ETV Bharat / sports

ବୁମରାଙ୍କ ସର୍ବାଧିକ ଟି-20 ୱିକେଟର ସମକକ୍ଷ ହେଲେ ଚହଲ

author img

By

Published : Dec 6, 2020, 10:22 PM IST

ସର୍ବାଧିକ ଟି-20 ୱିକେଟ ହାସଲକାରୀ ଭାରତୀୟ ବୋଲର ଭାବେ ଦ୍ରୁତ ବୋଲର ଜଶପ୍ରୀତ ବୁମରାଙ୍କ ସହ ସମକକ୍ଷ ହେଲେ ଚହଲ । ଅଧିକ ପଢନ୍ତୁ...

Chahal equals Bumrah's record for most wickets for India in men's T20Is
ବୁମରାଙ୍କ ସର୍ବାଧିକ ଟି-20 ୱିକେଟର ସମକକ୍ଷ ହେଲେ ଚହଲ

ସିଡନି: ପୁରୁଷ ଅନ୍ତର୍ଜାତୀୟ ଟି-20ରେ ଲେଗ-ସ୍ପିନର ୟୁଜଭେନ୍ଦ୍ର ଚହଲଙ୍କ ନୂଆ ରେକର୍ଡ । ସର୍ବାଧିକ ଟି-20 ୱିକେଟ ହାସଲକାରୀ ଭାରତୀୟ ବୋଲର ଭାବେ ଦ୍ରୁତ ବୋଲର ଜଶପ୍ରୀତ ବୁମରାଙ୍କ ସହ ସମକକ୍ଷ ହେଲେ ଚହଲ ।

ରବିବାର ସିଡନି କ୍ରିକେଟ ଗ୍ରାଉଣ୍ଡରେ ଅଷ୍ଟ୍ରେଲିଆ ବିପକ୍ଷ ଦ୍ବିତୀୟ ଟି-20ରେ 4 ଓଭରରେ 51 ରନ ବ୍ୟୟରେ ଗୋଟିଏ ୱିକେଟ ହାସଲ କରିଥିଲେ ଚହଲ । ଏଥିସହ ଚହଲଙ୍କ ମୋଟ ଟି-20 ୱିକେଟ 59ରେ ପହଞ୍ଚିଛି ।

ବୁମରା 50ଟି ମ୍ୟାଚରୁ 59 ୱିକେଟ ଦଖଲ କରିଥିବାବେଳେ, ଚହଲ 44ଟି ମ୍ୟାଚରୁ ସମାନ ସଂଖ୍ୟକ ୱିକେଟ ହାସଲ କରିଥିଲେ । ଚହଲଙ୍କ ସର୍ବଶ୍ରେଷ୍ଠ ପ୍ରଦର୍ଶନ ରହିଛି 25 ରନ ବ୍ୟୟରେ 6 ୱିକେଟ ହାସଲ ।

ଅଫ ସ୍ପିନର ରବିଚନ୍ଦ୍ରନ ଅଶ୍ବିନୀ ଏହି ତାଲିକାରେ ଭାରତ ପକ୍ଷରୁ 46 ଟି-20 ମ୍ୟାଚ ଖେଳି 52 ୱିକେଟ ସହ ତୃତୀୟରେ ରହିଛନ୍ତି । ଅଶ୍ବିନୀଙ୍କ ପଛକୁ 41 ୱିକେଟ ସହ ଭୁବନେଶ୍ବର କୁମାର, 39 ୱିକେଟ ସହ କୁଲଦୀପ ଯାଦବ ଓ 39 ୱିକେଟ ସହ ରବିନ୍ଦ୍ର ଜାଡେଜା ରହିଛନ୍ତି ।

ତେବେ ଶ୍ରୀଲଙ୍କାର ଲସିଥ ମାଲିଙ୍ଗା ଅନ୍ତର୍ଜାତୀୟ ଟି-20ରେ ଶ୍ରେଷ୍ଠ ୱିକେଟ ହାସଲକାରୀ ବୋଲର ରହିଛନ୍ତି । 84 ମ୍ୟାଚରୁ ମାଲିଙ୍ଗା 107 ଶିକାର କରିଛନ୍ତି । ପରେ ପାକିସ୍ତାନର ସାହିଦ ଆଫ୍ରିଦୀ 98 ଓ ବାଂଲାଦେଶର ସାକିବ ଅଲ ହସନ 92 ୱିକେଟ ସହ ତାଲିକାର ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.