ETV Bharat / sports

IND vs WI 2nd T20: ଇଣ୍ଡିଜ୍‌କୁ ୧୮୭ ରନର ଟାର୍ଗେଟ ଦେଲା ଭାରତ

author img

By

Published : Feb 18, 2022, 9:07 PM IST

ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଖେଳାଯାଉଛି ଟି-୨୦ ସିରିଜର ଦ୍ବିତୀୟ ମ୍ୟାଚ । ଭାରତୀୟ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ ହରାଇ ୧୮୬ ରନ୍‌ କରିଛି । ଅଧିକ ପଢନ୍ତୁ

IND vs WI 2nd T20: ଇଣ୍ଡିଜ୍‌କୁ ୧୮୭ ରନ୍‌ ଟାର୍ଗେଟ ଦେଲା ଭାରତ

କୋଲକାତା: ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଖେଳାଯାଉଛି ଟି-୨୦ ସିରିଜର ଦ୍ବିତୀୟ ମ୍ୟାଚ । ଏହି ମ୍ୟାଚ୍‌ରେ ପ୍ରଥମେ ଟସ ଜିତି ଭାରତକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ ଦେଇଥିଲା ଇଣ୍ଡିଜ । ଭାରତ ଜବରଦସ୍ତ ବ୍ୟାଟିଂ କରି ଇଣ୍ଡିଜକୁ ଏକ ବିଶାଳ ବିଜୟ ଲକ୍ଷ୍ୟ ଦେଇଛି । ଭାରତୀୟ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ ହରାଇ ୧୮୬ ରନ କରିଛି ।

ଭାରତକୁ ଏତେ ଭଲ ଆରମ୍ଭ ମିଳିନଥିଲା । ଓପନର ଇଶାନ କିଶନ ମାତ୍ର ୨ ରନ କରି ପାଭିଲିୟନ ଫେରିଥିଲେ । ଏହାପରେ ଅଧିନାୟକ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ମଧ୍ୟରେ ଏକ ଭଲ ଭାଗୀଦାରୀ ଦେଖିବାକୁ ମିଳିଥିଲା । ତେବେ ରୋହିତ ୧୯ ରନ୍‌ କରି ଆଉଟ ହୋଇଥିଲେ । ଏହାପରେ କୋହଲି ବଡ଼ ସଟ୍‌ ଖେଳି ଅର୍ଦ୍ଧ ଶତକ ହାସଲ କରିଥିଲେ । ସୂର୍ଯ୍ୟ କୁମାର ଯାଦବ ଆଜି ବ୍ୟାଟ୍‌ରେ ବେଶି କମାଲ କରିପାରିନାହାନ୍ତି ।

କୋହଲି ୧୪ତମ ଓଭରରେ ଆଉଟ ହେବାପରେ ଭେଙ୍କେଟସ ଆୟର ଓ ଋଷଭ ପନ୍ତଙ୍କ ମଧ୍ୟରେ ଅର୍ଦ୍ଧଶତକୀୟ ଭାଗୀଦାରୀ ଦେଖିବାକୁ ମିଳିଥିଲା । ଫଳରେ ଭାରତ ଇଣ୍ଡିଜ୍‌କୁ ୧୮୭ ରନ ବିଜୟ ଲକ୍ଷ୍ୟ ଦେବାରେ ସକ୍ଷମ ହୋଇଛି ।

ସେପଟେ ଇଣ୍ଡିଜର ବୋଲରଙ୍କ କଥା କହିଲେ ସ୍ପିନର ରୋଷ୍ଟନ ଚେଜ୍‌ ସବୁଠାରୁ କମ୍‌ ରନ୍‌ ଖର୍ଚ୍ଚ କରିବା ସହ ୩ଟି ୱିକେଟ ମଧ୍ୟ ହାସଲ କରିଛନ୍ତି । ଚେଜ୍‌ଙ୍କ ବୋଲିଂରେ ଭାରତୀୟ ବ୍ୟାଟର ସଂଘର୍ଶ କରୁଥିବା ନଜର ଆସିଥିଲା । ଅନ୍ୟମାନଙ୍କ ମଧ୍ୟରେ ରୋମାରିଓ ଶେଫର୍ଡ ଓ ସେଲଡନ୍‌ କର୍ଟେଲ ଗୋଟିଏ ଲେଖାଏଁ ୱିକେଟ ନେଇଛନ୍ତି । ତେବେ ଏହି ପିଚ୍‌ରେ ଇଣ୍ଡିଜ୍‌ ବ୍ୟାଟର କିଭଳି ବ୍ୟାଟିଂ କରିବେ ତାହାରି ରହିଛି ନଜର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.