ETV Bharat / sports

Highest Wicket Record in T20: ଚହଲଙ୍କ ନାଁରେ ସର୍ବାଧିକ ୱିକେଟ ରେକର୍ଡ, ପଛରେ ପଡିଲେ ଭୁବନେଶ୍ୱର

author img

By

Published : Jan 30, 2023, 9:10 PM IST

ଟି୨୦ ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ୯୧ ଟି ୱିକେଟ ନେଇ ଭାରତ ପାଇଁ ଅଧିକ ୱିକେଟ ଅକ୍ତିଆର କରିଥିବା ରେକର୍ଡ ୟୁଜିବେନ୍ଦ୍ର ଚହଲ ନିଜ ନାମରେ କରିଛନ୍ତି । ଅଧିକ ପଢନ୍ତୁ

ୟୁଜିବେନ୍ଦ୍ର ଚହଲ
ୟୁଜିବେନ୍ଦ୍ର ଚହଲ

ହାଇଦ୍ରାବାଦ : ରେକର୍ଡ କଲେ ଭାରତୀୟ ସ୍ପିନର ୟୁଜିବେନ୍ଦ୍ର ଚହଲ । ଟି୨୦ ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ୯୧ ଟି ୱିକେଟ ନେଇ ଭାରତ ପାଇଁ ଅଧିକ ୱିକେଟ ଅକ୍ତିଆର କରିଥିବା ରେକର୍ଡ ସେ ନିଜ ନାମରେ କରିଛନ୍ତି । ଚହଲ ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ବିତୀୟ ଟି୨୦ ମ୍ୟାଚରେ ଏକ ରେକର୍ଡ ନିଜ ନାମରେ କରିବାରେ ସଫଳ ହୋଇଛନ୍ତି । ଲକ୍ଷ୍ନୌରେ ଭାରତ ନ୍ୟୁଜିଲାଣ୍ଡ ବିପକ୍ଷରେ ଦ୍ବିତୀୟ ଟି୨୦ ମ୍ୟାଚ ଖେଳିଥିଲା । ଏହି ମ୍ୟାଚରେ ଭାରତ ନ୍ୟୁଜିଲାଣ୍ଡକୁ ୬ ୱିକେଟରେ ପରାସ୍ତ କରି ସିରିଜ ୧-୧ରେ ବରାବର ରଖିଛି । ଏହି ଦ୍ବିତୀୟ ଟି୨୦ ମ୍ୟାଚରେ ୟୁଜିବେନ୍ଦ୍ର ଚହଲ ଚୂଡାନ୍ତ ଏକାଦଶରେ ସ୍ଥାନ ପାଇଥିଲେ । ତେବେ ଏହି ମୁକାବିଲାରେ ଚହଲ ଗୋଟିଏ ୱିକେଟ ନେଇ ଏକ ରେକର୍ଡ କରିଛନ୍ତି । ଟି୨୦ ଅନ୍ତର୍ଜାତୀୟ କ୍ରିକେଟରେ ଭାରତ ପାଇଁ ଅଧିକ ୱିକେଟ ନେଇଥିବା ରେକର୍ଡ ସେ ନିଜ ନାମରେ କରିଛନ୍ତି । ଚହଲ ଭାରତ ପାଇଁ ଟି୨୦ ଅନ୍ତର୍ଜାତୀୟ ମ୍ୟାଚରେ ସର୍ବାଧିକ ୯୧ ଟି ୱିକେଟ ହାସଲ କରିଛନ୍ତି । ଏହି ମାମଲାରେ ସେ ଫାଷ୍ଟ ବୋଲର ଭୁବନେଶ୍ବର କୁମାରଙ୍କୁ ପଛରେ ପକାଇଛନ୍ତି ।

Yuzvendra Chahal is now India’s highest wicket-taker in T20Is 🔥🇮🇳#INDvNZ #CricketTwitter pic.twitter.com/mP4bei0xc0

— Sportskeeda (@Sportskeeda) January 29, 2023

ଭାରତ ନ୍ୟୁଜିଲାଣ୍ଡ ବିପକ୍ଷରେ ଦ୍ବିତୀୟ ଟି୨୦ ମ୍ୟାଚ ଖେଳିବା ପୂର୍ବରୁ ୟୁଜିବେନ୍ଦ୍ର ଚହଲଙ୍କ ନାମରେ ୯୦ ଟି ୱିକେଟ ରହିଥିଲା । ଚହଲ ଏହି ମ୍ୟାଚ ପୂର୍ବରୁ ଭୁବନେଶ୍ବର କୁମାରଙ୍କ ବରାବର ରହିଥିଲେ । ହେଲେ ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ବିତୀୟ ଟି୨୦ ମ୍ୟାଚରେ ଚହଲ ଗୋଟିଏ ୱିକେଟ ନେଇ ଭୁବନେଶ୍ବର କୁମାରଙ୍କୁ ପଛରେ ପକାଇଛନ୍ତି । ଏହି ମୁକାବିଲାରେ ଚହଲ ୨ ଓଭରରେ ୪ ରନ ବ୍ୟୟ କରି ଗୋଟିଏ ୱିକେଟ ନେଇଥିଲେ । ସେହିପରି ଏହି ମ୍ୟାଚରେ ଚହଲ ଏକ ମେଡେନ ମଧ୍ୟ ନେଇଥିଲେ । ତେବେ ଭାରତୀୟ ଟିମ ତରଫରୁ ଚହଲ ଅନ୍ତର୍ଜାତୀୟ ଟି୨୦ କ୍ରିକେଟରେ ଏପର୍ଯ୍ୟନ୍ତ ସର୍ବାଧିକ ୯୧ ଟି ୱିକେଟ ନେଇ ଏକ ରେକର୍ଡ ନିଜ ନାମରେ କରିଛନ୍ତି । ଏହି ତାଲିକାରେ ଦ୍ବିତୀୟ ସ୍ଥାନରେ ରହିଛନ୍ତି ଫାଷ୍ଟ ବୋଲର ଭୁବନେଶ୍ବର କୁମାର । ସେ ଅନ୍ତର୍ଜାତୀୟ ଟି୨୦ କ୍ରିକେଟରେ ଭାରତ ତରଫରୁ ଏପର୍ଯ୍ୟନ୍ତ ୯୦ଟି ୱିକେଟ ନେଇଛନ୍ତି ।

ୟୁଜିବେନ୍ଦ୍ର ଚହଲ ୭୫ ଟି ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିବା ବେଳେ ୭୪ ଟି ପାଳିରୁ ୯୧ ଟି ୱିକେଟ ନେଇଛନ୍ତି । ସେହିପରି ଭୁବନେଶ୍ବର କୁମାର ୮୭ ଟି ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିବା ବେଳେ ୮୬ ଟି ପାଳିରୁ ୯୦ ଟି ୱିକେଟ ନେଇଛନ୍ତି । ସ୍ପିନର ରବିଚନ୍ଦ୍ରନ ଅଶ୍ବୀନ ୬୫ ଟି ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିବା ବେଳେ ୬୫ ଟି ପାଳିରୁ ୭୨ ଟି ୱିକେଟ ନେଇଛନ୍ତି । ଫାଷ୍ଟ ବୋଲର ଜଶପ୍ରିତ ବୁମରା ୬୦ ଟି ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିବା ବେଳେ ୫୯ ଟି ପାଳିରୁ ୭୦ ଟି ୱିକେଟ ନେଇଛନ୍ତି । ହାର୍ଦ୍ଦିକ ପାଣ୍ଡ୍ୟା ୮୬ ଟି ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିବା ବେଳେ ୭୫ ଟି ପାଳିରୁ ୬୫ ଟି ୱିକେଟ ନେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.