ETV Bharat / sports

ICC ODI Rankings: ଟପ୍-୩ରେ ଗିଲ୍‌, କ୍ୟାରିୟରର ଶ୍ରେଷ୍ଠ ରାଙ୍କ୍‌ରେ ଈଶାନ

ବୁଧବାର ଆଇସିସି ଜାରି କରିଛି ସଦ୍ୟତମ ଦିନିକିଆ ମାନ୍ୟତା । ଏଥିରେ ଦୁଇ ଭାରତୀୟ ବ୍ୟାଟର ଶୁଭମନ ଗିଲ୍‌ ଓ ଈଶାନ କିଶାନ ନିଜ କ୍ୟାରିୟରର ଶ୍ରେଷ୍ଠ ମାନ୍ୟତା ପାଇଥିବାବେଳେ ୯ମରୁ ଗୋଟିଏ ସ୍ଥାନ ଖସି ୧୦ମରେ ରହିଛନ୍ତି କୋହଲି । ଅଧିକ ପଢ଼ନ୍ତୁ

ICC ODI Rankings
ICC ODI Rankings
author img

By ETV Bharat Odisha Team

Published : Sep 6, 2023, 10:30 PM IST

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ପକ୍ଷରୁ ବୁଧବାର ସଦ୍ୟତମ ଦିନିକିଆ ମାନ୍ୟତା ଜାରି କରାଯାଇଛି । ଏଥିରେ ଭାରତୀୟ ଦଳର ଓପନର ଶୁଭମନ ଗିଲ୍ ଏବଂ ୱିକେଟ୍‌କିପର ବ୍ୟାଟର ଈଶାନ କିଶାନ ନିଜ କ୍ରିକେଟ କ୍ୟାରିୟର ଶ୍ରେଷ୍ଠ ମାନ୍ୟତା ହାସଲ କରିଛନ୍ତି । ଗତ ଥର ପ୍ରକାଶ ପାଇଥିବା ମାନ୍ୟତାରେ ଚତୁର୍ଥରେ ରହିଥିବା ଗିଲ୍ ଗୋଟିଏ ସ୍ଥାନ ଉପରକୁ ଆସି ତୃତୀୟ ସ୍ଥାନରେ ପହଞ୍ଚିଛନ୍ତି । ସେହିପରି ଇଶାନ କିଶାନ ୧୨ଟି ସ୍ଥାନ ଉପରକୁ ଉଠି ୨୪ତମ ବ୍ୟାଟର ମାନ୍ୟତା ହାସଲ କରିଛନ୍ତି ।

ICC ODI Rankings
ICC ODI Rankings

ସଦ୍ୟତମ ପ୍ରକାଶିତ ମାନ୍ୟତାରେ ଭାରତୀୟ ଓପନର୍‌ ଶୁଭମନ ଗିଲ୍‌ଙ୍କ ରେଟିଂ ପଏଣ୍ଟ ୭୫୦ ରହିଛି । ଜାରି ରହିଥିବା ଏସିଆ କପ୍ ୨୦୨୩ରେ ନେପାଳ ବିପକ୍ଷ ମ୍ୟାଚ୍‌ରେ ଅଧିନାୟକ ରୋହିତ ଶର୍ମାଙ୍କ ସହ ମିଶି ଆକର୍ଷଣୀୟ ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ ଗିଲ୍‌ । ଏହା ପୂର୍ବରୁ ଖେଳାଯାଇଥିବା ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଗିଲ୍‌ କେବଳ ୧୦ ରନ କରି ପାରିଥିଲେ । ସେହିଭଳି ଭାରତୀୟ ୱିକେଟକିପର-ବ୍ୟାଟର ଈଶାନ କିଶାନଙ୍କ ରେଟିଂ ବର୍ତ୍ତମାନ ହେଉଛି ୬୨୪ । ଏସିଆ କପ୍‌ ୨୦୨୩ରେ ଭାରତର ପ୍ରଥମ ମୁକାବିଲା ପାକିସ୍ତାନ ସହ ଖେଳାଯାଇଥିବା ବେଳେ ଏଥିରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଓ ଅଭିକ୍ଜ୍ଞ ବ୍ୟାଟର ବିରାଟ କୋହଲିଙ୍କ ଭଳି ଖେଳାଳି ବିଫଳ ହୋଇତିଲେ । ହେଲେ ଏହି ମ୍ୟାଚ୍‌ରେ ଦମଦାର ବ୍ୟାଟିଂ କରିଥିଲେ ଈଶାନ । ସେ ପଞ୍ଚମ ସ୍ଥାନରେ ବ୍ୟାଟିଂ କରି ଦଳକୁ ଚାପରୁ ବାହାର କରିବା ସହ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ମିଶି ଲଢ଼ୁଆ ବ୍ୟାଟିଂ କରିଥିଲେ । ଏହି ମ୍ୟାଚ୍‌ରେ ସେ ୮୧ ବଲ୍‌ରୁ ୯ ଚୌକା ଓ ୨ ଛକା ସହ ୮୨ ରନର ଗୁରୁତ୍ବପୂର୍ଣ୍ଣ ପାଳି ଖେଳିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...Asia Cup 2023: 10 ୱିକେଟ୍‌ରେ ନେପାଳକୁ ହରାଇ ସୁପର-୪ରେ ଭାରତ

ଆଇସିସି ପୁରୁଷ ଦିନିକିଆ ମାନ୍ୟତାରେ ପାକିସ୍ତାନର ଷ୍ଟାର ବ୍ୟାଟର ତଥା ଅଧିନାୟକ ବାବର ଆଜମ ୮୮୨ ପଏଣ୍ଟ ସହ ଶୀର୍ଷରେ ଅଛନ୍ତି । ବାବର ନେପାଳ ବିପକ୍ଷ ମ୍ୟାଚ୍‌ରେ ୧୫୧ ରନର ଧୂଆଁଧାର ପାଳି ଖେଳିଥିଲେ । ଦକ୍ଷିଣ ଆଫ୍ରିକାର ରସି ଭାନ୍‌ଡେର ଡସେନ ୭୭୭ ପଏଣ୍ଟ ସହିତ ଦ୍ଵିତୀୟ ଏବଂ ପାକିସ୍ତାନର ଇମାମ୍‌ ଉଲ୍‌ ହକ୍‌ ୭୩୨ ପଏଣ୍ଟ ପାଇ ଚତୁର୍ଥ ସ୍ଥାନରେ ରହିଛନ୍ତି । ବିରାଟ କୋହଲି ପୂର୍ବ ସୂଚୀରେ ନବମ ସ୍ଥାନରେ ରହିଥିବା ବେଳେ ଏଥର ୬୯୫ ପଏଣ୍ଟ ସହ ଗୋଟିଏ ସ୍ଥାନ ତଳକୁ ଖସି ୧୦ମ ସ୍ଥାନରେ ରହିଛନ୍ତି । ଟପ୍-୧୦ରେ କେବଳ ଗିଲ୍‌ ଓ କୋହଲି ମାତ୍ର ଦୁଇ ଜଣ ବ୍ୟାଟର ରହିଥିବାବେଳେ ଅଧିନାୟକ ରୋହିତ ଶର୍ମା ୬୯୦ ପଏଣ୍ଟ ସହ ୧୧ତମ ସ୍ଥାନରେ ଅଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.