ETV Bharat / sports

IND vs NZ: ଆଜି ପ୍ରଥମ ଟି-ଟ୍ବେଣ୍ଟି, ବିଜୟରୁ ଅଭିଯାନ ଆରମ୍ଭ ଲକ୍ଷ୍ୟରେ ଭାରତ

author img

By

Published : Nov 18, 2022, 9:50 AM IST

ଆଜିଠୁ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟି-ଟ୍ବେଣ୍ଟି ସିରିଜ ଆରମ୍ଭ ହେବାକୁ ଯାଉଛି । 3 ମ୍ୟାଚ ବିଶିଷ୍ଟ ଏହି ସିରିଜରେ ଆଜି (ଶୁକ୍ରବାର) ୱେଲିଂଟନ ସ୍କାଏ ଗ୍ରାଉଣ୍ଡରେ ପ୍ରଥମ ଟି-ଟ୍ବେଣ୍ଟି ମ୍ୟାଚ ଖେଳାଯିବ । ପ୍ରଥମ ମ୍ୟାଚ ଜିତି ବିଜୟରୁ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବାଧୀନ ଭାରତୀୟ ଦଳ । ଅଧିକ ପଢନ୍ତୁ

IND vs NZ
ଆଜି ପ୍ରଥମ ଟି-ଟ୍ବେଣ୍ଟି, ବିଜୟରୁ ଅଭିଯାନ ଆରମ୍ଭ ଲକ୍ଷ୍ୟରେ ଭାରତ

ୱେଲିଂଟନ: ଆଜିଠୁ ଘରୋଇ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ଟି-ଟ୍ବେଣ୍ଟି ସିରିଜ ଆରମ୍ଭ ହେବାକୁ ଯାଉଛି । 3 ଟିକିଆ ଟି-20 ମ୍ୟାଚ ବିଶିଷ୍ଟ ସିରିଜର ନେତୃତ୍ବ ନେଇଛନ୍ତି ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ୱେଲିଂଟନର ସ୍କାଏ ଷ୍ଟାଡିୟମରେ ଆଜି ପ୍ରଥମ ଟି-ଟ୍ବେଣ୍ଟି ମ୍ୟାଚ ଖେଳାଯିବ । ପ୍ରଥମ ମ୍ୟାଚ ଜିତି ବିଜୟରୁ ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟରେ ରହିଛି ଟିମ ଇଣ୍ଡିଆ । ଯୁବ ଖେଳାଳିଙ୍କୁ ନେଇ ମଇଦାନକୁ ଓହ୍ଲାଇବ ଦଳ । ସଦ୍ୟ ସମାପ୍ତ ଆଇସିସି ଟି-ଟ୍ବେଣ୍ଟି ବିଶ୍ବକପରେ ବିଫଳତା ପରେ ଏକ ନୂଆ ଆରମ୍ଭ ଲକ୍ଷ୍ୟରେ ରହିଛି ଭାରତ । ଟି-20 ବିଶ୍ବକପ ସେମିରୁ ବିଦା ହୋଇଥିବା ଦୁଇ ଦଳଙ୍କ ମଧ୍ୟରେ ମୁକାବିଲା ହେବ । କେନ ୱିଲିୟମସନଙ୍କ ଦଳ ମଧ୍ୟ ଜୋରଦାର ପ୍ରସ୍ତୁତି କରିଛି ।

ପୂର୍ବ ବର୍ଷ ୟୁଏଇ ବିଶ୍ବକପରେ ବିଫଳତା ପରେ ଚଳିତ ଆଇସିସି ଟି-20ରେ ଗ୍ରୁପ ପର୍ଯ୍ୟାୟରେ ଭଲ ପ୍ରଦର୍ଶନ କରିଥିଲେ ବି ଭାରତର ଟ୍ରଫି ସ୍ବପ୍ନ ଚୁରମାର ହୋଇଥିଲା । ସେମିଫାଇନାଲରେ ଇଂଲଣ୍ଡଠୁ ପରାସ୍ତ ହୋଇ ଟ୍ରଫି ଟକ୍କରରୁ ବାଦ ପଡିଥିଲା ଟିମ ଇଣ୍ଡିଆ । ଆଜିଠୁ ନ୍ୟୁଜିଲାଣ୍ଡ ବିପକ୍ଷରେ ଆରମ୍ଭ ହେବାକୁ ଥିବା ଏହି ଟି-20 ସିରିଜରେ ପୂର୍ବ ତ୍ରୁଟି ସୁଧାରିବାକୁ ଲକ୍ଷ୍ୟ ରଖିଛି ଦଳ । ଯୁବ ଖେଳାଳିଙ୍କୁ ନେଇ ପଡିଆକୁ ଓହ୍ଲାଇବ ଭାରତ ।

ଦଳର ବରିଷ୍ଠ ଖେଳାଳି ରୋହିତ ଶର୍ମା, ବିରାଟ କୋହଲି ଓ କେଏଲ ରାହୁଲଙ୍କୁ ବିଶ୍ରାମ ଦିଆଯାଇଛି । ଟି-20 ବିଶ୍ବକପରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପ୍ରଦର୍ଶନ ଭଲ ରହିଥିଲା । ସେମି ମୁକାବିଲାରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ । ତାଙ୍କ ଦମଦାର ବ୍ୟାଟିଂ ପାଇଁ ଦଳୀୟ ସ୍କୋର ଆଗରୁ ବଢିପାରିଥିଲା । ଆଜି ତାଙ୍କ ରଣନୀତି ସହ ପ୍ରଦର୍ଶନ ଉପରେ ନଜର ରହିବ । ଆଇସିସି ଟୁର୍ଣ୍ଣାମେଣ୍ଟର ବିଫଳତାକୁ ପଛରେ ପକାଇ ମଇଦାନକୁ ଓହ୍ଲାଇବ ଦଳ । ତେବେ ଦଳର ବ୍ୟାଟିଂ ଭଲ ରହିଥିଲେ ବୋଲିଂ ବିଭାଗରେ ସନ୍ତୁଳନ ଆଣିବାକୁ ହେବ । ମୋଟାମୋଟି ଭାବେ କହିବାକୁ ଗଲେ ଉଭୟ ବ୍ୟାଟିଂ ଓ ବୋଲିଂରେ ଭଲ ପ୍ରଦର୍ଶନ କଲେ ଦଳର ବିଜୟ ସହଜ ହେବ । ଇଷାନ କିସନ ଓ ଶୁଭମନ ଗିଲ ଓପନିଂ କରିପାରନ୍ତି ।

ଏହା ବି ପଢନ୍ତୁ...ୱେଲିଂଟନରେ ପାଣ୍ଡ୍ୟାଙ୍କ ନେତୃତ୍ବ ପରୀକ୍ଷା, ସିରିଜ୍‌ ପୂର୍ବରୁ ଟ୍ରଫି ନେଇଗଲେ ୱିଲିୟମସନ

ସେପଟେ ନ୍ୟୁଜିଲାଣ୍ଡ ମଧ୍ୟ ଆଇସିସି ଟି-20 ବିଶ୍ବକପ ସେମିରୁ ଅଭିଯାନ ଶେଷ କରିଥିଲା । ପାକିସ୍ତାନଠୁ ପରାସ୍ତ ହେବାପରେ ଦଳର ଟ୍ରଫି ସ୍ବପ୍ନ ଚୁରମାର ହୋଇଥିଲା । ଘରୋଇ ଗ୍ରାଉଣ୍ଡ ଥିବାକୁ ନ୍ୟୁଜିଲାଣ୍ଡ ପଲ୍ଲା ଭାରି ରହିଛି । ନ୍ୟୁଜିଲାଣ୍ଡ ଏକ କଡ୍ଡା ଟକ୍କର ଦେବ । ଦଳର ଫିନ ଆଲେନ ଓ ଡେଭନ କନୱେଙ୍କ ଯୋଡି ଉପରେ ନଜର ରହିବ । ମାର୍ଟିନ ଗୁପ୍ଟିଲଙ୍କ ପ୍ରଦର୍ଶନକୁ ମଧ୍ୟ ଏଡାଯାଇପାରିବ ନାହିଁ । ଆଇସିସି ଟି-20 ବିଶ୍ବକପ ଅଧିନାୟକ କେନ ୱିଲିୟମସନ ଭଲ ପ୍ରଦର୍ଶନ କରି ନଥିଲେ ବି ଆଜି କମବ୍ୟାକ କରିବା ଲକ୍ଷ୍ୟରେ ରହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.