ETV Bharat / sports

ପ୍ରଥମ T-20; ୩୮ ରନରେ ଜିତିଲା ଭାରତ - first T-20 match

ରବିବାର ଶ୍ରୀଲଙ୍କା ଓ ଭାରତ ମଧ୍ୟରେ ପ୍ରଥମ ଟି-ଟ୍ବେଣ୍ଟି ମ୍ୟାଚ ଖେଳାଯାଇଥିଲା । ପ୍ରଥମ ମୁକାବିଲାକୁ 38 ରନରେ ରୋମାଞ୍ଚକର ବିଜୟ ହାସଲ କରିଛି ଭାରତ । ଅଧିକ ପଢନ୍ତୁ...

୩୮ ରନରେ ଜିତିଲା ଭାରତ
୩୮ ରନରେ ଜିତିଲା ଭାରତ
author img

By

Published : Jul 26, 2021, 7:26 AM IST

Updated : Jul 26, 2021, 7:52 AM IST

କଲମ୍ବୋ: ପ୍ରଥମ ଟି-ଟ୍ବେଣ୍ଟିକୁ ଜିତି ନେଇଛି ଟିମ ଇଣ୍ଡିଆ । ରବିବାର ଶ୍ରୀଲଙ୍କା ଓ ଭାରତ ମଧ୍ୟରେ ପ୍ରଥମ ଟି-ଟ୍ବେଣ୍ଟି ମ୍ୟାଚ ଖେଳାଯାଇଥିଲା । ପ୍ରଥମ ମୁକାବିଲାକୁ 38 ରନରେ ରୋମାଞ୍ଚକର ବିଜୟ ହାସଲ କରିଛି ଭାରତ ।

ଟସ ଜିତି ଶ୍ରୀଲଙ୍କା ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା । ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଟିମ ଇଣ୍ଡିଆ ପକ୍ଷରୁ ଶିଖର ଧାୱନ ଓ ପୃଥୀ ଶ' ପାଳି ଆରମ୍ଭ କରିଥିଲେ । ପ୍ରଥମ ବଲରେ ପୃଥୀ ଆଉଟ ହୋଇଥିଲେ । ଏହାପରେ ପଡିଆକୁ ଆସିଥିଲେ ସଞ୍ଜୁ ସାମସନ । ଧାୱନ ଓ ସଞ୍ଜୁ ମିଶି ବ୍ୟାଟିଂ ସ୍ଥିତି ସୁଧାରିଥିଲେ । ଉଭୟ ଦ୍ବିତୀୟ ୱିକେଟ ବେଳକୁ ଦଳୀୟ ସ୍କୋର ୫୧ ରନ ଯୋଗ କରିଥିଲେ । ୨୦ଟି ବଲରେ ୨ଟି ଚୌକା ଓ ୧ ଛକା ମାରି ୨୭ରନ କରି ଆଉଟ ହୋଇଥିଲେ ସାମସନ ।

ଏହାପରେ ସୂର୍ଯ୍ୟକୁମାର ପଡିଆକୁ ଆସି ଦ୍ରୁତ ଗତିରେ ରନ ଆଗେଇଥିଲା । ଧାୱାନ ସୂର୍ଯ୍ୟକୁମାର ଦର୍ଶକୀୟ ସଟ ଖେଳି ଦଳୀୟ ସ୍କୋରକୁ ୧୧୩ ରନରେ ପହଞ୍ଚାଇଥିଲେ । ପରେ ଧାୱନ ୪୬ ରନ କରି ପାଭିଲିୟନ ଫେରିଥିଲେ । ସୂର୍ଯ୍ୟକୁମାର ୩୩ ବଲରେ ଅର୍ଦ୍ଧଶତକ ହାସଲ କରିଥିଲେ । ୪ର୍ଥ ୱିକେଟ ପତନ ସୁଦ୍ଧା ଭାରତ ୧୨୭ ରନ କରିଥିଲା । ନିର୍ଦ୍ଧାରିତ ୨୦ ଓଭରରେ ଭାରତ ୧୬୪ ରନ କରିଥିଲା । ଶ୍ରୀଲଙ୍କାକୁ ୧୬୫ ରନ ବିଜୟ ଲକ୍ଷ୍ୟ ଦେଇଥିଲା ।

୧୬୫ରନ ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ଟିମ ଶ୍ରୀଲଙ୍କା । ୨୩ ରନରେ ତାର ପ୍ରଥମ ୱିକେଟ ପତନ ହୋଇଥିଲା । ମିନୋଦ ଭାନୁକା ୧୦ ରନ କରି ଆଉଟ ହୋଇଥିଲେ । ଭାରତୀୟ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନଙ୍କୁ ବଡ ସଟ ଖେଳିବାକୁ ସୁଯୋଗ ଦେଇନଥିଲେ । ଘରୋଇ ଦଳ ୱିକେଟ ୧୮ ଓଭରରେ ୧୨୬ ରନ କରିଥିଲା । ଫଳରେ ୩୮ ରନରେ ପ୍ରଥମ ଟି-ଟ୍ବେଣ୍ଟିକୁ ଜିତି ନେଇଛି ଭାରତ । ଭୁବନେଶ୍ବର କୁମାର ୪ଟି ୱିକେଟ ନେଇଥିବାବେଳେ ଦୀପକ ଚହର ୨ଟି ୱିକେଟ ନେଇଥିଲେ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

Last Updated : Jul 26, 2021, 7:52 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.