ETV Bharat / sports

IND vs SA 2nd ODI: ଟସ ଜିତି ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ନିଷ୍ପତ୍ତି, ଡେବ୍ୟୁ କଲେ ସାହବାଜ

ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ରାଞ୍ଚିରେ ଆଜି ଦ୍ବିତୀୟ ଦିନିକିଆ ଖେଳାଯାଉଛି । ଦକ୍ଷିଣ ଆଫ୍ରିକା ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି । ଫିଲ୍ଡିଂ କରିବ ଭାରତ । ଅଧିକ ପଢନ୍ତୁ

ଟସ ଜିତିଲା ଦକ୍ଷିଣ ଆଫ୍ରିକା, ଫିଲ୍ଡିଂ କରିବ ଭାରତ

author img

By

Published : Oct 9, 2022, 1:56 PM IST

ରାଞ୍ଚି: ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ରାଞ୍ଚିରେ ଆଜି ଦ୍ବିତୀୟ ଦିନିକିଆ ଖେଳାଯାଉଛି । ଦକ୍ଷିଣ ଆଫ୍ରିକା ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି । ଫିଲ୍ଡିଂ କରିବ ଭାରତ । ଯାହା ଅନୁମାନ କରାଯାଉଥିବା ତାହା ହୋଇଛି । ଭାରତ ଏକାଦଶରେ ପରିବର୍ତ୍ତନ ହୋଇଛି । ସାହବାଜ ଅହମ୍ମଦଙ୍କୁ ସୁଯୋଗ ମିଳିଛି । ଦିନିକିଆରେ ଡେବ୍ୟୁ କରିଛନ୍ତି ସାହବାଜ । ସେପଟେ ଆହତ କାରଣରୁ ଦୀପକ ଚହରଙ୍କ ସ୍ଥାନ ନେଇଥିବା ୱାଶିଂଟନ ସୁନ୍ଦର ଏକାଦଶରେ ସାମିଲ ହୋଇଛନ୍ତି ।

ଭାରତ ପାଇଁ ଆଜିର ମ୍ୟାଚ କର ବା ମର ସଦୃଶ ହୋଇଛି । ପ୍ରଥମ ଦିନିକିଆରେ ପରାସ୍ତ ହେବା ପରେ ଭାରତ ପାଇଁ ଆଜିର ଜିତିବା ଜରୁରୀ ହୋଇପଡିଛି । ଦଳରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି । ସାହବାଜ ଅହମ୍ମଦଙ୍କୁ ସୁଯୋଗ ମିଳିଛି । ଏହାସହ ଦିନିକିଆରେ ଡେବ୍ୟୁ କରିଛନ୍ତି ସାହବାଜ । ଦୀପକ ଚହରଙ୍କ ସ୍ଥାନ ନେଇଥିବା ୱାଶିଂଟନ ସୁନ୍ଦର ଏକାଦଶରେ ସାମିଲ ହୋଇଛନ୍ତି । ବ୍ୟାଟିଂ ବିଭାଗ ସୁଦୃଢ କରି ଦଳକୁ ଆଜିର ମୁକାବିଲା ଜିତି 1-1ରେ ସିରିଜ ବରାବର କରିବାକୁ ହେବ ।

ସେପଟେ ଦକ୍ଷିଣ ଆଫ୍ରିକା ଏକାଦଶରେ ମଧ୍ୟ ପରିବର୍ତ୍ତନ କରାଯାଇଛି । ଦଳର ମଙ୍ଗ ଧରିଛନ୍ତି କେଶବ ମହାରାଜ । ପ୍ରଥମ ମୁକାବିଲା ଜିତି ଦୃଢ ମନୋବଳରେ ରହିଛି ଦକ୍ଷିଣ ଆଫ୍ରିକା । ରାଞ୍ଜିରେ ଏହି ବିଜୟ ଧାରା ବଜାୟ ରଖିବାକୁ ଚେଷ୍ଟା କରିବ ଦଳ । ଟି-ଟ୍ବେଣ୍ଟି ସିରିଜ ହାରିବା ପରେ ଦିନିକିଆ ସିରିଜ ଜିତି ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିଛି ଦଳ ।

ଏହା ବି ପଢନ୍ତୁ...IND vs SA ODI Series: ଆଜି ଦ୍ବିତୀୟ ଦିନିକିଆ, କର ବା ମର ସ୍ଥିତିରେ ଭାରତ

ଚୂଡାନ୍ତ ଏକାଦଶ ଭାରତ

ଶେଖର ଧଓ୍ବାନ(ଅଧିନାୟକ), ଶୁଭମନ ଗିଲ, ଇଷାନ କିଷମ, ଶ୍ରେୟାସ ଆୟାର (ଭିସି),ସଞ୍ଜୁ ସାମସନ, ୱାଶିଂଟନ ସୁନ୍ଦର, ସାହବାଜ ଅହମ୍ମଦ, ଶାର୍ଦ୍ଦୁଳ ଠାକୁର, କୁଲଦିପ ଯାଦବ, ମହମ୍ମଦ ସିରାଜ, ଅଭେଶ ଖାନ

ଚୂଡାନ୍ତ ଏକାଦଶ ଦକ୍ଷିଣ ଆଫ୍ରିକା

କେଶବ ମହାରାଜ (ଅଧିନାୟକ) ,ଆର ହେଣ୍ଡରିକ୍ସ, ଜାନେମାନ ମାଲାନ, କ୍ବିଣ୍ଟନ ଡି କକ୍ (ଓ୍ବିକେଟ କିପର), ଏଡେନ ମାକ୍ରମ , ହେଇନ୍ରିଚ କ୍ଲାସେନ, ଡେଭିଡ ମିଲର, ୱାନି ପାର୍ଲେ, କାଗିସୋ ରାବାଡା, ବି ଫୋରଟ୍ୟୁନି, ଏ ନୋରଟିଜ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.