ETV Bharat / sports

ହାତକୁ ଦୁଇ ହାତ ହେଲେ କ୍ରିକେଟର ମୁକେଶ କୁମାର, ୩ୟ ଟି-୨୦ ପୂର୍ବରୁ ନେଇଥିଲେ ଛୁଟି - ମୁକେଶ କୁମାର

ଭାରତୀୟ ଦ୍ରୁତ ବୋଲର ମୁକେଶ କୁମାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଉତ୍ତର ପ୍ରଦେଶର ଗୋରଖପୁରର ଏକ ହୋଟେଲରେ ଏହି ବିବାହ ସମ୍ପନ୍ନ ହୋଇଛି । ଅଧିକ ପଢ଼ନ୍ତୁ

ହାତକୁ ଦୁଇ ହାତ ହେଲେ କ୍ରିକେଟର ମୁକେଶ କୁମାର
ହାତକୁ ଦୁଇ ହାତ ହେଲେ କ୍ରିକେଟର ମୁକେଶ କୁମାର
author img

By ETV Bharat Odisha Team

Published : Nov 29, 2023, 10:40 PM IST

ଲକ୍ଷ୍ନୌ: ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଭାରତୀୟ ଦ୍ରୁତ ବୋଲର ମୁକେଶ କୁମାର । ବିହାରର ଛପ୍ରା ଅଞ୍ଚଳର ଦିବ୍ୟା ସିଂହଙ୍କୁ ଜନ୍ମ ଜନ୍ମାନ୍ତରର ସାଥି କରିଛନ୍ତି ମୁକେଶ । ଉତ୍ତର ପ୍ରଦେଶର ଗୋରଖପୁରର ଏକ ହୋଟେଲରେ ଏହି ବିବାହ ସମ୍ପନ୍ନ ହୋଇଛି । ଆସନ୍ତା ଡିସେମ୍ବର ୪ ତାରିଖରେ ମୁକେଶ ନିଜ ପୈତୃକ ଗ୍ରାମ କାକଡକୁଣ୍ଡରେ ଏକ ରିସେପ୍ସନ ପାର୍ଟି ପ୍ରଦାନ କରିବେ ବୋଲି ଜଣା ପଡ଼ିଛି । ଚଳିତ ବର୍ଷ ଫେବୃୟାରୀ ମାସରେ ଦିବ୍ୟାଙ୍କ ସହିତ ମୁକେଶଙ୍କର ନିର୍ବନ୍ଧ ଶେଷ ହୋଇଥିଲା । ଏବେ ବିବାହ ସରିଥିବାବେଳେ ସୋସିଆଲ୍‌ ମିଡିଆରେ ଅନେକ ପ୍ରଶଂସକ ଓ ସାଥି କ୍ରିକେଟର ନବଦମ୍ପତ୍ତିଙ୍କୁ ବୈବାହିକ ଜୀବନ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ।

ବିଶ୍ବକପ୍‌ ୨୦୨୩ ପରେ ପରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ୫ ମ୍ୟାଚ୍ ବିଶିଷ୍ଟ ଟି୨୦ ଶୃଙ୍ଖଳାରେ ଭାରତୀୟ ଦଳର ଅଂଶ ଥିଲେ ପେସର ମୁକେଶ କୁମାର । ପ୍ରଥମ ଦୁଇଟି ମ୍ୟାଚ୍‌ ଖେଳିଥିଲେ ମଧ୍ୟ ତୃତୀୟ ମ୍ୟାଚ୍ ପୂର୍ବରୁ ବିବାହ ପାଇଁ ସେ ବିସିସିଆଇଠାରୁ ଛୁଟି ନେଇଥିଲେ । ତାଙ୍କ ସ୍ଥାନରେ ତୃତୀୟ ମ୍ୟାଚ୍‌ରେ ଅଭେଶ ଖାନଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିଥିଲା । ସେହିଭଳି ଦ୍ରୁତ ବୋଲର ଦୀପକ ଚହରଙ୍କୁ ମୁକେଶଙ୍କ ସ୍ଥାନରେ ଭାରତୀୟ ସ୍କ୍ବାଡ୍‌ରେ ସାମିଲ କରାଯାଇଛି । ଏନେଇ ବିସିସିଆଇ ମୁକେଶ କୁମାରଙ୍କ ସମ୍ପର୍କରେ ଏକ ବିବୃତ୍ତି ଜାରି କରିଥିଲା । ଏଥିରେ ସ୍ପଷ୍ଟ କରାଯାଇଥିଲା ଯେ, 'ମୁକେଶ କୁମାର ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟି୨୦ ପୂର୍ବରୁ ତାଙ୍କୁ ଦଳରୁ ମୁକ୍ତ କରିବାକୁ ବିସିସିଆଇକୁ ଅନୁରୋଧ କରିଛନ୍ତି । ମୁକେଶ ବିବାହ କରୁଛନ୍ତି ଏବଂ ତାଙ୍କୁ ବିବାହ ଉତ୍ସବ ପାଇଁ ଦଳରୁ ମୁକ୍ତ କରାଯାଇଛି । ସିରିଜର ଅବଶିଷ୍ଟ ମ୍ୟାଚ୍ ପାଇଁ ପେସର୍ ଦୀପକ ଚହରଙ୍କୁ ଦଳରେ ସାମିଲ କରାଯାଇଛି ।'

ଏହା ମଧ୍ୟ ପଢ଼ନ୍ତୁ...ବିବାହ ବନ୍ଧନରେ ବାନ୍ଧି ହେଲେ ସ୍ପିଡ୍‌ଷ୍ଟାର ନବଦୀପ ସୈନି, ପ୍ରେମିକା ସ୍ବାତୀ ଅସ୍ଥାନାଙ୍କୁ କଲେ ଜୀବନ ସାଥି

ଭାରତ ପାଇଁ ସମସ୍ତ ତିନୋଟି ଫର୍ମାଟରେ ଡେବ୍ୟୁ କରିଛନ୍ତି ମୁକେଶ: ଭାରତୀୟ ସିନିୟର ଦଳରେ ମୁକେଶ କୁମାର ସମସ୍ତ ତିନୋଟି ଫର୍ମାଟରେ ଡେବ୍ୟୁ କରିସାରିଛନ୍ତି । ସେ ଚଳିତ ବର୍ଷ ଜୁଲାଇରେ ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଟେଷ୍ଟ ଏବଂ ପରେ ଦିନିକିଆରେ ଡେବ୍ୟୁ କରିଥିଲେ । ଏହାପରେ ସେ ଅଗଷ୍ଟରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଟି୨୦ ଅନ୍ତର୍ଜାତୀୟରେ ମଧ୍ୟ ଡେବ୍ୟୁ କରିଥିଲେ । ବର୍ତ୍ତମାନ ପର୍ଯ୍ୟନ୍ତ ସେ ଭାରତ ପାଇଁ ଗୋଟିଏ ଟେଷ୍ଟ, ୩ ଦିନିକିଆ ଏବଂ ୭ ଟି୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି । ସେ ଏକମାତ୍ର ଟେଷ୍ଟରେ ୨ଟି ୱିକେଟ୍ ନେଇଥିବାବେଳେ ଦିନିକିଆ ଓ ଟି୨୦ରେ ୪ଟି ଲେଖାଏଁ ୱିକେଟ୍ ଅକ୍ତିଆର କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.