ETV Bharat / sports

IND vs NZ 2nd ODI: ଦ୍ବିତୀୟ ଦିନିକିଆରେ ଇନ୍ଦ୍ର ଦେବଙ୍କ କୋପ, ମ୍ୟାଚ୍‌ ରଦ୍ଦ

author img

By

Published : Nov 27, 2022, 3:27 PM IST

ବର୍ଷା ଯୋଗୁଁ ଭାରତ-ନ୍ୟୁଜିଲାଣ୍ଡ ଦ୍ବିତୀୟ ଦିନିକିଆ ମ୍ୟାଚ୍‌ ରଦ୍ଦ ହୋଇଛି । ହାମିଲ୍‌ଟନ୍‌ର ସେଡନପାର୍କ ଷ୍ଟଡିୟମରେ ଏହି ମ୍ୟାଚ୍‌ ଆରମ୍ଭ ହୋଇଥିଲା । ଅଧିକ ପଢ଼ନ୍ତୁ

India vs New zealand second ODI called off due to relentless rain
IND vs NZ 2nd ODI: ଦ୍ବିତୀୟ ଦିନିକିଆରେ ଇନ୍ଦ୍ର ଦେବଙ୍କ କୋପ, ମ୍ୟାଚ୍‌ ରଦ୍ଦ

ହାମିଲଟନ୍‌: ବର୍ଷା ଯୋଗୁଁ ଭାରତ-ନ୍ୟୁଜିଲାଣ୍ଡ ଦ୍ବିତୀୟ ଦିନିକିଆ ମ୍ୟାଚ୍‌ ରଦ୍ଦ ହୋଇଛି । ହାମିଲ୍‌ଟନ୍‌ର ସେଡନପାର୍କ ଷ୍ଟଡିୟମରେ ଏହି ମ୍ୟାଚ୍‌ ଆରମ୍ଭ ହୋଇଥିଲା । ଟସ୍‌ ଜିତି ପ୍ରଥମେ ଘରୋଇ ଦଳ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା । ମ୍ୟାଚ୍‌ ଉପରେ ପୂର୍ବରୁ ହିଁ ଆଶଙ୍କା ରହିଥିଲା ।

ଭାରତର ଦଳୀୟ ସ୍କୋର୍‌ ୨୨ ରନ୍‌ ହୋଇଥିବା ବେଳେ ବର୍ଷା ମ୍ୟାଚ୍‌ରେ ବାଧା ସୃଷ୍ଟି କରିଥିଲା । ବର୍ଷା ଛାଡ଼ିବା ପରେ ପୁନଃ ମ୍ୟାଚ୍‌ ଆରମ୍ଭ ହୋଇଥିଲା । ତେବେ ପୁନଃ ବର୍ଷା ମ୍ୟାଚ୍‌ ବାଧା ସୃଷ୍ଟି କରିଥିଲା । ମ୍ୟାଚ୍‌ରେ କେବଳ ୧୨.୫ ଓଭର ବୋଲିଂ ହୋଇ ପାରିଥିଲା । ସେହି ସମୟରେ ଭାରତ ଗୋଟିଏ ୱିକଟେ ବିନିମୟରେ ୮୯ ରନ୍‌ କରିଥିଲା । ଲଗାଣ ବର୍ଷା ମ୍ୟାଚ୍‌ ଆଉ ଆରମ୍ଭ ହୋଇ ପାରିନଥିଲା ।

ଶେଷ ଫିଲ୍ଡ ଅମ୍ପାୟାର ମ୍ୟାଚ୍‌କୁ ରଦ୍ଦ ଘୋଷଣା କରିଛନ୍ତି । ୩ଟିକିଆ ଦିନିକିଆ ସିରିଜ୍‌ରେ ନ୍ୟୁଜିଲାଣ୍ଡ ୧-୦ରେ ଆଗୁଆ ରହିଛି । ପ୍ରଥମ ମ୍ୟାଚ୍‌ରେ ଭାରତକୁ ୭ ୱିକେଟରେ ପରାସ୍ତ କରିଥିଲା ଘରୋଇ ଦଳ । ବିଶାଳ ସ୍କୋର୍‌ ସତ୍ତ୍ବେ ଭାରତ ଏହି ମ୍ୟାଚ୍‌ରେ ବିଜୟ ହାସଲ କରି ପାରିନଥିଲା ।

ଦିନିକିଆ ସିରିଜ୍‌ରେ ଶେଷ ମ୍ୟାଚ୍‌ ନଭେମ୍ବର ୩୦ ତାରିଖରେ ଖେଳାଯିବ । ଏହି ମ୍ୟାଚ୍‌ ବର୍ଷା ବାଧାପ୍ରାପ୍ତ ହେଲେ କିମ୍ବା ଭାରତ ପରାଜିତ ହେଲେ ନ୍ୟୁଜିଲାଣ୍ଡ ସିରିଜ୍‌ ବିଜୟୀ ହେବ । ମ୍ୟାଚ୍‌ ରଦ୍ଦ ହେବାପରେ ଅଧିନାୟକ ଶିଖର ଧାୱନ କହିଛନ୍ତି, "ବର୍ଷା ଉପରେ ଆମର ନିୟନ୍ତ୍ରଣ ନାହିଁ । ଆଗାମୀ ମ୍ୟାଚ୍‌ ବର୍ଷା ବାଧାପ୍ରାପ୍ତ ହେବନି ବୋଲି ଆଶା କରୁଛି । ଏହି ମ୍ୟାଚ୍‌ରେ ଆମେ ଭଲ ପ୍ରଦର୍ଶନ କରିବାକୁ ଚେଷ୍ଟା କରିବୁ ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.