ETV Bharat / sports

Womens Asia Cup: ଥାଇଲାଣ୍ଡ ବିପକ୍ଷରେ ଭାରତର ସହଜ ବିଜୟ

author img

By

Published : Oct 10, 2022, 4:56 PM IST

ମହିଳା ଏସିଆ କପରେ ଥାଇଲାଣ୍ଡକୁ ୯ ୱିକେଟରେ ପରାସ୍ତ କରିଛି ଭାରତ । ଅଧିକ ପଢନ୍ତୁ

Womens Asia Cup : ଥାଇଲାଣ୍ଡକୁ ୯ ୱିକେଟରେ ହରାଇ ଭାରତର ସହଜ ବିଜୟ

ହାଇଦ୍ରାବାଦ: ମହିଳା ଏସିଆ କପରେ ଥାଇଲାଣ୍ଡ ବିପକ୍ଷରେ ଭାରତର ସହଜ ବିଜୟ । ଆଜି (ସୋମବାର ) ଖେଳାଯାଇଥିବା ମ୍ୟାଚରେ ଥାଇଲାଣ୍ଡ ଶୋଚନୀୟ ପରାଜୟ ବରଣ କରିଛି । ଥାଇଲାଣ୍ଡ ପ୍ରଥମେ ବ୍ୟାଟିଂ କରି ୧୫.୧ ଓଭରରେ ଅଲଆଉଟ ହୋଇ ମାତ୍ର ୩୭ ରନ କରିଥିଲା । ଏହାର ଜବାବରେ ଭାରତ ଗୋଟିଏ ୱିକେଟ ହରାଇ ୬ ଓଭରରେ ଟାର୍ଗେଟ ହାସଲ କରିନେଇଥିଲା । ଆଜିର ମ୍ୟାଚ ବିଜୟ ସହିତ ଭାରତ ସର୍ବାଧିିକ ୧୦ ପଏଣ୍ଟ ହାସଲ କରି ମହିଳା ଏସିଆ କପ ପଏଣ୍ଟ ଟେବୁଲରେ ଶୀର୍ଷ ସ୍ଥାନରେ ରହିଛି । ମହିଳା ଏସିଆ କପରେ ଭାରତ ଏପର୍ଯ୍ୟନ୍ତ ୬ଟି ମ୍ୟାଚ୍‌ ଖେଳି ୫ଟି ମ୍ୟାଚରେ ବିଜୟ ହାସଲ କରିଛି ।

ଭାରତ ଟସ୍‌ ଜିତି କାମଚଳା ଅଧିନାୟିକା ସ୍ମୃତି ମାନ୍ଧନା ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ । ଥାଇଲାଣ୍ଡର ପ୍ରଥମରୁ ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା । ଭାରତୀୟ ବୋଲରଙ୍କ ଆଗରେ ଖାତା ଖୋଲିବାରେ ବିଫଳ ହୋଇଥିଲେ ଥାଇଲାଣ୍ଡ ବ୍ୟାଟର । ସ୍ନେହା ରଣା ଘାତକ ବୋଲିଂ ବଳରେ ଥାଇଲାଣ୍ଡ ବ୍ୟାଟର ଧରାଶାୟୀ ହୋଇଥିଲେ । ଥାଇଲାଣ୍ଡର ଚାରି ଜଣ ବ୍ୟାଟର ଶୂନରେ ଆଉଟ ହୋଇ ପାଭଲିୟନ ଫେରିଥିବାବେଳେ, ୬ ଜଣ ବ୍ୟାଟର ଦୁଇ ଅଙ୍କ ବିଶିଷ୍ଟ ସ୍କୋର କରିବାରେ ବିଫଳ ହୋଇଥିଲେ । ଏନ କୋନଚରୋଏନକାଏଙ୍କ ସର୍ବାଧିକ ୧୨ ରନ୍‌ ଫଳରେ ଥାଇଲାଣ୍ଡ ଅଲଆଉଟ୍‌ ହୋଇ ୧୫.୧ ଓଭରରେ ୩୭ ରନ କରିଥିଲା ।

ଏହାର ଜବାବରେ ଭାରତ ଏସ ମେଘନାଙ୍କ ଦମଦାର ବ୍ୟାଟିଂ ବଳରେ ଭାରତ ୬ ଓଭରରେ ଗୋଟିଏ ୱିକେଟ ହରାଇ ୪୦ ରନ କରିଥିଲା । ଓପନିଂ ପାଇଁ ଆସିଥିବା ମେଘନା ୧୮ ବଲରୁ ୩ଟି ଚୌକା ସହିତ ୨୦ ରନ କରି ଅପରାଜିତ ରହିଥିଲେ । ସେହିପରି ସେଫାଳି ବର୍ମା ୮ ରନ କରି ଆଉଟ ହୋଇଥିବାବେଳେ, ପୂଜା ବସ୍ତ୍ରାକର ୧୨ ରନ କରି ଅପରାଜିତ ରହିଛନ୍ତି । ସେପଟେ ସ୍ନେହା ରଣା ୪ ଓଭର ବୋଲିଂ କରି ୯ ରନ ବ୍ୟୟରେ ସର୍ବାଧିକ ୩ଟି ୱିକେଟ ହାସଲ କରିଥିଲେ । ଦିପ୍ତି ଶର୍ମା ଓ ରାଜେଶ୍ବରୀ ଗାଏକ୍ବାଡ ୨ ଟି ଲେଖାଏଁ ୱିକେଟ ନେଇଥିବାବେଳେ ମେଘନା ସିଂହ ଗୋଟିଏ ୱିକେଟ ନେଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.