ETV Bharat / sports

IND vs SL 1st T-20: ଇଶାନ କିଷନଙ୍କ ଧୂଆଁଦାର ବ୍ୟାଟିଂ, ଶ୍ରୀଲଙ୍କା ଆଗରେ ୨୦୦ ରନ୍‌ ଟାର୍ଗେଟ - ଭାରତ ବନାମ ଶ୍ରୀଲଙ୍କା ପ୍ରଥମ ଟି-୨୦ ମ୍ୟାଚ୍‌ ଖବର

ଶ୍ରୀଲଙ୍କା ସମ୍ମୁଖରେ ବିଶାଳ ବିଜୟ ଲକ୍ଷ୍ୟ ରଖିଛି ଭାରତ । ଟସ୍‌ ଜିତି ପ୍ରଥମେ ଭାରତକୁ ବ୍ୟାଟିଂ ନିମନ୍ତ୍ରଣ ଦେଇଥିଲା ଶ୍ରୀଲଙ୍କା । ଅଧିକ ପଢ଼ନ୍ତୁ

IND vs SL 1st T-20: ଇଶାନ କିଷନଙ୍କ ଧୂଆଁଦାର ବ୍ୟାଟିଂ, ଶ୍ରୀଲଙ୍କା ଆଗରେ ୨୦୦ ରନ୍‌ ଟାର୍ଗେଟ

author img

By

Published : Feb 24, 2022, 9:04 PM IST

ଲକ୍ଷ୍ନୌ: ଶ୍ରୀଲଙ୍କା ସମ୍ମୁଖରେ ବିଶାଳ ବିଜୟ ଲକ୍ଷ୍ୟ ରଖିଛି ଭାରତ । ଟସ୍‌ ଜିତି ପ୍ରଥମେ ଭାରତକୁ ବ୍ୟାଟିଂ ନିମନ୍ତ୍ରଣ ଦେଇଥିଲା ଶ୍ରୀଲଙ୍କା । ଭାରତ ପକ୍ଷରୁ ଦୁଇ ଓପନର ରୋହିତ ଶର୍ମା ଓ ଇଶାନ କିଶନ ଧୂଆଁଦାର ଖେଳ ଆରମ୍ଭ କରିଥିଲେ । ଫଳରେ ଭାରତ ଶ୍ରୀଲଙ୍କାକୁ ୨୦୦ ରନ୍‌ ଟାର୍ଗେଟ ଦେଇଛି ।

ପ୍ରଥମ ୱିକେଟ ପାଇଁ ଦୁହିଁଙ୍କ ମଧ୍ୟରେ ୧୧୧ ରନ୍‌ର ଭାଗିଦାରୀ ହୋଇଥିଲା । ଏହାପରେ ୧୨ତମ ଓଭରରେ ରୋହିତ ଶର୍ମା ୩୨ ବଲ୍‌ରୁ ୪୪ ରନ୍‌ ଆଉଟ ହୋଇଥିଲେ । ଏହାସତ୍ତ୍ବେ ଭାରତ ଦ୍ରୁତ ଗତିରେ ରନ୍‌ ସଂଗ୍ରହ କରିବା ଜାରି ରଖିଥିଲେ ।

ଶ୍ରେୟସ ଆୟର ଓ ଇଶାନ କିଶନ ବଡ଼ ସଟ୍‌ ଖେଳି ଶ୍ରୀଲଙ୍କା ବୋଲରଙ୍କ ଅଙ୍କ ବିଗାଡ଼ି ଦେଇଥିଲେ । ଇଶାନ କିଶନ ଆଜିର ମ୍ୟାଚ୍‌ରେ ଶତକରୁ ବଞ୍ଚିତ ହୋଇଛନ୍ତି । ସେ ୫୬ ବଲ୍‌ରୁ ୮୯ ରନ୍‌ ଯୋଡ଼ିଥିଲେ । ସେଥିମଧ୍ୟରେ ୧୦ ଚୌକା ସାମିଲ ଥିବାବେଳେ ୩ ଛକା ସାମିଲ ଥିଲା ।

ଶ୍ରେୟସ ଆୟର ମଧ୍ୟ ୨୮ ବଲ୍‌ରୁ ଦ୍ରୁତ ୫୭ ରନ୍‌ କରିଥିଲେ । ଫଳରେ ନିର୍ଦ୍ଧାରିତ ୨୦ ଓଭରରେ ଭାରତ ୨ ୱିକେଟ ହରାଇ ୧୯୯ ରନ୍‌ କରିଛି । ସେପଟେ ଶ୍ରୀଲଙ୍କା ପକ୍ଷରୁ ଲହିରୁ କୁମାରା ଓ ଶନକ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ । ତେବେ ଏହି ମ୍ୟାଚ୍‌ରେ ଶ୍ରୀଲଙ୍କା ବ୍ୟାଟର କିଭଳି ବ୍ୟାଟିଂ କରିବେ ତାହାରି ଉପରେ ସଭିଁଙ୍କ ନଜର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.