ETV Bharat / sports

ଜାତୀୟ କ୍ରିକେଟ ଏକାଡେମୀରେ ଅଭ୍ୟାସ ଆରମ୍ଭ କଲେ ରୋହିତ

ବେଙ୍ଗାଲୁରୁ ଜାତୀୟ କ୍ରିକେଟ ଏକାଡେମୀରେ ଅଭ୍ୟାସ ଆରମ୍ଭ କଲେ ଭାରତୀୟ ଓପନର ରୋହିତ ଶର୍ମା। ମାଂସପେଶୀ ଜନିତ ଆହତ ସମସ୍ୟା ଯୋଗୁଁ ଆଇପିଏଲର କେତେକ ମ୍ୟାଚରୁ ବାଦ ପଡ଼ିଥିଲେ। ଅଧିକ ପଢ଼ନ୍ତୁ...

author img

By

Published : Nov 20, 2020, 5:08 AM IST

ଜାତୀୟ କ୍ରିକେଟ ଏକାଡେମୀରେ ଅଭ୍ୟାସ ଆରମ୍ଭ କଲେ ରୋହିତ
ଜାତୀୟ କ୍ରିକେଟ ଏକାଡେମୀରେ ଅଭ୍ୟାସ ଆରମ୍ଭ କଲେ ରୋହିତ

ବେଙ୍ଗାଲୁରୁ: ବେଙ୍ଗାଲୁରୁ ଜାତୀୟ କ୍ରିକେଟ ଏକାଡେମୀରେ ଅଭ୍ୟାସ ଆରମ୍ଭ କଲେ ଭାରତୀୟ ଓପନର ରୋହିତ ଶର୍ମା। ଆଇପିଏଲ ଖେଳିବା ବେଳେ ମାଂସପେଶୀରେ ଆଘାତ ଯୋଗୁଁ କେତେକ ଆଇପିଏଲ ମ୍ୟାଚରୁ ବାଦ ପଡ଼ିଥିଲେ ରୋହିତ। ଏହାପରେ ତାଙ୍କୁ ଅଷ୍ଟ୍ରେଲିଆ ଗସ୍ତ ପାଇଁ ଘୋଷିତ ହୋଇଥିବା ଜାତୀୟ ଦଳରୁ ମଧ୍ୟ ବାଦ ଦିଆଯାଇଥିଲା। ତେବେ ପରବର୍ତ୍ତୀ ସମୟରେ ଅଷ୍ଟ୍ରେଲିଆ ଗସ୍ତ ପାଇଁ ଟେଷ୍ଟ ଦଳରେ ପୁନଃ ସାମିଲ ହୋଇଥିଲେ ରୋହିତ।

ରୋହିତ ଶର୍ମାଙ୍କ ମାଂସପେଶୀରେ ଆଘାତ ଏତେଟା ଗମ୍ଭୀର ନଥିଲା। ଏଥିପାଇଁ ଫାଇନାଲ ମ୍ୟାଚରେ ପଡି଼ଆକୁ ଓହ୍ଲାଇଥିଲେ ଏହି ଦମଦାର ଓପନର। ଫାଇନାଲ ମ୍ୟାଚରେ ରୋହିତ 68 ରନର ଦମଦାର ଇନିଂସ ଖେଳିଥିଲେ। ଏହାସହ ନିଜେ ଫିଟ ଥିବା ନେଇ ବିସିସିଆଇକୁ ଜଣାଇଥିଲେ।

ଅଷ୍ଟ୍ରେଲିଆରେ ତିନୋଟି ଟେଷ୍ଟ ପାଇଁ ଦଳରେ ସାମିଲ ହୋଇଛନ୍ତି ରୋହିତ ଶର୍ମା। କାରଣ ପ୍ରଥମ ଟେଷ୍ଟ ପରେ ବିରାଟ କୋହଲି ସ୍ବଦେଶ ଫେରି ଆସିବେ। ଅନୁଷ୍କା ଶର୍ମା ଗର୍ଭବତୀ ଥିବାରୁ ବିରାଟ କୋହଲି ସ୍ବଦେଶ ଫେରିବେ। ଏହାପରେ ଟେଷ୍ଟ ଦଳର ଅଧିନାୟକ ଦାୟିତ୍ବ ସମ୍ଭାଳିବେ ରୋହିତ।

ରୋହିତଙ୍କ ଇଶାନ୍ତ ଶର୍ମା ମଧ୍ୟ ବେଙ୍ଗାଲୁରୁ ଜାତୀୟ କ୍ରିକେଟ ଏକାଡେମୀରେ ଅଭ୍ୟାସ ଆରମ୍ଭ କରିଛନ୍ତି। ଆଇପିଏଲ ଖେଳିବା ବେଳେ ସେ ମଧ୍ୟ ଆହତ ହୋଇଥିଲେ। ଏଥିପାଇଁ ଆଇପିଏଲର ଶେଷ କେତୋଟି ମ୍ୟାଚରୁ ସେ ବାଦ ପଡ଼ିଥିଲେ। ଜାତୀୟ କ୍ରିକେଟ ଏକାଡେମୀ ମୁଖ୍ୟ ରାହୁଲ ଦ୍ରାବିଡ଼ଙ୍କ ନେତୃତ୍ବରେ ଏହି ଦୁଇ ଖେଳାଳି ଅଭ୍ୟାସ କରିଛନ୍ତି। ଇଶାନ୍ତ ଓ ରୋହିତ ଉଭୟ ଅଷ୍ଟ୍ରେଲିଆ ଗସ୍ତ କରିବେ। ସେଠାରେ 14 ଦିନ କ୍ବାରେଣ୍ଟିନରେ ରହିବା ପରେ ପଡ଼ିଆକୁ ଓହ୍ଲାଇବେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.