ETV Bharat / sports

Asia Cup 2022: କୋହଲିଙ୍କ ୭୧ତମ ଶତକ, ଆଫଗାନିସ୍ତାନ ସାମ୍ନାରେ ୨୧୩ ରନ ଟାର୍ଗେଟ

author img

By

Published : Sep 8, 2022, 9:31 PM IST

ଅନ୍ତର୍ଜାତୀୟ କ୍ୟାରିଅରର ୭୧ତମ ଶତକ ହାସଲ କରିଛନ୍ତି କିଙ୍ଗ୍‌ କୋହଲି (India set 213 runs target for Afghanistan)। ଆଫଗାନିସ୍ତାନ ବିପକ୍ଷରେ ଅନ୍ତର୍ଜାତୀୟ ଟି-୨୦ କ୍ୟାରିଅରର ସର୍ବାଧିକ ବ୍ୟକ୍ତିଗତ ସ୍କୋର୍‌ କରିଛନ୍ତି ବିରାଟ କୋହଲି । ଅଧିକ ପଢ଼ନ୍ତୁ

Asia Cup 2022: କୋହଲିଙ୍କ ୭୧ତମ ଶତକ ହାସଲ, ଆଫଗାନିସ୍ତାନ ସାମ୍ନାରେ ୨୧୩ ଟାର୍ଗେଟ

ଦୁବାଇ: ସତ ହେଲା ବିସିସିଆଇ ସଭାପତି ଗାଙ୍ଗୁଲିଙ୍କ ଭବିଷ୍ୟବାଣୀ । ଶେଷ ହେଲା ୧୦୦୦ରୁ ଅଧିକ ଦିନର ଅପେକ୍ଷା । ଶେଷରେ ଅନ୍ତର୍ଜାତୀୟ କ୍ୟାରିଅରର ୭୧ତମ ଶତକ ହାସଲ କରିଛନ୍ତି କିଙ୍ଗ୍‌ କୋହଲି (kohli scored century in Asia Cup)। ଆଫଗାନିସ୍ତାନ ବିପକ୍ଷରେ ଅନ୍ତର୍ଜାତୀୟ ଟି-୨୦ କ୍ୟାରିଅରର ସର୍ବାଧିକ ବ୍ୟକ୍ତିଗତ ସ୍କୋର୍‌ କରିଛନ୍ତି ବିରାଟ କୋହଲି । ଏସିଆ କପ୍‌ ୨୦୨୨ର ସୁପର 4 ପର୍ଯ୍ୟାୟରେ ଭାରତ ଶେଷ ମ୍ୟାଚ୍‌ ଖେଳୁଛି । ଏହି ମ୍ୟାଚ୍‌ରେ ଆଫଗାନିସ୍ତାନକୁ ୨୧୩ ରନ୍‌ ଟାର୍ଗେଟ୍‌ ଦେଇଛି ଭାରତ (India set 213 runs target for Afghanistan )।

ଏସିଆ କପ୍‌ ୨୦୨୨ରେ ବିରାଟ କୋହଲି ଶତକ ହାସଲ କରିବେ ବୋଲି ଭବିଷ୍ୟବାଣୀ କରିଥିଲେ ସୌରଭ ଗାଙ୍ଗୁଲି । ଶେଷରେ ଏହି ଭବିଷ୍ୟବାଣୀ ସତ ସାବ୍ୟସ୍ତ ହୋଇଛି ।

ଟସ୍‌ ଜିତି ଆଫଗାନିସ୍ତାନ ପ୍ରଥମେ ଭାରତକୁ ବ୍ୟାଟିଂ ଆମନ୍ତ୍ରଣ ଦେଇଥିଲା । ରୋହିତ ଶର୍ମା ଆଜି ବିଶ୍ରାମ ନେଇଥିବାରୁ କେ.ଏଲ୍‌ ରାହୁଲଙ୍କ ସହ ଆଜି ଓପେନିଂ କରିବାକୁ ଓହ୍ଲାଇଥିଲେ ବିରାଟ କୋହଲି । ଉଭୟଙ୍କ ମଧ୍ୟରେ ଏକ ଶତକୀୟ ଭାଗିଦାରୀ ହୋଇଥିଲା । ଏହାପରେ କେଏଲ୍‌ ରାହୁଲ ଆଉଟ ହୋଇଥିବା ବେଳେ ଗୋଟିଏ ପଟେ ବିରାଟ କୋହଲି ଆକ୍ରାମକ ବ୍ୟାଟିଂ ଜାରି ରଖିଥିଲେ । କୋହଲିଙ୍କ ଶତକ ବଳରେ ଭାରତ ୨୧୨ ରନ୍‌ କରିଛି । ଭାରତ କେବଳ ଦୁଇଟି ୱିକେଟ ବିନିମୟରେ ବିଶାଳ ସ୍କୋର୍‌ କରିବାକୁ ସକ୍ଷମ ହୋଇଛି ।

ସେପଟେ ଆଫଗାନିସ୍ତାନର ପ୍ରତ୍ୟେକ ବୋଲର ଆଜି ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି । ଫରିଦ ଅହମ୍ମଦ ମଲିକ ହିଁ ଦୁଇଟି ୱିକେଟ ନେଇଥିବା ବେଳେ ସେ ହିଁ ଦଳର ସବୁଠାରୁ ମହଙ୍ଗା ବୋଲର ଥିଲେ । ଆଉ କୌଣସି ବୋଲରଙ୍କ ପକ୍ଷରୁ ଆଜି ଶୃଙ୍ଖଳିତ ବୋଲିଂ ଦେଖିବାକୁ ମିଳିନଥିଲା । ପଡ଼ିଆରେ ଦଳ ପକ୍ଷରୁ ଅତି ସାଧାରଣ ପିଲ୍ଡିଂ ଦେଖିବାକୁ ମିଳିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.