ETV Bharat / sports

ୱିକେଟ ପଛରେ ରିଷଭ ପନ୍ତଙ୍କ ସ୍ପାଇଡରମ୍ୟାନ ଗୀତ, ଫ୍ୟାନ କଲେ ପ୍ରଶଂସା

author img

By

Published : Jan 18, 2021, 10:34 PM IST

ୱିକେଟ ପଛରେ ସ୍ପାଇଡରମ୍ୟାନ ଗୀତ ଗାଇ ଏବେ ଚର୍ଚ୍ଚାରେ ରହିଛନ୍ତି ରିଷଭ ପନ୍ତ। ସେ ପୁଣି ଅଷ୍ଟ୍ରେଲିଆ ଅଧିନାୟକ ଟିମ ପେନ ବ୍ୟାଟିଂ କରୁଥିବା ବେଳେ ଏହି ଗୀତ ଗାଇଛନ୍ତି। ଅଧିକ ପଢ଼ନ୍ତୁ...

rishbh pants spiderman song behind the wickets goes viral
ୱିକେଟ ପଛରେ ରିଷଭ ପନ୍ତଙ୍କ ସ୍ପାଇଡରମ୍ୟାନ ଗୀତ, ଫ୍ୟାନ କଲେ ପ୍ରଶଂସା

ବ୍ରିସବେନ: ୱିକେଟ ପଛରେ ରହି ସ୍ଲେଜିଂ କରିବା ତଥା କିଛି ନା କିଛି ହେବାକୁ ନେଇ ଭାରତୀୟ ୱିକେଟ କିପର ରିଷଭ ପନ୍ତ ପରିଚିତ। ଆଉଥରେ ୱିକେଟ ପଛରେ ସ୍ପାଇଡରମ୍ୟାନ ଗୀତ ଗାଇ ଏବେ ଚର୍ଚ୍ଚାରେ ରହିଛନ୍ତି ରିଷଭ ପନ୍ତ। ସେ ପୁଣି ଅଷ୍ଟ୍ରେଲିଆ ଅଧିନାୟକ ଟିମ ପେନ ବ୍ୟାଟିଂ କରୁଥିବା ବେଳେ ଏହି ଗୀତ ଗାଇଛନ୍ତି।

ବ୍ରିସବେନରେ ଚାଲିଥିବା ଚୁତର୍ଥ ଟେଷ୍ଟର ଚତୁର୍ଥ ଦିନରେ ଟିମ ପେନ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲେ। ଏହି ସମୟରେ ରିଷଭ ପନ୍ତ ଅତି ଖୁସି ମିଜାଜରେ ରହିଥିବା ଦେଖା ଦେଇଥିଲା। 56ତମ ଓଭର ୱାଶିଂଟନ ସୁନ୍ଦର ବୋଲିଂ କରୁଥାନ୍ତି। ଏହି ସମୟରେ ସେ ୱାଶିଂଟନ ସୁନ୍ଦରଙ୍କୁ ବୋଲିଂ ବେଲେ ଉତ୍ସାହିତ କରିଥିଲେ। ଏହାସହ କଙ୍ଗାରୁ ଦଳକୁ ଅଲଗା କିଛି ବଲ୍ ପକାଇବାକୁ କହିବା ସହ ଅତି ମଜାଳିଆ ଢଙ୍ଗରେ ସ୍ପାଇଡରମ୍ୟାନର ହିନ୍ଦି ଗୀତ ଗାଇବାକୁ ଲାଗିଥିଲେ।

ରିଷଭ ପନ୍ତଙ୍କ ଏହି ସ୍ପାଇଡରମ୍ୟାନ ଗୀତ ଏବେ ଭାଇରାଲ ହେବାରେ ଲାଗିଛି। ସୋସିଆଲ ମିଡିଆରେ ରିଷଭ ପନ୍ତଙ୍କ ଏକ ଭିଡିଓକୁ ଲୋକେ ଖୁବ ପ୍ରଶଂସା କରିଛନ୍ତି। କିଛି ୟୁଜର କହିଛନ୍ତି ଯେ, ଟିମ ବ୍ୟାଟିଂ କରୁଥିବାରୁ ସେ ଏଭଳି ଗୀତ ଗାଇଛନ୍ତି। ସେପଟେ କିଛି କହିଛନ୍ତି ଯେ, ଚାପ ସମୟରେ ନିଜକୁ ପ୍ରସ୍ତୁତ ରଖିବାକୁ ଏଭଳି ଗୀତ ଗାଇଛନ୍ତି।

ଦ୍ବିତୀୟ ଇନିଂଶରେ ଅଷ୍ଟ୍ରେଲିଆ 294 ସ୍କୋରରେ ଅଲଆଉଟ ହୋଇଛି। ଏହାପରେ ଭାରତୀୟ ଟିମକୁ 328 ଟାର୍ଗେଟ ଦେଇଛି ଅଷ୍ଟ୍ରେଲିଆ ଦଳ। ଭାରତ ଦ୍ବିତୀୟ ଇନିଂଶ ଆରମ୍ଭ କରି 4 କରିଛି।

@ians

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.