ETV Bharat / sports

Ind Vs SA T20 Series: ଆହତ ବୁମରାଙ୍କ ସ୍ଥାନ ନେଲେ ସିରାଜ

author img

By

Published : Sep 30, 2022, 10:46 AM IST

ଟିମ ଇଣ୍ଡିଆର ଷ୍ଟାର୍‌ ଫାଷ୍ଟ ବୋଲର ଜଶପ୍ରୀତ ବୁମରା ଆହତ ହୋଇଛନ୍ତି । ତାଙ୍କ ସ୍ଥାନରେ ମଦମ୍ମଦ ସିରାଜଙ୍କୁ ଦଳରେ ସାମିଲ କରାଯାଇଛି । ଅଧିକ ପଢନ୍ତୁ

Ind Vs SA T20 Series
ଆହତ ବୁମରାଙ୍କ ସ୍ଥାନ ନେଲେ ସିରାଜ

ହାଇଦ୍ରାବାଦ: ଟି-20 ବିଶ୍ବକପ୍‌ ଓ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-ଟ୍ବେଣ୍ଟି ସିରିଜର ଦ୍ବିତୀୟ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆକୁ ବଡ ଝଟକା ଲଗିଛି । ଷ୍ଟାର୍‌ ଫାଷ୍ଟ ବୋଲର ଜଶପ୍ରୀତ ବୁମରା ଆହତ ହୋଇଛନ୍ତି । ତାଙ୍କ ସ୍ଥାନରେ ମହମ୍ମଦ ସିରାଜଙ୍କୁ ଦଳରେ ସାମିଲ କରାଯାଇଛି । ଜଶପ୍ରୀତ ବୁମରାଙ୍କର ପିଠିରେ ଯନ୍ତ୍ରଣା ଯୋଗୁଁ ତାଙ୍କୁ ଟି-୨୦ ବିଶ୍ବକପ୍‌ ଟିମ୍‌ରୁ ବାଦ୍‌ ଦିଆଯାଇଛି । ସେ 4ରୁ 6 ମାସ ପର୍ଯ୍ୟନ୍ତ ବିଶ୍ରାମ ନେଇପାରନ୍ତି ତାଙ୍କ ସ୍ଥାନରେ ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କୁ ଦଳରେ ସାମିଲ କରାଯାଇଛି । ଏନେଇ ବିସିସିଆଇ ପକ୍ଷରୁ ସୂଚନା ମିଳିଛି ।

ବିସିସିଆଇ ଆଜି ସକାଳେ ଜାରି କରିଥିବା ବିବୃତ୍ତିରେ କହିଛି ଯେ, ଦକ୍ଷିଣ ଆଫ୍ରିକା ବିପକ୍ଷ ବାକି ୨ଟି ମ୍ୟାଚ୍‌ ପାଇଁ ବୁମରାଙ୍କ ବଦଳରେ ମହମ୍ମଦ ସିରିଜାଙ୍କୁ ଚୟନ କରାଯାଇଛି । ବ୍ୟାକ ଇଞ୍ଜୁରୀ ଯୋଗୁଁ ବୁମରା ଦକ୍ଷିଣ ଆଫ୍ରିକା ସିରିଜରୁ ବାଦ ପଡ଼ିଛନ୍ତି । ଏବେ ତାଙ୍କର ଆହତ ସମସ୍ୟା ଉପରେ ବସିସିଆଇର ମେଡିକାଲ ଟିମ ନଜର ରଖିଛି ବୋଲି ବିସିସିଆଇ କହିଛି । ମହମ୍ମଦ ସିରାଜ ଏଯାଏ ଭାରତ ପାଇଁ ୫ଟି ଟି-୨୦ ମ୍ୟାଚ୍‌ ଖେଳିଛନ୍ତି । ଶେଷଥର ଚଳିତ ବର୍ଷ ଶ୍ରୀଲଙ୍କା ବିପକ୍ଷରେ ଟି-୨୦ ମ୍ୟାଚ୍‌ ଖେଳିଥିଲେ ।

ଏହା ବି ପଢନ୍ତୁ...ଟିମ ଇଣ୍ଡିଆକୁ ଝଟକା: ଟି-୨୦ ବିଶ୍ୱକପରୁ ବୁମରା ବାଦ, ନେବେ 4ରୁ 6 ମାସ ବିଶ୍ରାମ !

ପିଠିରେ ଯନ୍ତ୍ରଣା ଥିବାରୁ ଏସିଆ କପରୁ ମଧ୍ୟ ବାଦ ପଡିଥିଲେ ବୁମରା । ବର୍ତ୍ତମାନ ବିସିସିଆଇ ମେଡିକାଲ ଟିମ ନିରୀକ୍ଷଣରେ ରହିଛନ୍ତି ବୁମରା । ଦକ୍ଷିଣ ଆଫ୍ରିକା ବିପକ୍ଷ 3 ମ୍ୟାଚ ବିଶିଷ୍ଟ ଟି-ଟ୍ବେଣ୍ଟି ସିରିଜରେ ପ୍ରଥମ ମ୍ୟାଚ ଜିତି 1-0ରେ ଆଗୁଆ ଅଛି ଟିମ ଇଣ୍ଡିଆ । ଅକ୍ଟୋବର 2ରେ ଗୌହାଟୀରେ ଦ୍ବିତୀୟ ମୁକାବିଲା ଖେଳାଯିବ । ଅକ୍ଟୋବର 4ରେ ଇନ୍ଦୋରରେ ତୃତୀୟ ମୁକାବିଲା ଅନୁଷ୍ଠିତ ହେବ । ନିକଟରେ ଅଷ୍ଟ୍ରେଲିଆ ବିପକ୍ଷ ଟି-ଟ୍ବେଣ୍ଟି ସିରିଜ କବଜା କରିଥିଲା ଭାରତ ।

ଭାରତୀୟ ସ୍କ୍ବାର୍ଡ: ରୋହିତ ଶର୍ମା (ଅଧିନାୟକ), କେଏଲ ରାହୁଲ, ବିରାଟ କୋହଲି, ସୂର୍ଯ୍ୟ କୁମାର ଯାଦବ, ଋଷଭ ପନ୍ତ, ଦୀନେଶ କାର୍ତ୍ତିକ, ଆର ଅଶ୍ୱିନ, ୟୁଝବେନ୍ଦ୍ର ଚହଲ, ଅକ୍ଷର ପଟେଲ, ଅର୍ଶଦୀପ ସିଂହ, ହର୍ଷଲ ପଟେଲ, ଦୀପକ ଚହର, ଉମେଶ ଯାଦବ, ଶ୍ରେୟସ ଆୟର, ଶାହବାଜ ଅହମଦ ଓ ମହମ୍ମଦ ସିରାଜ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.