ETV Bharat / sports

କେନିଆ କ୍ରିକେଟ ଟିମରେ ଖେଳିବେ ଭାରତୀୟ ବଂଶୋଦ୍ଭବ ପୁଷ୍କର

author img

By

Published : Dec 27, 2022, 8:58 AM IST

ଭାରତରେ ଜନ୍ମିତ କ୍ରିକେଟର କେନିଆ କ୍ରିକେଟ ଟିମ୍‌ ତରଫରୁ ଖେଳିବେ । କେନିଆ ଜାତୀୟ କ୍ରିକେଟ ଟିମ୍‌ରେ ସାମିଲ ହୋଇଛନ୍ତି ଭାରତୀୟ ବଂଶୋଦ୍ଭବ ପୁଷ୍କର ଶର୍ମା । ଅଧିକ ପଢନ୍ତୁ

ଭାରତରେ ଜନ୍ମିତ ପୁଷ୍କର ଖେଳିବେ କେନିଆ କ୍ରିକେଟ ଟିମରେ

ହାଇଦ୍ରାବାଦ: ଭାରତରେ ଜନ୍ମିତ ପୁଷ୍କର ଶର୍ମା କେନିଆ ଜାତୀୟ କ୍ରିକେଟ ଟିମ୍‌ରେ ସାମିଲ ହୋଇଛନ୍ତି । ପୁଷ୍କର ଚଳିତ ବର୍ଷ ନଭେମ୍ବର ମାସରେ କେନିଆ ପାଇଁ ରାୱାଣ୍ଡାରେ ଆୟୋଜିତ ହୋଇଥିବା ସବ ରିଜନାଲ ଆଫ୍ରିକା ଏ' କ୍ବାଲିଫାୟରରେ ଡେବ୍ୟୁ କରିଥିଲେ । ତେବେ କେନିଆ ଜାତୀୟ ଟିମରେ ଚୟନ ନେଇ ପୁଷ୍କର କହିଛନ୍ତି "ମୋର କ୍ରିକେଟ ଯାତ୍ରାରେ ସହଯୋଗ କରିଥିବା ଇଣ୍ଡିଆଫାସ୍ଟ ଲାଇଫକୁ ଧନ୍ୟବାଦ ଦେଉଛି । ତାଙ୍କର ସହଯୋଗ ବିନା ମୁଁ ମୋ କ୍ୟାରିୟରେ ଆଗକୁ ବଢି ପାରି ନଥାନ୍ତି । ମୋ ବାପାଙ୍କ ଅସୁସ୍ଥତା ସମୟରେ ଇଣ୍ଡିଆଫାସ୍ଟ ଲାଇଫ ମୋ ସୁଖ ଦୁଃଖରେ ଠିଆ ହୋଇଥିଲା ।"

ସେପଟେ ଇଣ୍ଡିଆଫାସ୍ଟ ଇନସୁରେନ୍ସ କମ୍ପାନୀ ଲିମିଟେଡର ମୁଖ୍ୟ ଜନଅଧିକାରୀ ପ୍ରବୀଣ ମେନନ କହିଛନ୍ତି "ପୁଷ୍କରଙ୍କ ଏହି ସଫଳତାକୁ ନେଇ ଆମେ ବହୁତ ଗର୍ବିତ । ପ୍ରାରମ୍ଭରୁ ହିଁ ଆମେ ତାଙ୍କର ପ୍ରତିଭାକୁ ଜାଣିପାରି ତାଙ୍କ କ୍ରିକେଟ କ୍ୟାରିଅରରେ ସହଯୋଗ ପାଇଁ ହାତ ବଢାଇଥିଲୁ । ପୁଷ୍କରଙ୍କୁ କ୍ୟାରିଅରରେ ଉନ୍ନତି ପାଇଁ ଆମେ ଆଗକୁ ମଧ୍ୟ ତାଙ୍କୁ ସହଯୋଗ ଜାରି ରଖିବୁ । ସେ ଗତ ବର୍ଷ ନାଇରୋବୀ କ୍ରିକେଟ ଆସୋସିଏସନ ସୁପର ଡିଭିଜନ ଲିଗ୍‌ରେ ୧୪ ପାଳିରୁ ୮୪୧ ରନ ହାସଲ କରିଥିଲେ । ତାଙ୍କର ପ୍ରଦର୍ଶନ ବଳରେ ସେ ସମସ୍ତଙ୍କ ହୃଦୟ ଜିଣିବାରେ ସହାୟକ ହୋଇପାରିଛନ୍ତି ।" ଏହି ଯୁବ ଖେଳାଳି ୧୧୫ ଷ୍ଟ୍ରାଇକ ରେଟରେ ୨୨୮ ରନ ସଂଗ୍ରହ କରିଛନ୍ତି । ଖାଲି ସେତିକି ନୁହେଁ ୭ରୁ କମ୍‌ ଇକୋନୋମି ରେଟରେ ୫ଟି ୱିକେଟ ମଧ୍ୟ ନେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.