ETV Bharat / sports

HBD Rahit Sharma: 36 ବର୍ଷରେ ପାଦ ଥାପିଲେ ହିଟ୍‌ମାନ, ରୋହିତଙ୍କ ନାଁରେ ରହିଛି ଏସବୁ ରେକର୍ଡ

ଆଜି ଭାରତୀୟ କ୍ରିକେଟର ରୋହିତ ଶର୍ମାଙ୍କ ଜନ୍ମଦିନ । 36 ବର୍ଷରେ ପାଦ ଥାପିଛନ୍ତି ରୋହିତ । ଜନ୍ମଦିନରେ ସାଥୀ ଓ ଫ୍ୟାନ୍ସଙ୍କ ନିକଟରୁ ଛୁଟିଛି ଶୁଭେଚ୍ଛାର ସୁଅ । ଅଧିକ ପଢନ୍ତୁ

36  ବର୍ଷରେ ପାଦ ଥାପିଛନ୍ତି ହିଟମ୍ୟାନ୍ ରୋହିତ ଶର୍ମା

author img

By

Published : Apr 30, 2023, 1:18 PM IST

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ତଥା ଅଧିନାୟକ ରୋହତି ଶର୍ମା 36 ବର୍ଷରେ ପଦାର୍ପଣ କରିଛନ୍ତି । ହିଟମ୍ୟାନଙ୍କ 36ତମ ଜନ୍ମଦିନରେ ସାଥୀ ଖେଳାଳି ଓ ଫ୍ୟାନ୍ସଙ୍କ ନିକଟରୁ ଶୁଭେଚ୍ଛାର ସୁଅ ଛୁଟିଛି । କ୍ରିକେଟକୁ ଭଲ ପାଉଥିବା ଲୋକ ଓ ରୋହିତଙ୍କ ଫ୍ୟାନ୍ସ ତାଙ୍କୁ ହିଟମ୍ୟାନ ଭାବରେ ଜାଣନ୍ତି । 1987 ଏପ୍ରିଲ 30 ତାରଖ ତଥା ଆଜିର ଦିନରେ ମହାରାଷ୍ଟ୍ରର ନାଗପୁରରେ ଜନ୍ମଗ୍ରହଣ କରିଥିଲେ ରୋହିତ । 2007ରେ ଭାରତୀୟ କ୍ରିକେଟରେ ପଦାର୍ପଣ କରିଥିବା ରୋହିତ ସଫଳତାର ଶୀର୍ଷ ଛୁଇଁଥିଲେ ।

  • 4️⃣4️⃣0️⃣ intl. matches
    1️⃣7️⃣0️⃣5️⃣7️⃣ intl. runs
    4️⃣3️⃣ intl. hundreds 💯
    Only cricketer to score Three ODI double hundreds 🫡🫡

    Here’s wishing #TeamIndia captain @ImRo45, a very happy birthday 🎂 👏🏻 pic.twitter.com/uNV9VbEUFb

    — BCCI (@BCCI) April 30, 2023 " class="align-text-top noRightClick twitterSection" data=" ">

ରୋହିତଙ୍କ କ୍ରିକେଟ କ୍ୟାରିଅର: 2007ରେ ଡେବ୍ୟୁ କରିଥିଲେ ରୋହିତ ଶର୍ମା । 2007 ମସିହା ଜୁନ 23 ତାରିଖରେ ସେ ଆୟରଲ୍ୟାଣ୍ଡ ବିପକ୍ଷରେ ଦିନକିଆ କ୍ରିକେଟରେ ଡେବ୍ୟୁ କରିଥିଲେ । ବର୍ତ୍ତମାନ ସୁଦ୍ଧା ସେ 440ଟି ଅନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି । ସେଥିରେ 17057 ରନ କରିଛନ୍ତି । ଅନ୍ତର୍ଜାତୀୟ ମ୍ୟାଚରେ ତାଙ୍କ ନାମରେ 43ଟି ଶତକ ରହିଛି । ଜଣେ ମାତ୍ର ପ୍ରଥମ କ୍ରିକେଟର ଭାବେ ସେ ଦିନିକିଆରେ ତିନିଥର ଦ୍ବିଶତକର ଅଧିକାରୀ ହୋଇଛନ୍ତି । ସୀମିତ ଓଭର କ୍ରିକେଟରେ ଜଣେ ଆକ୍ରାମକ ବ୍ୟାଟସମ୍ୟାନ ଭାବରେ ଖ୍ୟାତି ଲାଭ କରିଛନ୍ତି ରୋହିତ ଶର୍ମା ।

ବର୍ତ୍ତମାନ ସେ ଭାରତୀୟ କ୍ରିକେଟ ଟିମର ଅଧିନାୟକ ରହିଛନ୍ତି । ଦିନିକିଆ କ୍ରିକେଟରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିବା ରେକର୍ଡ ରୋହିତ ଶର୍ମାଙ୍କ ନାମରେ ରହିଛି । ୱେଷ୍ଟ ଇଣ୍ଡିଜ ବିପକ୍ଷରେ ସେ 264 ରନର ଧୂଆଁଦାର ଇନିଂସ ଖେଳିଥିଲେ । ରୋହିତ ଶର୍ମାଙ୍କ ଜନ୍ମଦିନ ଅବସରରେ କ୍ରିକେଟ ଜଗତରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି । 2007 ମସିହା ଜୁନ 23 ତାରିଖରେ ସେ ଆୟରଲ୍ୟାଣ୍ଡ ବିପକ୍ଷରେ ଦିନକିଆ କ୍ରିକେଟରେ ଡେବ୍ୟୁ କରିଥିଲେ । 2013 ମସିହା ନଭେମ୍ବର 6 ତାରିଖରେ ସେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଟେଷ୍ଟ ଡେବ୍ୟୁ କରିଥିଲେ ।

ସଂଘର୍ଷ ପଥର ପଥିକ ରୋହିତ: ଜୀବନରେ କିଛି କରିବାକୁ ହେଲେ ସଂଘର୍ଷ ନିହାତି ଦରକାର । ଏଥିରୁ ବାଦ ପଡି ନାହାନ୍ତି ରୋହିତ ଶର୍ମା । ପରିବାରର ଆର୍ଥିକ ସ୍ଥିତି ଭଲ ନଥିଲେ ସୁଦ୍ଧା ହାରି ନଥିଲେ ରୋହିତ । କ୍ରିକେଟ ଖେଳିବା ନିଶା ଏତେ ଥିଲା ଯେ କ୍ରିକେଟ କିଟ କିଣିବାକୁ ତାଙ୍କ ପାଖରେ ଟଙ୍କାଟିଏ ନଥିଲା । ତେଣୁ କ୍ଷୀର ପ୍ୟାକେଟ ବିକ୍ରି କରି କ୍ରିକେଟ କିଟ କିଣିଥିଲେ ରୋହିତ । ନିକଟରେ ତାଙ୍କର ସାଥୀ ଖେଳାଳି ପ୍ରଜ୍ଞାନ ଓଝା ଏହି କଥା ପ୍ରକାଶ କରିଥିଲେ ।

ବର୍ତ୍ତମାନ ରୋହିତ ଶର୍ମା ଆଇପିଏଲରେ ବ୍ୟସ୍ତ ରହିଛନ୍ତି । ସେ ମୁମ୍ବାଇ ଇଣ୍ଡିଆନ୍ସ ଦଳର ଅଧିନାୟକ ଦାୟିତ୍ବରେ ରହିଛନ୍ତି । ତାଙ୍କ ନେତୃତ୍ବରେ ମୁମ୍ବାଇ ଇଣ୍ଡିଆନ୍ସ 5ଥର ଚମ୍ପିଆନ ହୋଇଛି । 36ତମ ଜନ୍ମଦିନରେ ରୋହତିଙ୍କୁ ସାଥୀ ଖେଳାଳି ଓ ଫ୍ୟାନ୍ସଙ୍କ ନିକଟରୁ ଶୁଭେଚ୍ଛାର ସୁଅ ଛୁଟିଛି । ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଟ୍ବିଟ କରି ରୋହିତଙ୍କୁ ଶୁଭେଚ୍ଛା ଜଣାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.