ETV Bharat / sports

Border Gavaskar Trophy: ଚତୁର୍ଥ ଟେଷ୍ଟ ଡ୍ର, ୨-୧ରେ ସିରିଜ ଜିତିଲା ଭାରତ - India vs Australia match result

ବର୍ଡର ଗାଭାସ୍କର ଟ୍ରଫିର ଚତୁର୍ଥ ଟେଷ୍ଟ ମ୍ୟାଚ୍‌ ଅମିମାଂସିତ ରହିଲା । ୨-୧ରେ ଶୃଙ୍ଖଳା ଜିତି ଟ୍ରଫି ହାତେଇଲା ଭାରତ । ଅଧିକ ପଢ଼ନ୍ତୁ

ଚତୁର୍ଥ ଟେଷ୍ଟ ଡ୍ର, ୨-୧ରେ ସିରିଜ ଜିତିଲା ଭାରତ

author img

By

Published : Mar 13, 2023, 4:40 PM IST

ଅହମ୍ମଦାବାଦ: ବର୍ଡର ଗାଭାସ୍କର ଟ୍ରଫି ଜିତିଲା ଭାରତ । ଭ୍ରମଣକାରୀ ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ ଟେଷ୍ଟ ଅମିମାଂସିତ ରହିବା ପରେ ୨-୧ରେ ଶୃଙ୍ଖଳା ଜିତି ଟ୍ରଫି ରଖିଲା ଭାରତ । ପ୍ରଥମ ଇନିଂସରେ ୪୮୦ ରନ କରିଥିବା କଙ୍ଗାରୁ ଦଳ ଦ୍ବିତୀୟ ପାଳିରେ ୨ ୱିକେଟ ହରାଇ ୧୭୫ ରନ କରିଛି । ଭାରତ ପ୍ରଥମ ପାଳିରେ ୫୭୧ ରନ କରିଥିବା ବେଳେ ଦ୍ବିତୀୟ ପାଳି ଖେଳିନାହିଁ ଟିମ ଇଣ୍ଡିଆ । ତେବେ ଚତୁର୍ଥ ଟେଷ୍ଟରେ ୧୮୬ ରନର ବିରାଟ ପାଳି ଖେଳିଥିବା କିଙ୍ଗ କୋହଲି ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଚୟନ ହୋଇଛନ୍ତି । ସେପଟେ ଅଲରାଉଣ୍ଡର ରବିଚନ୍ଦ୍ରନ ଅଶ୍ବିନ ଓ ରବିନ୍ଦ୍ର ଜାଡେଜା ଯୁଗ୍ମ ଭାବେ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ବିବେଚିତ ।

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ବର୍ଡର ଗାଭାସ୍କର ଟ୍ରଫି ଶେଷ ହୋଇଛି । ୪ ଟେଷ୍ଟ ମ୍ୟାଚ୍‌ ବିଶିଷ୍ଟ ଏହି ଶୃଙ୍ଖଳାର ଚତୁର୍ଥ ମ୍ୟାଚ୍‌ ଗୁଜୁରାଟ ଅହମ୍ମଦାବାଦସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିଲା । ଏଥିରେ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ଅଷ୍ଟ୍ରେଲିଆ ଅଧିନାୟକ ଷ୍ଟେଭ୍‌ ସ୍ମିଥ । ପ୍ରଥମ ପାଳିରେ କଙ୍ଗାରୁ ବ୍ୟାଟର ଉସ୍‌ମାନ ଖାୱଜା ଓ କ୍ୟାମେରନ ଗ୍ରୀନ ଉଭୟ ଶତକୀୟ ପାଳି ଖେଳିଥିଲେ । ଉଭୟ ଯଥାକ୍ରମେ ୧୮୦ ଓ ୧୧୪ ରନ କରିଥିଲେ । ଉଭୟଙ୍କ ଶତକ ବଳରେ ପ୍ରଥମ ଇନିଂସରେ ଦଳ ସମସ୍ତ ୱିକେଟ ହରାଇ ୪୮୦ ରନ ସଂଗ୍ରହ କରିଥିଲା । ଭାରତ ପକ୍ଷରୁ କେବଳ ସ୍ପିନର ରବିଚନ୍ଦ୍ରନ ଅଶ୍ବିନ ୬ ୱିକେଟ ନେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ରବିନ୍ଦ୍ର ଜାଡେଜା ଓ ଅକ୍ଷର ପଟେଲ ଗୋଟିଏ ଲେଖାଏଁ ୱିକେଟ ପାଇଥିଲେ । ପ୍ରଥମ ପାଳିରେ ଭାରତୀୟ ଦ୍ରୁତ ବୋଲର ଏତେ ଆକର୍ଷଣୀୟ ପାଳି ଖେଳିପାରି ନଥିଲେ । କେବଳ ମହମ୍ମଦ ସାମିଙ୍କୁ ପ୍ରଥମ ଦିନରେ ୨ଟି ସଫଳତା ମିଳିଥିଲା ।

ଏହାପରେ ଭାରତ ପ୍ରଥମ ପାଳି ଖେଳିବାକୁ ମୈଦାନକୁ ଓହ୍ଲାଇଥିଲା । ଅଧିନାୟକ ରୋହିତ ଶର୍ମା କେବଳ ୩୫ ରନର ପାଳି ଖେଳି ଆଉଟ ହୋଇଥିଲେ ମଧ୍ୟ ଶୁଭମନ ଗିଲ ଓ ବିରାଟ କୋହଲିଙ୍କ ବ୍ୟାଟରୁ ଭାରତ ପାଇଁ ବଡ଼ ସ୍କୋର ଆସିଥିଲା । ଗିଲ ୨୩୫ ବଲରୁ ୧୨୮ ରନ ସଂଗ୍ରହ କରିଥିବା ବେଳେ ଦୀର୍ଘ ସାଢ଼େ ତିନି ବର୍ଷ ପରେ ଟେଷ୍ଟ ଶତକ ହାସଲ କରବାକୁ ଯାଇ ୧୮୬ ରନ ସଂଗ୍ରହ କରିଥିଲେ କିଙ୍ଗ କୋହଲି । ଅନ୍ୟ ମାନଙ୍କ ମଧ୍ୟରେ ପୂଜାରା ୪୨, ଶ୍ରୀକର ଭରତ ୪୪, ଜାଡେଜା ୨୮ ଓ ଅକ୍ଷର ପଟେଲ ୭୯ ରନର ଧୂଆଁଧାର ପାଳି ଖେଳି ଭାରତକୁ ୫୭୧ ରନରେ ପହଞ୍ଚାଇଥିଲେ । ଚତୁର୍ଥ ଦିନରେ ଭାରତ ଅଲ ଆଉଟ ହେବାପରେ ଦ୍ବିତୀୟ ପାଳି ଖେଳିବାକୁ ଆସିଥିବା ଅଷ୍ଟ୍ରେଲିଆ ପଞ୍ଚମ ଦିବସ ଖେଳ ଶେଷ ସୁଦ୍ଧା ୨ ୱିକେଟ ହରାଇ ୧୭୫ ରନ ସଂଗ୍ରହ କରିଥିଲା ।

ଭାରତର ଦ୍ବିତୀୟ ପାଳିରେ ଅଷ୍ଟ୍ରେଲିଆ ପକ୍ଷରୁ ନାଥନ ଲାୟନ ଓ ଟଡ୍‌ ମର୍ଫି ୩ଟି ଲେଖାଏଁ ୱିକେଟ ନେଇଥିଲେ । ଅନ୍ୟପଟେ ମିଚେଲ ଷ୍ଟାର୍କ ଓ ମାଥ୍ୟୁ କୁହ୍‌ନେମାନଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଥିଲା । ସେହିଭଳି ଅଷ୍ଟ୍ରେଲିଆର ଦ୍ବିତୀୟ ପାଳିରେ ପ୍ରଥମରୁ କେବଳ ୬ ରନ କରିଥିବା ମାଥ୍ୟୁ କୁହ୍‌ନେମାନଙ୍କୁ ପାଭିଲିୟନର ରାସ୍ତା ଦେଖାଇଥିଲେ ଅଶ୍ବିନ । ସେହିଭଳି ୯୦ ରନରେ ପହଞ୍ଚି ଶତକ ହାସଲ କରିବାକୁ ଯାଉଥିବା ଟ୍ରାବିସ ହେଡ୍‌ଙ୍କୁ କ୍ଲିନ ବୋଲ୍ଡ କରିଦେଇଥିଲେ ଅକ୍ଷର ପଟେଲ । ଅନ୍ୟମାନଙ୍କ ମଧ୍ୟରେ ମାର୍ନସ ଲାବୁସାନେ ୬୩ ରନ ଓ ଅଧିନାୟକ ଷ୍ଟେଭ ସ୍ମିଥ୍‌ ୧୦ ରନ କରି ଅପରାଜିତ ରହିଥିଲେ ।

ଏହି ଶୃଙ୍ଖଳାର ପ୍ରଥମ ଟେଷ୍ଟ ମ୍ୟାଚ୍‌ ନାଗପୁରରେ ଖେଳାଯାଇଥିଲା । ଏହି ମ୍ୟାଚ୍‌କୁ ଗୋଟିଏ ଇନିଂସ ବାକିଥାଇ ୧୩୨ ରନରେ ଜିତି ନେଇଥିଲା ଭାରତ । ଏହାପରେ ଦିଲ୍ଲୀରେ ଖେଳାଯାଇଥିବା ଦ୍ବିତୀୟ ଟେଷ୍ଟରେ ମଧ୍ୟ ପ୍ରତ୍ୟାବର୍ତ୍ତନ କରିପାରିନଥିଲା ଭ୍ରମଣକାରୀ କଙ୍ଗାରୁ ଦଳ । ଏହି ମ୍ୟାଚ୍‌କୁ ୬ ୱିକେଟରେ ଜିତି ଶୃଙ୍ଖଳାରେ ୨-୦ରେ ଆଗୁଆ ହୋଇଥିଲା ଭାରତ । ତେବେ ଇନ୍ଦୋରରେ ତୃତୀୟ ଟେଷ୍ଟରେ ଶୃଙ୍ଖଳାକୁ ଫେରିଥିଲା ଅଷ୍ଟ୍ରେଲିଆ । ୯ ୱିକେଟରେ ତୃତୀୟ ମ୍ୟାଚ୍‌ ଜିତିଥିଲା ଦଳ । ତେବେ ଅହମ୍ମଦାବାଦସ୍ଥିତ ନରେନ୍ଦ୍ରମୋଦି ଷ୍ଟାଡିୟମରେ ଭାରତ ଚତୁର୍ଥ ଟେଷ୍ଟ ଜିତି ନିଜ ଶୃଙ୍ଖଳା ବିଜୟକୁ ସୁରକ୍ଷିତ ରଖିବା ଆଶାରେ ମୈଦାନକୁ ଓହ୍ଲାଇଥିଲା । ସେପଟେ ମ୍ୟାଚ୍‌ ଜିତି ଶୃଙ୍ଖଳାକୁ ବରାବର କରିବା ଲକ୍ଷରେ କଙ୍ଗାରୁ ଦଳ ମଧ୍ୟ ଉଦ୍ୟମ କରିଥିଲା । ତେବେ ଚତୁର୍ଥ ମ୍ୟାଚ୍‌ ଅମିମାଂଶୀତ ରହିଛି । ଫଳରେ ଭାରତ ୨-୧ରେ ଶୃଙ୍ଖଳା ଜିତି ଟ୍ରଫି ହାତେଇ ନେଇଛି । ଏହାସହ ବିଶ୍ବ ଟେଷ୍ଟ ଚାମ୍ପିୟନସିପର ଫାଇନାଲରେ ମଧ୍ୟ ପ୍ରବେଶ କରିଛି ଟିମ ଇଣ୍ଡିଆ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.