ETV Bharat / sports

Border Gavskar Trophy: ରୋହିତଙ୍କ ପାଇଁ ଚ୍ୟାଲେଞ୍ଜିଂ ହେବ ଅଷ୍ଟ୍ରେଲିଆ ସିରିଜ, ନେତୃତ୍ୱ ଉପରେ ନଜର

author img

By

Published : Feb 4, 2023, 4:28 PM IST

ଆସନ୍ତା ୯ ତାରିଖରୁ ଖେଳାଯିବ ଭାରତ ବନାମ ଅଷ୍ଟ୍ରେଲିଆ ମଧ୍ୟରେ ବୋର୍ଡର ଗାଭାସ୍କର ଟ୍ରଫି । ସିରିଜ ହାତେଇବା ଦୁଇ ଦଳ ପାଇଁ ବେଶ୍ ଗୁରୁତ୍ବ ବହନ କରେ । ଟେଷ୍ଟ ସିରିଜରେ ସମସ୍ତଙ୍କ ନଜର ରୋହିତ ଶର୍ମାଙ୍କ ଅଧିନାୟକତ୍ବ ସହ ତାଙ୍କ ବ୍ୟକ୍ତିଗତ ପ୍ରଦର୍ଶନ ଉପରେ ରହିବ । ଅଧିକ ପଢନ୍ତୁ

ଭାରତ ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ
ଭାରତ ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ

ହାଇଦ୍ରାବାଦ : ବୋର୍ଡର-ଗାଭାସ୍କର ଟ୍ରଫି ନେଇ ନେଟ୍ସରେ ଝାଳ ବୁହାଉଛନ୍ତି ଦୁଇ ଦଳ । ଆସନ୍ତା ୯ ତାରିଖରୁ ଖେଳାଯିବ ଭାରତ ବନାମ ଅଷ୍ଟ୍ରେଲିଆ ମଧ୍ୟରେ ଏହି ଟ୍ରଫି । ଏଥିରେ ଚାରି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯିବ । ଏହି ସିରିଜ ହାତେଇବା ଦୁଇ ଦଳ ପାଇଁ ବେଶ୍ ଗୁରୁତ୍ବ ବହନ କରେ । ଭାରତ ପାଇଁ ଏହି ଟେଷ୍ଟ ସିରିଜ ବିଶ୍ବ ଟେଷ୍ଟ ଚମ୍ପିଆନସିପ ଫାଇନାଲରେ ପ୍ରବେଶ କରିବା ନେଇ ଫଳାଫଳ ନିର୍ଦ୍ଧାରଣ କରିବ । ଟେଷ୍ଟ ସିରିଜରେ ସମସ୍ତଙ୍କ ନଜର ରୋହିତ ଶର୍ମାଙ୍କ ଅଧିନାୟକତ୍ବ ସହ ତାଙ୍କ ବ୍ୟକ୍ତିଗତ ପ୍ରଦର୍ଶନ ଉପରେ ରହିବ । ହିଟ୍ ମ୍ୟାନ ଟିମ ଇଣ୍ଡିଆକୁ ଟେଷ୍ଟ କ୍ରିକେଟରେ ନମ୍ବର ୧ ବନାଇବା ସହିତ ବ୍ୟକ୍ତିଗତ ଭାବରେ ଦମଦାର ପ୍ରଦର୍ଶନ ନେଇ ଚେଷ୍ଟା କରିବେ । ଯଦି ଏହି ସିରିଜରେ ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ଭାରି ରୁହେ ତାହେଲେ, ଟିମ ଇଣ୍ଡିଆ ICCର ତିନୋଟି ଫର୍ମାଟରେ ନମ୍ବର ୧ ଟିମ ହେବ ।

ଅଧିନାୟକ ରୋହିତ ଶର୍ମାଙ୍କ ଉପରେ ଚାପ ପଡିବ

ରୋହିତ ଶର୍ମାଙ୍କ ଟେଷ୍ଟ କ୍ୟାରିୟର ଉପରେ ନଜର ପକାଇଲେ, ରୋହିତ ଟେଷ୍ଟ ମ୍ୟାଚରେ ଏପର୍ଯ୍ୟନ୍ତ ୮ ଟି ଶତକ ହାସଲ କରିଛନ୍ତି । ଯେଉଁଥିରେ ୭ ଟି ଶତକୀୟ ଇନିଂସ ଘରୋଇ ମାଟିରେ ଖେଳିଥିଲେ । ଯଦି ଗତ ୧୮ ମାସର ରେକର୍ଡ ଉପରେ ନଜର ପକାଯାଏ, ତାହେଲେ ଗତ ୧୬ ମାସ ଧରି ରୋହିତ ଶର୍ମା ଟେଷ୍ଟ ମ୍ୟାଚରେ ତିନି ଅଙ୍କ ବିଶିଷ୍ଟ ସ୍କୋର କରିବାରେ ବିଫଳ ରହିଛନ୍ତି । ଟେଷ୍ଟ ମ୍ୟାଚରେ ରୋହିତ ଶର୍ମା ଶେଷ ଥର ପାଇଁ ଓଭାଲରେ ବର୍ଷ ୨୦୨୧ ସେପ୍ଟେମ୍ବର ମାସରେ ଖେଳିଥିଲେ । ଏହି ଶତକ ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚରେ ହାସଲ କରିଥିଲେ ।

୨୦୨୨ ଟି୨୦ ବିଶ୍ବକପ ସେମିଫାଇନାଲ ମ୍ୟାଚରେ ଭାରତ ବିଦା ହେବା ପରେ ଟି୨୦ ଫର୍ମାଟରେ ରୋହିତଙ୍କ ବଦଳରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ ଦାୟିତ୍ବ ଦିଆଯାଇଛି । ଦିନିକିଆ ଏବଂ ଟେଷ୍ଟରେ ରୋହିତ ଶର୍ମା ନିୟମିତ ଅଧିନାୟକ ରହିଛନ୍ତି । ଯଦି ଟେଷ୍ଟ ମ୍ୟାଚରେ ତାଙ୍କର ବ୍ୟକ୍ତିଗତ ପ୍ରଦର୍ଶନ ଉପରେ ସୁଧାର ନ ଆସେ ଏବଂ ଏହି ଟେଷ୍ଟ ସିରିଜରେ ଆଶାନୁରୂପକ ଫଳାଫଳ ନ ଆସିଲା ତାହେଲେ ଟେଷ୍ଟ ମ୍ୟାଚରେ କ୍ୟାପଟେନସିପ ନେଇ ରୋହିତଙ୍କ ଉପରେ ଆଙ୍ଗୁଠି ଉଠିପାରେ । ପୂର୍ବରୁ ଦୁଇଟି ଟେଷ୍ଟ ମ୍ୟାଚରେ ରୋହିତ ଶର୍ମା ଅଧିନାୟକତ୍ବ କରିଛନ୍ତି । ଯେଉଁଥିରେ ଭାରତ ଦୁଇଟି ମ୍ୟାଚରେ ବିଜୟ ଲାଭ କରିଛି । ଏହି ଦୁଇଟି ମ୍ୟାଚରେ ରୋହିତ ୯୦ ରନ କରିଥିଲେ । ସେପଟେ ରୋହିତ ଶର୍ମା ଏହି ଟେଷ୍ଟ ମ୍ୟାଚରେ ୨୪୦ ରନ ସଂଗ୍ରହ କରିବା ପରେ ଘରୋଇ ମାଟିରେ ୨୦୦୦ ରନ କରିବା କ୍ରିକେଟର ବନିବେ ହିଟ୍ ମ୍ୟାନ । ରୋହିତ ଶର୍ମା ଅଷ୍ଟ୍ରେଲିଆ ବିରୋଧରେ ଖେଳାଯାଇଥିବା ଏପର୍ଯ୍ୟନ୍ତ ୭ ଟି ମ୍ୟାଚରୁ ୩୧.୩୮ ଆଭରେଜ ସହିତ ୪୬୦ ରନ ସଂଗ୍ରହ କରିଛନ୍ତି ।

ଗତ ୧୧ ବର୍ଷ ଧରି ଟିମ ଇଣ୍ଡିଆ ଘରୋଇ ମାଟିରେ କୌଣସି ଟେଷ୍ଟ ସିରିଜରେ ପରାସ୍ତ ହୋଇନାହଁ । ତେଣୁ ଘରୋଇ ମାଟିରେ ଆଉ ଏକ ଟେଷ୍ଟ ସିରିଜ ବିଜୟ ଅପେକ୍ଷାରେ ଭାରତ । ସେପଟେ ଭ୍ରମଣକାରୀ ଦଳ ଅଷ୍ଟ୍ରେଲିଆ ଫୁଲ୍ ଦମରେ ପ୍ରସ୍ତୁତି ଜାରି ରଖିଛି । ସ୍ପିନିଂ ପିଚରେ ପ୍ରାକ୍ଟିସ ସହିତ ଅଶ୍ବୀନଙ୍କ ଭଳି ସ୍ପିନ ବୋଲିଂ କରୁଥିବା ବୋଲରଙ୍କୁ ନେଇ ଅଭ୍ୟାସ କରିଛି କଙ୍ଗାରୁ ଟିମ । ବର୍ଷ ୨୦୧୨ରେ ଇଂଲଣ୍ଡ ଶେଷ ଥର ପାଇଁ ଭାରତକୁ ଘରୋଇ ମାଟିରେ ୨-୧ରେ ଟେଷ୍ଟ ସିରିଜରେ ପରାସ୍ତ କରିଥିଲା । ଏହାପରେ ଭାରତ ଗସ୍ତ କରିଥିବା ଟେଷ୍ଟ ସିରିଜ ଦଳଗୁଡିକ ଟିମ ଇଣ୍ଡିଆକୁ ପରାସ୍ତ କରିବାରେ ବିଫଳ ରହିଥିଲେ । ସେପଟେ ଅଷ୍ଟ୍ରେଲିଆ ଟିମ ଉପରେ ନଜର ପକାଇଲେ ଗତ ୧୯ ବର୍ଷ ଧରି ଅଷ୍ଟ୍ରେଲିଆ ଭାରତ ମାଟିରେ କୌଣସି ଟେଷ୍ଟ ସିରିଜ ଜିତି ପାରି ନାହିଁ । ଖେଳାଯାଇଥିବା ଅନ୍ତିମ ୩ ଟି ସିରିଜରେ ଭାରତ ନିଜର ଦବଦବା ଜାହିର କରିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.