ETV Bharat / sports

ଚତୁର୍ଥ ଇନିଂଶରେ ଭାରତର ବିଶାଳ ବିଜୟ ଲକ୍ଷ୍ୟ ହାସଲ, ନଜର ପକାନ୍ତୁ ରେକର୍ଡ ଉପରେ - ଚତୁର୍ଥ ଇନିଂଶରେ ଭାରତର ରେକର୍ଡ

ବର୍ଡର ଗାଭାସ୍କର ଟ୍ରଫିରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ଜବରଦସ୍ତ ପ୍ରଦର୍ଶନ କରି ସିରିଜ ହାତେଇଛି। ପୂର୍ବରୁ ଭାରତର ଏଭଳି ଚତୁର୍ଥ ଇନିଂଶର ସର୍ବଶ୍ରେଷ୍ଠ ସ୍କୋର ଓ ବିଜୟ ରେକର୍ଡ ରହିଛି। ଅଧିକ ପଢ଼ନ୍ତୁ...

five best fourth innings score by india in test matches
ଚତୁର୍ଥ ଇନିଂଶରେ ଭାରତର ବିଶାଳ ବିଜୟ ଲକ୍ଷ ହାସଲ, ନଜର ପକାନ୍ତୁ ରେକର୍ଡ ଉପରେ
author img

By

Published : Jan 19, 2021, 10:58 PM IST

ନୂଆଦିଲ୍ଲୀ: ବର୍ଡର ଗାଭାସ୍କର ଟ୍ରଫିରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ଜବରଦସ୍ତ ପ୍ରଦର୍ଶନ କରି ସିରିଜ ହାତେଇଛି। ବିଜୟ ଅସମ୍ଭବ ମନେ ହେଉଥିବା ମ୍ୟାଚର ଚତୁର୍ଥ ଇନିଂଶରେ ଭାରତ ଏଭଳି ପ୍ରଦର୍ଶନ କରିବ କେହି କେବେ ଆକଳନ କରିନଥିଲେ। ଗାବାରେ 32 ବର୍ଷ ହେଲା ଅଷ୍ଟ୍ରେଲିଆ କେବେ ମ୍ୟାଚ ହାରି ନଥିଲା। ସେହିଭଳି ଏହି ମୈଦାନରେ ଭାରତ ଟେଷ୍ଟ ମ୍ୟାଚ ଜିତି ନଥିଲା। ଏହାସତ୍ତ୍ବେ କଙ୍ଗାରୁ ଟିମକୁ 3 ୱିକେଟରେ ମାତ ଦେଇଥିଲା ଟିମ ଇଣ୍ଡିଆ। ତେବେ ଆସନ୍ତୁ ଭାରତର ଏଭଳି ଚତୁର୍ଥ ଇନିଂଶର ସର୍ବଶ୍ରେଷ୍ଠ ସ୍କୋର ଓ ବିଜୟ ଉପରେ ନଜର ପକାଇବା।

1976 ଭାରତ ବନାମ ୱେଷ୍ଟଇଣ୍ଡିଜ

1976 ମସିହା ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟେଷ୍ଟ ମ୍ୟାଚରେ ଭାରତ ଚତୁର୍ଥ ଇନିଂଶରେ 4 ୱିକେଟ ହରାଇ 406ରନର ବିଜୟ ଲକ୍ଷ୍ୟ ହାସଲ କରିଥିଲା। ପ୍ରଥମ ଇନିଂଶରେ ମାତ୍ର 228 ରନ କରିଥିଲା ଟିମ ଇଣ୍ଡିଆ। କିନ୍ତୁ ଚତୁର୍ଥ ଇନିଂଶରେ ସୁନିଲ ଗାଭାସ୍କରଙ୍କ 102 ରନର ଇନିଂସ ଓ ଗୁଣ୍ଡାପା ବିଶ୍ବନାଥଙ୍କ 112 ରନର ଇନିଂଶ ଭାରତକୁ ବିଜୟ ଲକ୍ଷ୍ୟ ଆଡ଼କୁ ନେଇ ଯାଇଥିଲା। ଏହି ମ୍ୟାଚରେ ବ୍ରିଜେଶ ପଟେଲ 49 ରନର ଗୁରୁତ୍ବ ପୂର୍ଣ୍ଣ ଇନିଂଶ ଖେଳଥିଲେ।

2008 ଭାରତ ବନାମ ଇଂଲଣ୍ଡ

2008 ମସିହାରେ ଚେନ୍ନାଇରେ ଏହି ମ୍ୟାଚ ଖେଳାଯାଇଥିଲା। ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି 316 ରନ କରିଥିବା ବେଳେ ଭାରତ କେବଳ 241 କରିଥିଲା। କିନ୍ତୁ ଦ୍ବିତୀୟ ଇନିଂସରେ ଭାରତ ମ୍ୟାଚକୁ ପ୍ରତ୍ୟାବର୍ତ୍ତନ କରିଥିଲା। ଦ୍ବିତୀୟ ଇିନିଂଶରେ ସଚିନ ତେନ୍ଦୁଲକରଙ୍କ ଶତକୀୟ 103 ରନ ଓ ଯୁବରାଜ ସିଂହଙ୍କ 85 ରନ ବଳରେ 387ରନର ବିଶାଳ ବିଜୟ ଲକ୍ଷ୍ୟକୁ ହାସଲ କରିଥିଲା।

2021 ଭାରତ ବନାମ ଅଷ୍ଟ୍ରେଲିଆ

ବର୍ଡର ଗାଭାସ୍କାର ଟ୍ରଫିର ଶେଷ ମ୍ୟାଚରେ ଭାରତ ଜବରଦସ୍ତ ପ୍ରଦର୍ଶନ କରି ଐତିହାସିକ ବିଜୟ ହାସଲ କରିଛି। ଏହି ମ୍ୟାଚରେ ଭାରତ ଚତୁର୍ଥ ଇଂନିଶରେ 328ରନ ବିଜୟ ଲକ୍ଷ୍ୟର ପିଛା କରୁଥିଲା। ଚତୁର୍ଥ ଇନିଂଶରେ ଭାରତ ପକ୍ଷରୁ ଶୁଭମନ ଗିଲ 91 ରନ କରିଥିବା ବେଳେ ରିଷଭ ପନ୍ତ 89 ରନ କରି ଅପରାଜିତ ରହିଥିଲେ। ଏହି ମ୍ୟାଚକୁ ଭାରତ 3 ୱିକେଟରେ ଜିତି ନେଇଛି।

2011 ଭାରତ ବନାମ ୱେଷ୍ଟଇଣ୍ଡିଜ

ୱେଷ୍ଟ ଇଣ୍ଡିଜରେ ଖେଳାଯାଇଥିବା ଏହି ମ୍ୟାଚରେ ଭାରତ ପ୍ରଥମ ଇନିଂଶରେ ମାତ୍ର 209ରେ ଅଲଆଉଟ ହୋଇଯାଇଥିଲା। ୱେଷ୍ଟ ଇଣ୍ଡିଜ ପ୍ରଥମ ଓ ଦ୍ବିତୀୟ ଇନିଂଶରେ ଯଥାକ୍ରମେ 304 ଓ 180 ରନ କରିଥିଲା। ଭାରତ ଆଗରେ 276 ରନ ବିଜୟ ଲକ୍ଷ୍ୟ ରହିଥିବା ବେଳେ ଭାରତ ଚତୁର୍ଥ ଇନିଂସରେ ଦମଦାର ବ୍ୟାଟିଂ କରି ଏହି ମ୍ୟାଚରେ ବିଜୟୀ ହୋଇଥିଲା। ସଚିନ ତେନ୍ଦୁଲକର ଏହି ମ୍ୟାଚରେ ସର୍ବାଧିକ 76 ରନ କରିଥିଲେ।

2012 ଭାରତ ବନାମ ଶ୍ରୀଲଙ୍କା

ଏହି ମ୍ୟାଚ ଶ୍ରୀଲଙ୍କାରେ ଖେଳା ଯାଇଥିଲା। ପ୍ରଥମ ଇନିଂଶରେ ଭାରତ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ତେବେ ଚତୁର୍ଥ ଇନିଂଶରେ ଭାରତ ମ୍ୟାଚ ନିଜ ହାତମୁଠାକୁ ନେଇ ଆସିଥିଲା। ମାତ୍ର 3ଟି ୱିକେଟ ହରାଇ ଭାରତ 264 ରନର ବିଜୟ ଲକ୍ଷ୍ୟ ହାସଲ କରିଥିଲା।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.