ETV Bharat / sports

India Vs NZ T20: ଜୟପୁରରେ ପହଞ୍ଚିଲେ ଟିମ ଇଣ୍ଡିଆ ନୂଆ କୋଚ୍‌ ଦ୍ରାବିଡ - ଭାରତ ବନାମ ନ୍ୟୁଜିଲାଣ୍ଡ ଟି-୨୦

ନଭେମ୍ବର ୧୭ରେ ଜୟପୁରର ସବାଇ ମାନସିଂ ଷ୍ଟାଡିୟମରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍‌ । ଅଧିକ ପଢନ୍ତୁ..

INDIA VS NEW ZEALAND T20 MANY INDIAN PLAYERS INCLUDING COACH RAHUL DRAVID REACHED JAIPUR
India Vs New Zealand T20: ଜୟପୁର ପହଞ୍ଚିଲେ ଟିମ ଇଣ୍ଡିଆର ନୂଆ କୋଚ୍‌ ରାହୁଲ ଦ୍ରାବିଡ
author img

By

Published : Nov 12, 2021, 3:34 PM IST

Updated : Nov 12, 2021, 4:19 PM IST

ଜୟପୁର: ନଭେମ୍ବର ୧୭ରେ ଜୟପୁରର ସବାଇ ମାନସିଂ ଷ୍ଟାଡିୟମରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍‌ । ଏଥିପାଇଁ ଭାରତୀୟ ଟିମ ଜୟପୁର ପହଞ୍ଚିବା ଆରମ୍ଭ ହୋଇସାରିଛି । ଭାରତୀୟ ଟିମର ନୂଆ କୋଚ୍‌ ରାହୁଲ ଦ୍ରାବିଡଙ୍କ ସମେତ ଏକାଧିକ ଖେଳାଳି ଜୟପୁର ପହଞ୍ଚିସାରିଛନ୍ତି । ଆଜି (ଶୁକ୍ରବାର) ସନ୍ଧ୍ୟା ସୁଦ୍ଧା ସଂପୂର୍ଣ୍ଣ ଟିମ ଜୟପୁର ପହଞ୍ଚିବ ।

India Vs NZ T20: ଜୟପୁରରେ ପହଞ୍ଚିଲେ ଟିମ ଇଣ୍ଡିଆ ନୂଆ କୋଚ୍‌ ଦ୍ରାବିଡ

ଭାରତୀୟ ଟିମର କୋଚ୍‌ ରାହୁଲ ଦ୍ରାବିଡଙ୍କ ସହିତ, ଅକ୍ଷର ପଟେଲ, ହର୍ଷଲ ପଟେଲ, ଅଭେଶ ଖାନ, ଭେଙ୍କଟସ ଆୟର ଶୁକ୍ରବାର ଜୟପୁର ପହଞ୍ଚିସାରିଛନ୍ତି । ଗୁରୁବାର ୟୁଜଭେନ୍ଦ୍ର ଚହଲ ଓ ଋତୁରାଜ ଗାଏକ୍ବାଡ ଜୟପୁର ପହଞ୍ଚିଥିଲେ । ଜୟପୁର ବିମାନବନ୍ଦରରେ ପହଞ୍ଚିବା ପରେ ସମସ୍ତ ଖେଳାଳି ହୋଟେଲ ଅଭିମୁଖେ ଯାତ୍ରା କରିଛନ୍ତି । ସେଠାରେ ସମସ୍ତଙ୍କୁ ଦୁଇରୁ ତିନିଦିନ କ୍ବାରେଣ୍ଟିନରେ ରହିବାକୁ ହେବ ।

ଏହା ବ୍ୟତୀତ ଭାରତୀୟ ଟିମର କ୍ୟାପଟେନ ରୋହିତ ଶର୍ମା ଓ ଭାଇସ କ୍ୟାପଟେନ କେଏଲ ରାହୁଲ ଓ ଅନ୍ୟ ବାକି ଖେଳାଳି ସନ୍ଧ୍ୟାରେ ଜୟପୁର ପହଞ୍ଚିବେ । କ୍ବାରେଣ୍ଟିନରେ ରହିବା ପରେ ୧୪ ନଭେମ୍ବରରୁ ଖେଳାଳି RCA ଏକାଡେମୀରେ ଅଭ୍ୟାସ ଆରମ୍ଭ କରିବେ । ଏହି ସମୟ ମଧ୍ୟରେ ସମସ୍ତ ଖେଳାଳିଙ୍କୁ ବାୟୋବବଲରେ ରହିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 12, 2021, 4:19 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.