ETV Bharat / sports

INDvsSL: ଡେବ୍ୟୁ ମ୍ୟାଚରେ ମାଭିଙ୍କ ଦମଦାର ସୋ, ନୂଆବର୍ଷ ଭେଟି ଦେଲା ଟିମ୍ ଇଣ୍ଡିଆ

author img

By

Published : Jan 3, 2023, 10:49 PM IST

Updated : Jan 3, 2023, 11:07 PM IST

ଭାରତର ଜବରଦସ୍ତ ବୋଲିଂ । ୨ ରନରେ ଶ୍ରୀଲଙ୍କାକୁ ପରାସ୍ତ କଲା ଭାରତ । ପ୍ରଶଂସକଙ୍କୁ ନୂଆ ବର୍ଷ ଭେଟି ଦେଇଛି ମେନ୍ ଇନ୍ ବ୍ଲୁ ।

୨ ରନରେ ଭାରତ ବିଜୟୀ
୨ ରନରେ ଭାରତ ବିଜୟୀ

ହାଇଦ୍ରାବାଦ: ବିସ୍ଫୋରକ ବ୍ୟାଟିଂ ପରେ ଭାରତର ଜବରଦସ୍ତ ବୋଲିଂ । ୨ ରନରେ ଶ୍ରୀଲଙ୍କାକୁ ପରାସ୍ତ କଲା ଭାରତ । ପ୍ରଶଂସକଙ୍କୁ ନୂଆ ବର୍ଷ ଭେଟି ଦେଇଛି ମେନ୍ ଇନ୍ ବ୍ଲୁ । ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ ହରାଇ ୧୬୨ ରନ କରିଥିଲା । ଏହାର ଜବାବରେ ଶ୍ରୀଲଙ୍କା ନିର୍ଦ୍ଧାରିତ ୨୦ ଓଭରରେ ୧୬୦ ରନ କରି ଅଲ ଆଉଟ ହୋଇଛି । ଡେବ୍ୟୁ ମ୍ୟାଚରେ ଯୁବ ବ୍ୟାଟର ଶିଭମ ମାଭି ସର୍ବାଧିକ ୪ ୱିକେଟ ଅକ୍ତିଆର କରିଛନ୍ତି ।

ଆଜି ( ମଙ୍ଗଳବାର ) ଶ୍ରୀଲଙ୍କା ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଟି୨୦ ମ୍ୟାଚରେ ଭାରତ ଦମବାର ବିଜୟ ହାସଲ କରିଛି । ଡେବ୍ୟୁ ମ୍ୟାଚରେ ଯୁବ ବ୍ୟାଟର ଶିଭମ ମାଭି ନିଜର ଚମତ୍କାର ବୋଲିଂ ପ୍ରଦର୍ଶନ ବଳରେ ଶ୍ରୀଲଙ୍କା ବ୍ୟାଟରଙ୍କୁ ପାଭଲିୟନ ପଠାଇବାର ସଫଳ ରହିଥିଲେ । ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟି୨୦ ମ୍ୟାଚରେ ସର୍ବାଧିକ ୪ ୱିକେଟ ଅକ୍ତିଆର ହାସଲ ଡେବ୍ୟୁ ମ୍ୟାଚକୁ ସ୍ମରଣୀୟ କରିଛନ୍ତି ଏହି ଯୁବ ବ୍ୟାଟର ।

୧୬୩ ରନର ଟାର୍ଗେଟ ନେଇ ମଇଦାନକୁ ଓହ୍ଲାଇଥିଲା ସିଂହଳୀ ଦଳ । ଆରମ୍ଭରୁ ଶ୍ରୀଲଙ୍କାର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ ଭାରତୀୟ ବୋଲର । ଟିମ ଇଣ୍ଡିଆର ଘାତକ ବୋଲିଂ ବଳରେ ଶ୍ରୀଲଙ୍କା ବ୍ୟାଟର ଆତ୍ମସମର୍ପଣ କରି ପାଭଲିୟନ ଲେଉଟିଥିଲେ । ଅଧିନାୟକ ଦାସୁନ ଶନକାଙ୍କ ସର୍ବାଧିକ ୪୫ ରନ ବଳରେ ଶ୍ରୀଲଙ୍କା ୧୬୦ ରନ କରିବାରେ ସଫଳ ରହିଥିଲା । କୁଶଲ ମେଣ୍ଡିସ ୨୮ ରନ, ଚରିଥ ଅସଲଙ୍କା ୧୨ ରନ, ଭାନୁକା ରାଜପକ୍ଷେ ୧୦ ରନ, ୱାନେନ୍ଦୁ ହସରଙ୍ଗା ୨୧ ରନ, ଚମିକା କରୁଣାରତ୍ନେ ୨୩ ରନ କରିଥିଲେ । ଶିଭମ ମାଭି ସର୍ବାଧିକ ୪ ୱିକେଟ ନେଇଥିବା ବେଳେ ଉମରାନ ମଲିକ ଓ ହର୍ଷଲ ପଟେଲ ୨ ଟି ୱିକେଟ ନେଇଥିଲେ ।

ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇ ଭାରତ ମଇଦାନକୁ ଓହ୍ଲାଇଥିଲା । ଆରମ୍ଭରୁ ଭାରତ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ପରେ ମଇଦାନକୁ ଆସି ପାଳି ସମ୍ଭାଳି ଥିଲେ ଦୀପକ ହୁଡା ଓ ଅକ୍ଷର ପଟେଲ । ଦୀପକ ହୁଡା ୨୩ ବଲରୁ ଗୋଟିଏ ଚୌକା ଏବଂ ୪ ଟି ଛକା ସହିତ ୪୧ ରନର ଧୂଆଁଧାର ଇନିଂସ ଖେଳିଥିଲେ । ସେହିପରି ଅକ୍ଷର ପଟେଲ ୨୦ ବଲରୁ ୩ ଟି ଚୌକାସ ଏବଂ ଗୋଟିଏ ଛକା ସହିତ ୩୧ ରନର ଇନିଂସ ଖେଳିଥିଲେ । ଓପନର ଇଶାନ କିଶାନ ୨୯ ବଲରୁ ୩ ଟି ଚୌକା ଏବଂ ୨ ଟି ଛକା ସହିତ ୩୭ ରନ କରିଥିଲେ । ଆଜିର ମ୍ୟାଚରେ ଟି୨୦ ଡେବ୍ୟୁ କରିଥିବା ଶୁବମନ ଗିଲଙ୍କୁ ଉପରେ ସମସ୍ତଙ୍କର ନଜର ରହିଥିଲା । ହେଲେ ସେ ଦୁଇ ଅଙ୍କ ବିଶିଷ୍ଟ ସ୍କୋର କରିବାରେ ବିଫଳ ରହିଥିଲେ । ସେ ଡେବ୍ୟୁ ମ୍ୟାଚରେ ୭ ରନ କରି ପାଭଲିୟନ ଲେଉଟିଥିଲେ । ଏହି ସିରିଜର ଦ୍ବିତୀୟ ଟି୨୦ ମ୍ୟାଚ ଜାନୁଆରୀ ୫ ତାରିଖ ପୁନେରେ ଖେଳାଯିବ ।

Last Updated : Jan 3, 2023, 11:07 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.