ETV Bharat / sports

India vs SA T20: ବିଜୟ ରେକର୍ଡରେ ଦକ୍ଷିଣ ଆଫ୍ରିକା ଠାରୁ ଆଗରେ ଭାରତ - ଭାରତର ଅଭ୍ୟାସ ଜାରି

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆରମ୍ଭ ହେବ ଟି-ଟ୍ବେଣ୍ଟି ସିରିଜ ଆସନ୍ତା 9 ତାରିଖରୁ ଆରମ୍ଭ ହେବାକୁ ଯାଉଛି । ପ୍ରଥମ ମ୍ୟାଚ୍‌ ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯିବ । ଅଧିକ ପଢନ୍ତୁ

India vs SA T20
India vs SA T20
author img

By

Published : Jun 7, 2022, 1:27 PM IST

ହାଇଦ୍ରାବାଦ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆରମ୍ଭ ହେବ ଟି-ଟ୍ବେଣ୍ଟି ସିରିଜ ଆସନ୍ତା 9 ତାରିଖରୁ ଆରମ୍ଭ ହେବାକୁ ଯାଉଛି । ପ୍ରଥମ ମ୍ୟାଚ୍‌ ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯିବ । ଭାରତୀୟ ଦଳର ନେତୃତ୍ବ ନେବେ ଲୋକେଶ ରାହୁଲ । ମ୍ୟାଚ ନେଇ ଅଭ୍ୟାସ ଆରମ୍ଭ କରିଛି ଭାରତୀୟ ଟିମ । ଘରୋଇ ପରିବେଶରେ ସିରିଜ ବିଜୟୀ ହେବାକୁ ଲକ୍ଷ୍ୟ ରଖିଛି ଭାରତୀୟ ଟିମ । ବିରାଟ କୋହଲି, ରୋହିତ ଶର୍ମା, ଜଶପ୍ରୀତ ବୁମରାଙ୍କୁ ଏହି ସିରିଜରୁ ବିଶ୍ରାମ ଦିଆଯାଇଛି । ଫଳରେ ସ୍କ୍ବାଡ୍‌ରେ ଏକାଧିକ ଯୁବ ଖେଳାଳିଙ୍କୁ ସୁଯୋଗ ମିଳିଛି । ତେବେ ଆସନ୍ତୁ ନଜର ପକାଇବା ପୂର୍ବ ରେକର୍ଡ ରିପୋର୍ଟ ଉପରେ ।

ଭାରତୀୟ ଦଳ ପାଇଁ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ରେକର୍ଡ ଭଲ ରହିଛି । ଟି-ଟ୍ବେଣ୍ଟି ଫର୍ମାଟରେ ଭାରତ ଲଗାତାର 12ଟି ମୁକାବିଲା ଜିତିଛି । କେଏଲ ରାହୁଲଙ୍କ ନେତୃତ୍ବାଧୀନ ଟିମ ଏଠାରେ 13ତମ ବିଜୟ ହାସଲ କରି ରେକର୍ଡ ବାଜୟ ରଖିବାକୁ ମଇଦାନକୁ ଓହ୍ଲାଇବ । ଏବେ ସୁଦ୍ଧା ଦୁଇଦଳ ମଧ୍ୟରେ 15ଟି ଆନ୍ତର୍ଜାତୀୟ ଟି-ଟ୍ବେଣ୍ଟି ମୁକାବିଲା ହୋଇଛି । ଭାରତ 9ଟି ଜିତିଥିବାବେଳେ ଦକ୍ଷିଣ ଆଫ୍ରିକା 6ଟି ଜିତିବାରେ ସଫଳ ହୋଇଛି । ରେକର୍ଡକୁ ଦେଖିଲେ ଭାରତର ପଲ୍ଲା ଭାରି ରହୁଛି । ଦଳର ଯୁବ ଖେଳାଳିଙ୍କୁ ନିଜକୁ ପ୍ରମାଣିତ କରିବାର ସୁଯୋଗ ମିଳିଛି । ବିଶେଷ କରି ଆଇପିଏଲରେ ଦମଦାର ପ୍ରଦର୍ଶନ କରି ଚର୍ଚ୍ଚାରେ ଥିବା ଜମ୍ମୁ କାଶ୍ମୀର ଖେଳାଳି ଉମ୍ରାନ ମଲ୍ଲିକଙ୍କ ଉପରେ ନଜର ରହିବ ।

ଏପରି ରହିଛି ରେକର୍ଡ-

ଭାରତ ବନାମ ଦକ୍ଷିଣ ଆଫ୍ରିକା

ମୋଟ ମ୍ୟାଚ15
ବିଜୟ 09 06
ପରାଜୟ06 09
ଫଳାଫଳ 00
ଟାଇ 00
ସମାନ ମୁକାବିଲା 31

ଦକ୍ଷିଣ ଆଫ୍ରିକା ଭାରତରେ ଆୟୋଜିତ ମ୍ୟାଚରେ ପ୍ରଭାବୀ ପ୍ରଦର୍ଶନ କରିଛି । ଭାରତରେ ଦଳ 4ଟି ଟି-ଟ୍ବେଣ୍ଟି ମ୍ୟାଚ ଖେଳି ସେଥିରୁ 3ଟି ମ୍ୟାଚ କବଜାକୁ ନେଇଛି । ଭାରତ କେବେଳ ଗୋଟିଏ ଜିତିବାରେ ସଫଳ ହୋଇଛି । ଶେଷ ଥର ପାଇଁ ଦୁଇ ଦଳ 2019 ସେପ୍ଟେମ୍ବରରେ 3ଟିକିଆ ଟି-ଟ୍ବେଣ୍ଟି ଆନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ । ପ୍ରଥମ ମୁକାବିଲା ବର୍ଷା ପାଇଁ ବାତିଲ ହୋଇଥିଲା । ଦ୍ବିତୀୟ ମୁକାବିଲାକୁ ଭାରତ 6 ୱିକେଟରେ ଜିତିଥିଲା । ତୃତୀୟ ମୁକାବିଲାକୁ ଦକ୍ଷିଣ ଆଫ୍ରିକା 6 ୱିକେଟରେ ଜିତି ନେଇଥିଲା । ଉକ୍ତ ମ୍ୟାଚରେ ଭାରତ 9ୱିକେଟ ହରାଇ 134 ରନ କରିଥିଲା । ଦକ୍ଷିଣ ଆଫ୍ରିକା 17 ଓଭରରେ ଲକ୍ଷ୍ୟ ହାସଲ କରି ନେଇଥିଲା ।

ପ୍ରଥମ ମ୍ୟାଚ ଦିଲ୍ଲୀରେ, ଦ୍ବିତୀୟ ମ୍ୟାଚ 12ରେ କଟକ, ତୃତୀୟ ମ୍ୟାଚ 14ରେ ବିଶାଖାପଟନମ, 17 ଜୁନରେ ରାଜକୋଟ ଓ ସିରିଜର ଶେଷ ମ୍ୟାଚ୍‌ 19 ଜୁନ୍‌ରେ ବେଙ୍ଗାଲୁରୁରେ ଖେଳାଯିବା ନେଇ ସୂଚୀ ରହିଛି । କେଏଲ ରାହୁଲଙ୍କୁ ଦଳର ଅଧିନାୟକ ନିଯୁକ୍ତ କରାଯାଇଛି । ଦିନେଶ କାର୍ତ୍ତିକ, କୁଳଦୀପ ଯାଦବ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ଆଇପିଏଲ ସିଜିନରେ ଦମଦାର ପ୍ରଦର୍ଶନ କରି ଜାତୀୟ ଦଳକୁ ଫେରିଛନ୍ତି । ଉମ୍ରାନ ମଲ୍ଲିକ, ଅର୍ଶଦୀପ ସିଂହଙ୍କୁ ପ୍ରଥମ ଥର ପାଇଁ ଦଳରେ ସାମିଲ କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.