ETV Bharat / sports

IND vs NZ T20: DL ନିୟମରେ ତୃତୀୟ ଟି୨୦ ଟାଇ, ସିରିଜ୍‌ କବ୍‌ଜା କଲା ଭାରତ

author img

By

Published : Nov 22, 2022, 8:08 PM IST

ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜ୍‌ରେ ୧-୦ରେ ବିଜୟ ହାସଲ କରିଛି ଟିମ୍‌ ଇଣ୍ଡିଆ । ନାପିୟର ମ୍ୟାକ୍ଲାର୍ନ ପାର୍କ୍‌ରେ ସିରିଜର ଦ୍ବିତୀୟ ମ୍ୟାଚ୍‌ ଖେଳାଯାଇଥିଲା । ଅଧିକ ପଢ଼ନ୍ତୁ

India won t20 series after third t20 match tie against New Zealand
IND vs NZ T20: DL ନିୟମରେ ତୃତୀୟ ଟି୨୦ ଟାଇ, ସିରିଜ୍‌ କବ୍‌ଜା କଲା ଭାରତ

ନାପିୟର: ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜ୍‌ରେ ୧-୦ରେ ବିଜୟ ହାସଲ କରିଛି ଟିମ୍‌ ଇଣ୍ଡିଆ । ନାପିୟର ମ୍ୟାକ୍ଲାର୍ନ ପାର୍କ୍‌ରେ ସିରିଜର ଦ୍ବିତୀୟ ମ୍ୟାଚ୍‌ ଖେଳାଯାଇଥିଲା । ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ନ୍ୟୁଜିଲାଣ୍ଡ ଦଳ । ନିର୍ଦ୍ଧାରିତ ୨୦ ଓଭରରେ ସମସ୍ତ ୱିକେଟ ହରାଇ ୧୬୦ ରନ୍‌ କରିଥିଲା ଘରୋଇ ଦଳ । ଜବାବରେ ଭାରତୀୟ ଦଳ ୯ ଓଭରରେ ୪ ୱିକେଟ ହରାଇ ୭୫ ରନ୍‌ କରିଥିଲା । DL ନିୟମ ଅନୁଯାୟୀ ଏହି ମ୍ୟାଚ୍‌ ଟାଇରେ ଶେଷ ହୋଇଥିଲା ।

Mohammed Siraj is adjudged Player of the Match for his brilliant bowling figures of 4/17 as the final T20I ends in a tie on DLS.

Scorecard - https://t.co/rUlivZ308H #NZvIND pic.twitter.com/kSHPp8wFTx

— BCCI (@BCCI) November 22, 2022

ଆଜିର ମ୍ୟାଚ୍‌ରେ ଫାଷ୍ଟ ବୋଲର ମହମ୍ମଦ ସିରାଜ ମ୍ୟାନ୍‌ ଅଫ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି । ସେହିଭଳି ଜବରଦସ୍ତ ବ୍ୟିଟଂ ଯୋଗୁଁ ସୂର୍ଯ୍ୟ କୁମାର ଯାଦବଙ୍କୁ ମ୍ୟାନ ଅଫ ଦି ସିରଜ ବିବେଚିତ କରାଯାଇଛି । ଆଜିର ମ୍ୟାଚ୍‌ ଭାରତୀୟ ବୋଲର ଚମତ୍କାର ବୋଲିଂ କରିଛନ୍ତି । ଫାଷ୍ଟ ବୋଲର ଅର୍ଶଦୀପ ସିଂହ ଓ ମହମ୍ମଦ ସିରାଜ ୪ଟି ଲେଖାଏଁ ୱିକେଟ ନେଇଥିବା ବେଳେ ହର୍ଷଲ ପଟେଲ ଗୋଟିଏ ୱିକେଟ ନେଇଛନ୍ତି । ଜବାବରେ ଭାରତ ପ୍ରାରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ମାତ୍ର ୧୩ ରନ୍‌ ଦଳୀୟ ସ୍କୋର୍‌ରେ ଭାରତ ପ୍ରଥମ ୱିକେଟ ହରାଇଥିଲା । ଇଶାନ କିଷନ ମାତ୍ର ୧୦ ରନ୍‌ କରି ଆଉଟ ହୋଇଥିବା ବେଳେ ୧୧ ରନ୍‌ କରି ଆଉଟ ହୋଇଥିଲେ ଋଷଭ ପନ୍ତ ।

ଏହାପରେ ସୂର୍ଯ୍ୟ କୁମାର ଯାଦବ ମଧ୍ୟ ୧୩ ରନ୍‌ କରି ଆଉଟ ହୋଇଥିଲେ । ୯ ଓଭର ବେଳକୁ ଭାରତ ୪ ୱିକେଟ ବିନିମୟରେ ୭୫ ରନ୍‌ କରିଥିଲା । ପ୍ରବଳ ବର୍ଷା ଯୋଗୁଁ ମ୍ୟାଚ୍‌ ପୁନଃ ଖେଳାଯାଇ ପାରିନଥିଲା । DL ନିୟମ ଅନୁଯାୟୀ ଏହି ମ୍ୟାଚ୍‌ ଟାଇରେ ଶେଷ ହୋଇଥିଲା । ପ୍ରଥମ ମ୍ୟାଚ୍‌ ବର୍ଷାରେ ଧୋଇ ହୋଇ ଯାଇଥିବା ବେଳେ ଦ୍ବିତୀୟ ମ୍ୟାଚ୍‌ରେ ଭାରତ ବିଜୟୀ ହୋଇଥିଲା । ଫଳରେ ଏହି ସିରିଜ୍‌ରେ ଭାରତ ବଜୟୀ ଘୋଷଣା ହୋଇଛି ।

ନାପିୟର: ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜ୍‌ରେ ୧-୦ରେ ବିଜୟ ହାସଲ କରିଛି ଟିମ୍‌ ଇଣ୍ଡିଆ । ନାପିୟର ମ୍ୟାକ୍ଲାର୍ନ ପାର୍କ୍‌ରେ ସିରିଜର ଦ୍ବିତୀୟ ମ୍ୟାଚ୍‌ ଖେଳାଯାଇଥିଲା । ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ନ୍ୟୁଜିଲାଣ୍ଡ ଦଳ । ନିର୍ଦ୍ଧାରିତ ୨୦ ଓଭରରେ ସମସ୍ତ ୱିକେଟ ହରାଇ ୧୬୦ ରନ୍‌ କରିଥିଲା ଘରୋଇ ଦଳ । ଜବାବରେ ଭାରତୀୟ ଦଳ ୯ ଓଭରରେ ୪ ୱିକେଟ ହରାଇ ୭୫ ରନ୍‌ କରିଥିଲା । DL ନିୟମ ଅନୁଯାୟୀ ଏହି ମ୍ୟାଚ୍‌ ଟାଇରେ ଶେଷ ହୋଇଥିଲା ।

ଆଜିର ମ୍ୟାଚ୍‌ରେ ଫାଷ୍ଟ ବୋଲର ମହମ୍ମଦ ସିରାଜ ମ୍ୟାନ୍‌ ଅଫ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି । ସେହିଭଳି ଜବରଦସ୍ତ ବ୍ୟିଟଂ ଯୋଗୁଁ ସୂର୍ଯ୍ୟ କୁମାର ଯାଦବଙ୍କୁ ମ୍ୟାନ ଅଫ ଦି ସିରଜ ବିବେଚିତ କରାଯାଇଛି । ଆଜିର ମ୍ୟାଚ୍‌ ଭାରତୀୟ ବୋଲର ଚମତ୍କାର ବୋଲିଂ କରିଛନ୍ତି । ଫାଷ୍ଟ ବୋଲର ଅର୍ଶଦୀପ ସିଂହ ଓ ମହମ୍ମଦ ସିରାଜ ୪ଟି ଲେଖାଏଁ ୱିକେଟ ନେଇଥିବା ବେଳେ ହର୍ଷଲ ପଟେଲ ଗୋଟିଏ ୱିକେଟ ନେଇଛନ୍ତି । ଜବାବରେ ଭାରତ ପ୍ରାରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ମାତ୍ର ୧୩ ରନ୍‌ ଦଳୀୟ ସ୍କୋର୍‌ରେ ଭାରତ ପ୍ରଥମ ୱିକେଟ ହରାଇଥିଲା । ଇଶାନ କିଷନ ମାତ୍ର ୧୦ ରନ୍‌ କରି ଆଉଟ ହୋଇଥିବା ବେଳେ ୧୧ ରନ୍‌ କରି ଆଉଟ ହୋଇଥିଲେ ଋଷଭ ପନ୍ତ ।

ଏହାପରେ ସୂର୍ଯ୍ୟ କୁମାର ଯାଦବ ମଧ୍ୟ ୧୩ ରନ୍‌ କରି ଆଉଟ ହୋଇଥିଲେ । ୯ ଓଭର ବେଳକୁ ଭାରତ ୪ ୱିକେଟ ବିନିମୟରେ ୭୫ ରନ୍‌ କରିଥିଲା । ପ୍ରବଳ ବର୍ଷା ଯୋଗୁଁ ମ୍ୟାଚ୍‌ ପୁନଃ ଖେଳାଯାଇ ପାରିନଥିଲା । DL ନିୟମ ଅନୁଯାୟୀ ଏହି ମ୍ୟାଚ୍‌ ଟାଇରେ ଶେଷ ହୋଇଥିଲା । ପ୍ରଥମ ମ୍ୟାଚ୍‌ ବର୍ଷାରେ ଧୋଇ ହୋଇ ଯାଇଥିବା ବେଳେ ଦ୍ବିତୀୟ ମ୍ୟାଚ୍‌ରେ ଭାରତ ବିଜୟୀ ହୋଇଥିଲା । ଫଳରେ ଏହି ସିରିଜ୍‌ରେ ଭାରତ ବଜୟୀ ଘୋଷଣା ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.