ଲଣ୍ଡନ: ପ୍ରଥମ ଇନିଂସରେ ଇଂଲଣ୍ଡ ଦଳ ୪୩୨ ରନ କରି ଅଲଆଉଟ ହେବାପରେ ଭାରତର ଦ୍ବିତୀୟ ଇନିଂସ ଆରମ୍ଭ ହୋଇଛି । ଲଞ୍ଚ ସୁଦ୍ଧା ଭାରତ ଗୋଟିଏ ୱିକେଟ ହରାଇ ୩୪ ରନ ସଂଗ୍ରହ କରିବାକୁ ସକ୍ଷମ ହୋଇଛି । କେ.ଏଲ ରାହୁଲ ମାତ୍ର ୮ ରନ କରି ଓଭରଟନଙ୍କ ବଲରେ ଆଉଟ ହୋଇଛନ୍ତି । ୮ ରନ କରିବାକୁ ସେ ୫୪ଟି ବଲ ଖେଳିଥିଲେ ।
ବର୍ତ୍ତମାନ ଓପନର ରୋହିତ ଶର୍ମା ୨୫ ରନ କରି ଅପରାଜିତ ରହିଛନ୍ତି । ପ୍ରଥମ ଇନିଂସର ବ୍ୟାଟିଂ ପରେ ୩୫୪ ରନରେ ଆଗୁଆ ରହିଛି ଇଂଲଣ୍ଡ ଦଳ । ଏହି ମ୍ୟାଚ ବଞ୍ଚାଇବାକୁ ହେଲେ ଭାରତକୁ ଏକ ଲମ୍ବା ଭାଗିଦାରୀର ଆବଶ୍ୟକତା ରହିଛି । ତେବେ ପ୍ରଥମ ଇନିଂସରେ ଭାରତର ନୈରାଶ୍ୟଜନକ ବ୍ୟାଟିଂ ପରେ ମ୍ୟାଚକୁ ନେଇ ଆଶା ଛାଡ଼ି ଦେଇଛନ୍ତି ଭାରତୀୟ ଫ୍ୟାନ । କାରଣ ଦୀର୍ଘ ସମୟ ଧରି କୋହଲିଙ୍କ ଶତକ ମରୁଡ଼ି ଜାରି ରହିଛି । ସେପଟେ ଚେତେଶ୍ବର ପୂଜାରା ମଧ୍ୟ ବ୍ୟାଟିଂରେ କୌଣସି କମାଲ କରିବାରେ ବିଫଳ ହୋଇଛନ୍ତି ।
-
Lunch in Leeds 🍲
— ICC (@ICC) August 27, 2021 " class="align-text-top noRightClick twitterSection" data="
KL Rahul departs with the hosts in command.#WTC23 | #ENGvIND | https://t.co/AZCdNvbRbc pic.twitter.com/5qSfPcVWnG
">Lunch in Leeds 🍲
— ICC (@ICC) August 27, 2021
KL Rahul departs with the hosts in command.#WTC23 | #ENGvIND | https://t.co/AZCdNvbRbc pic.twitter.com/5qSfPcVWnGLunch in Leeds 🍲
— ICC (@ICC) August 27, 2021
KL Rahul departs with the hosts in command.#WTC23 | #ENGvIND | https://t.co/AZCdNvbRbc pic.twitter.com/5qSfPcVWnG
ପରିସ୍ଥିତି ଏଭଳି ହୋଇଛି ଯେ, ପୂଜାରାଙ୍କୁ ଚୂଡ଼ାନ୍ତ ଏକାଦଶରୁ ବାଦ ଦେବାକୁ ଦାବି ଜୋର ଧରିଛି । ବର୍ତ୍ତମାନ ସୁଦ୍ଧା ଟପ ଅର୍ଡର ଲଗାତାର ଫେଲ ମାରିବାରେ ଲାଗିଛନ୍ତି । ଯେଉଁ ପିଚରେ ଭାରତୀୟ ଦଳ ୭୮ ରନରେ ଅଲ ଆଉଟ ହୋଇଥିଲା ସେହି ପିଚରେ ଇଂଲଣ୍ଡ ଦଳ ୪୩୨ ରନର ପାହାଡ଼ ଭଳି ସ୍କୋର କରିଛି । ଇଂଲଣ୍ଡ ପେସ୍ ଆକ୍ରମଣ ସାମ୍ନାରେ ଭାରତୀୟ ବ୍ୟାଟ୍ସମ୍ୟାନ ଆତ୍ମସମର୍ପଣ କରୁଥିବା ନଜର ଆସିଛି । ଏହି ମ୍ୟାଚକୁ ଭାରତ ବଞ୍ଚାଇ ପାରୁଛି କି ନାହିଁ ତାହାରି ଉପରେ ରହିବ ସଭିଙ୍କ ନଜର ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ