନିଧିତ୍ବ କରିବା କ୍ୟାରିୟରର ଶ୍ରେଷ୍ଠ ସଫଳତା ହୋଇ ରହିବ । ଏହି ନିଷ୍ପତ୍ତି ସହଜ ନଥିଲା । ମାତ୍ର ପ୍ରଥମ ଶ୍ରେଣୀ କ୍ରିକେଟ ସହିତ ସମସ୍ତ ପ୍ରକାର କ୍ରିକେଟର ଅବସର ନେବାର ଏହା ଉପଯୁକ୍ତ ସମୟ ବୋଲି ଚୟନ କରିଛି ।" ନିଜ ଅବସରକାଳୀନ ଆବେଗପୂର୍ଣ୍ଣ ବାର୍ତ୍ତାରେ ଏହା ଲେଖିଛନ୍ତି ମିଥୁନ ।

ବର୍ଷ ୨୦୧୦ରେ ମିଥୁନ ଶ୍ରୀଲଙ୍କା ବିପକ୍ଷରେ ଟେଷ୍ଟ ଡେବ୍ୟୁ କରିଥିଲେ । ୪ଟି ଟେଷ୍ଟ ମଧ୍ୟରୁ ଶେଷ ମ୍ୟାଚ୍‌ ୱେଷ୍ଟଇଣ୍ଡିଜ ବିପକ୍ଷରେ ୨୦୧୧ରେ ବାର୍ବାଡୋସରେ ଖେଳିଥିଲେ ଓ ୯ଟି ୱିକେଟ ଅକ୍ତିଆର କରିଥିଲେ । ୪/୧୦୫ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ରହିଛି । ୨୦୧୦ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଅନ୍ତର୍ଜାତୀୟ ଦିନିକିଆ ଡେବ୍ୟୁ ମଧ୍ୟ କରିଥିଲେ । ମୋଟ ୫ଟି ଦିନିକିଆ ମ୍ୟାଚ୍‌ ମଧ୍ୟରୁ ୨୦୧୧ରେ ଚେନ୍ନାଇରେ ଶେଷମ୍ୟାଚ୍‌ ୱେଷ୍ଟଇଣ୍ଡିଜ ବିପକ୍ଷରେ ଖେଳିଥିଲେ ଓ ୩ଟି ୱିକେଟ ଅକ୍ତିଆର କରିଥିଲେ ।

ନିଜ ଅବସରକାଳୀନ ବାର୍ତ୍ତାରେ କ୍ରିକେଟ ଯାତ୍ରାରେ ପ୍ରମୁଖ ଭୁମିକା ନିଭାଇଥିବା ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(BCCI)କୁ ଧନ୍ୟବାଦ ଜଣାଇଛନ୍ତି ମିଥୁନ । ଏଥିସହିତ କର୍ଣ୍ଣାଟକ କ୍ରିକେଟ ଆସୋସିଏସନ ବିନା କ୍ରିକେଟ ଯାତ୍ରା ସମ୍ଭବ ହୋଇପାରିନଥାନ୍ତା ବୋଲି ସେ କହିଛନ୍ତି । ରାଜ୍ୟ କ୍ରିକେଟ ବୋର୍ଡ ଯୋଗ୍ୟ ଭାବି ଚୟନ କରିବା ସହିତ ଜାତୀୟ ଟିମରୁ ଖେଳିବାକୁ ସୁଯୋଗ ଦେଇଥିବାରୁ ଧନ୍ୟବାଦ ଜଣାଇଛନ୍ତି ଅଭିମନ୍ୟୁ । ଏଥିସହିତ ମିଥୁନ ଲେଖିଛନ୍ତି, "ନିଜ ରାଜ୍ୟ କର୍ଣ୍ଣାଟକ ପାଇଁ ଅନେକ ମ୍ୟାଚ୍‌ ଖେଳିବାର ସୁଯୋଗ ମିଳିଛି ଓ ଟ୍ରଫି ମଧ୍ୟ ଜିତିଛି । ପ୍ରାୟ ଦୁଇ ଦଶନ୍ଧି ଧରି KSCA ପକ୍ଷରୁ ଓ ସାଥୀ ଖେଳାଳିଙ୍କ ଠାରୁ ମିଳିଥିବା ସାହାଯ୍ୟ ଓ ସହଯୋଗ ସାରାଜୀବନ ସ୍ମରଣୀୟ ହୋଇ ରହିବ ।"

ବର୍ଷ ୨୦୧୩/୧୪ ଓ ୨୦୧୪/୧୫ରେ ରଣଜୀ ଟ୍ରଫି, ଇରାନୀ କପ୍‌ ଓ ବିଜୟ ହଜାରେ ଟ୍ରଫି ବିଜେତା କର୍ଣ୍ଣାଟକ ଟିମର ସଦସ୍ୟ ରହିଛନ୍ତି । ୨୦୧୯ ବିଜୟ ହଜାରେ ଟ୍ରଫି ଫାଇନାଲ ମ୍ୟାଚ୍‌ରେ ମିଥୁନ ଜନ୍ମଦିନରେ ହ୍ୟାଟ-ଟ୍ରିକ୍‌ ୱିକେଟ ହାସଲ କରିବା ସହ କର୍ଣ୍ଣାଟକକୁ ଟାଇଟେଲ ବିଜୟୀ କରାଇଥିଲେ । ଏହାର ଗୋଟିଏ ମାସ ପରେ ସୟଦ ମୁସ୍ତାକ ଅଲୀ ଟ୍ରଫିରେ ହରିୟାଣା ବିପକ୍ଷ ସେମିଫାଇନାଲ ମ୍ୟାଚ୍‌ରେ ହ୍ୟାଟ-ଟ୍ରିକ୍‌ ସମେତ ଗୋଟିଏ ଓଭରରେ ୫ଟି ୱିକେଟ ଅକ୍ତିଆର କରିଥିଲେ ଓ ପରେ ଟ୍ରପି ଜିତିଥିଲା କର୍ଣ୍ଣାଟକ ।

ମିଥୁନ କର୍ଣ୍ଣାଟକ ପାଇଁ ମୋଟ ୧୦୩ଟି ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେଳିଛନ୍ତି ଓ ୨୬.୬୩ ଆଭରେଜରେ ୩୩୮ ୱିକେଟ ହାସଲ କରିଛନ୍ତି । ଏଥିସହ ୯୬ଟି ଲିଷ୍ଟ ଏ ମ୍ୟାଚ୍‌ରୁ ୨୮.୫୦ ଆଭରେଜ୍‌ରେ ୧୩୬ ୱିକେଟ ନିଜ ନାମରେ କରିଛନ୍ତି । ୭୪ଟି ଟି-୨୦ ମ୍ୟାଚ୍‌ରୁ ମିଥୁନ ୨୮.୭୨ ଆଭରେଜ୍‌ରେ ୬୯ ୱିକେଟ ହାସଲ କରିଛନ୍ତି ।

୭ଟି ଆଇପିଏଲ ମ୍ୟାଚ୍‌ ମଧ୍ୟ ଖେଳିଛନ୍ତି ଓ ୭ଟି ୱିକେଟ ଅକ୍ତିଆର କରିଛନ୍ତି । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର, ମୁମ୍ବାଇ ଇଣ୍ଡିଆନ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ସେ ଖେଳିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.