ETV Bharat / sports

IND vs WI 2nd T20: ଦ୍ବିତୀୟ ମ୍ୟାଚ ସହ ସିରିଜ ଜିତିଲା ଭାରତ

author img

By

Published : Feb 18, 2022, 10:50 PM IST

ଦ୍ବିତୀୟ ଟି-୨୦ ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜକୁ ୭ ୱିକେଟରେ ମାତ୍‌ ଦେଇଛି ଭାରତ । ଏହା ସହିତ ଭାରତ ଏହି ଟି-୨୦ ସିରିଜ ମଧ୍ୟ ବିଜୟୀ ହୋଇଛି ।

IND vs WI 2nd T20: ଦ୍ବିତୀୟ ମ୍ୟାଚ ସହ ସିରିଜ ଜିତିଲା ଭାରତ
IND vs WI 2nd T20: ଦ୍ବିତୀୟ ମ୍ୟାଚ ସହ ସିରିଜ ଜିତିଲା ଭାରତ

କୋଲକାତା: ଦ୍ବିତୀୟ ଟି-୨୦ ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜକୁ ୧୦ ରନ୍‌ରେ ମାତ୍‌ ଦେଇଛି ଭାରତ । ଏହା ସହିତ ଭାରତ ଏହି ଟି-୨୦ ସିରିଜ ମଧ୍ୟ ବିଜୟୀ ହୋଇଛି । ଏହି ସିରିଜର ଶେଷ ମ୍ୟାଚ ଫେବ୍ରୁଆରୀ ୨୦ ତାରିଖରେ ଖେଳାଯିବ । ମ୍ୟାଚରେ ଇଣ୍ଡିଜ ଦଳ ବ୍ୟାଟର ଦମଦାର ପ୍ରଦର୍ଶନ କରିଥିଲେ । ବିଶେଷ କରି ନିକୋଲାସ୍ ପୁରାନ୍ ଓ ରୋଭମାନ ପାୱେଲ ଧୂଆଁଦାର ଇନିଂସ ଖେଳିଥିଲେ ।

୧୮୭ ରନ୍‌ ବିଜୟ ଲକ୍ଷ ପିଛା କରିବାକୁ ଓହ୍ଲାଇଥିବା ଇଣ୍ଡିଜ ଦଳ ଆଜି ଭଲ ବ୍ୟାଟିଂ ପ୍ରଦର୍ଶନ କରିଥିଲା । ତେବେ ଏହା ବିଜୟ ଦ୍ବାରଦେଶରେ ପହଞ୍ଚିବା ଯଥାର୍ଥ ହୋଇ ପାରିନଥିଲା । ଇଣ୍ଡିଜ ଦଳ ପକ୍ଷରୁ କୋଲାସ୍ ପୁରାନ୍ ୬୨ ରନ କରି ପାଭେଲିୟନ ଫେରିଥିବା ବେଳେ ରୋଭମାନ ପୱେଲ ଦ୍ରୁତ ୩୧ ବଲ୍‌ରୁ ୫୩ ରନ୍‌ କରିଥିଲେ । ଏହାଛଡ଼ା ଓପନର ବ୍ରାଣ୍ଡନ କିଙ୍ଗ ୨୨ ରନ୍‌ କରି ପାରିଥିଲେ । ନିର୍ଦ୍ଧାରିତ ୨୦ ଓଭରରେ ୩ ୱିକେଟେ ହରାଇ ୧୭୮ ରନ୍‌ କରି ପାରିଥିଲା ଇଣ୍ଡିଜ୍‌ । ଫଳରେ ଏହି ମ୍ୟାଚ୍‌କୁ ୧୦ ରନ୍‌ରେ ଜିତି ନେଇଛି ଭାରତ ।

ଏହାପୂର୍ବରୁ ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇ ଭାରତ ଜବରଦସ୍ତ ବ୍ୟାଟିଂ କରି ଇଣ୍ଡିଜକୁ ଏକ ବିଶାଳ ବିଜୟ ଲକ୍ଷ୍ୟ ଦେଇଥିଲା । ଭାରତୀୟ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ ହରାଇ ୧୮୬ ରନ କରିଥିଲା । ଭାରତକୁ ଏତେ ଭଲ ଆରମ୍ଭ ମିଳିନଥିଲା । ଓପନର ଇଶାନ କିଶନ ମାତ୍ର ୨ ରନ କରି ପାଭିଲିୟନ ଫେରିଥିଲେ । ଏହାପରେ ଅଧିନାୟକ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ମଧ୍ୟରେ ଏକ ଭଲ ଭାଗୀଦାରୀ ଦେଖିବାକୁ ମିଳିଥିଲା । ତେବେ ରୋହିତ ୧୯ ରନ୍‌ କରି ଆଉଟ ହୋଇଥିଲେ । ଏହାପରେ କୋହଲି ବଡ଼ ସଟ୍‌ ଖେଳି ଅର୍ଦ୍ଧ ଶତକ ହାସଲ କରିଥିଲେ । ସୂର୍ଯ୍ୟ କୁମାର ଯାଦବ ଆଜି ବ୍ୟାଟ୍‌ରେ ବେଶି କମାଲ କରିପାରିନଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.