ETV Bharat / sports

Emerging Asia Cup Final: ଆଜି ଫାଇନାଲ ଫାଇଟ, ଭାରତ-ଏ ବନାମ ପାକିସ୍ତାନ-ଏ ମହାମୁକାବିଲା

author img

By

Published : Jul 23, 2023, 7:13 AM IST

ଏସିସି ପୁରୁଷ ଏମର୍ଜିଂ ଏସିଆ କପରେ ଆଜି ଫାଇନାଲ ମ୍ୟାଚ ଖେଳାଯିବ । ଫାଇନାଲ ଫାଇଟରେ ପାରମ୍ପରିକ ପ୍ରତିନ୍ଦ୍ବନ୍ଦୀ ଭାରତ-ଏ ଓ ପାକିସ୍ତାନ-ଏ ପରସ୍ପରକୁ ଭେଟିବେ । ଅଧିକ ପଢନ୍ତୁ

india A vs pakistan A Emerging Asia Cup Final
ଏସିସି ପୁରୁଷ ଏମର୍ଜିଂ ଏସିଆ କପ

କୋଲମ୍ବୋ: କ୍ରିକେଟ ପ୍ରେମୀ ହୋଇଯାଆନ୍ତୁ ପ୍ରସ୍ତୁତ । ଆଉ କିଛି ସମୟର ଅପେକ୍ଷା । ଏସିସି ଏମର୍ଜିଂ ଏସିଆ କପ ଫାଇନାଲ ଫାଇଟରେ ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିନ୍ଦ୍ବନ୍ଦୀ ଭାରତ ଓ ପାକିସ୍ତାନ । ଏମର୍ଜିଂ ଏସିଆ କପ 5ମ ସଂସ୍କରଣରେ ଆଜି ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ । ଟ୍ରଫି ଟକ୍କରରେ ଭାରତ-ଏ ଓ ପାକିସ୍ତାନ-ଏ ପରସ୍ପରକୁ ଭେଟିବେ । ଏବେ ଯାଏ ଜବରଦସ୍ତ ପ୍ରଦର୍ଶନ କରି ଆସୁଥିବା ଭାରତ-ଏ ପାକିସ୍ତାନକୁ ହରାଇ ଟ୍ରଫି ହାସଲ କରିବାକୁ ଲକ୍ଷ୍ୟ ରଖିଛି ।

ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବାକୁ ଥିବା ଫାଇନାଲ ମ୍ୟାଚରେ କିଏ ଜିତିବା ତାହା ଆକଳନ କରିବା କଷ୍ଟକର ହୋଇଥିଲେ ସୁଦ୍ଧା ରେକର୍ଡ ଅଧାରରେ ଭାରତର ପଲ୍ଲା ଭାରି ରହିଛି । ଭାରତୀୟ ଦଳର ଫର୍ମକୁ ଦେଖିଲେ ଟ୍ରଫି ଟକ୍କରରେ ଦଳର ବିଜୟ ସମ୍ଭାବନା ଅଧିକ ରହିଛି । ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା ଲିଗ ମ୍ୟାଚରେ ଭାରତ ପାକିସ୍ତାନକୁ 8 ୱିକେଟରେ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଥିଲା । ଆଜି ଫାଇନାଲରେ ଦୃଢ ମନୋବଳ ସହିତ ମୈଦାନକୁ ଓହ୍ଲାଇବ । ଭାରତ-ଏରେ ବିଶେଷ କରି ବ୍ୟାଟିଂରେ ସାଇ ସୁଦର୍ଶନ, ଅଭିଶେଷ ଶର୍ମା ଓ ଅଧିନାୟକ ୟଶ ଧୂଳଙ୍କ ଉପରେ ନଜର ରହିବ । ସେହିପରି ବୋଲିଂରେ ସେମିଫାଇନାଲ ମ୍ୟାଚରେ ବାଂଲାଦେଶ ବିପକ୍ଷରେ 5ଟି ୱିକେଟ ହାସଲ କରିଥିବା ନିଶାନ୍ତ ସିନ୍ଧୁ ଓ ଲିଗ ମ୍ୟାଚରେ ପାକିସ୍ତାନ ବିପକ୍ଷରେ 5 ୱିକେଟ ନେଇଥିବା ରାଜବର୍ଦ୍ଧନ ହଙ୍ଗରଗେକରଙ୍କ ଉପରେ ଫୋକସ ରହିବ ।

ସେମିଫାଇନାଲ ମ୍ୟାଚରେ ବାଂଲାଦେଶକୁ 51 ରନରେ ପରାସ୍ତ କରିଥିଲା ଭାରତ-ଏ । ସେହିପରି ଆୟୋଜକ ଶ୍ରୀଲଙ୍କା ଓ ପାକିସ୍ତାନ- ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ପାକିସ୍ତାନ-ଏ 60ରନରେ ବିଜୟ ହାସଲ କରିଥିଲା । ବାଂଲାଦେଶ ବିପକ୍ଷ ସେମିରେ ଅଧିନାୟକ ୟଶ ଧୂଳ 66ରନର ଲଢୁଆ ବ୍ୟାଟିଂ କରିଥିଲେ । ବୋଲରଙ୍କ ସଫଳତା ପାଇଁ ଭାରତ-ଏ ସେମି ସମରରେ ବାଜି ମାରି ନେଇଥିଲା । ସ୍ପିନର ନିଶାନ୍ତ ସିନ୍ଧୁଙ୍କ ସଫଳ 5 ୱିକେଟ ଦଳର ବିଜୟରେ ସହାୟକ ହୋଇଥିଲା । ଆଜି ସମସ୍ତ ତ୍ରୁଟିକୁ ସୁଧାରି ପାକିସ୍ତାନ ବିପକ୍ଷରେ ଖେଳିବ ଭାରତ ।

ଏହା ବି ପଢନ୍ତୁ...Mens Emerging Asia Cup: ସାଇ ସୁଦର୍ଶନଙ୍କ ଶତକ, ପାକିସ୍ତାନକୁ 8 ୱିକେଟରେ ହରାଇଲା ଭାରତ

ଏହା ବି ପଢନ୍ତୁ...କୋହଲିଙ୍କ ଶତକ: ଫ୍ୟାନ୍ସଙ୍କ ସେଲିବ୍ରେସନ, ଭିଡିଓ ସେୟାର କଲା BCCI

ପ୍ରକାଶଥାଉ କି, ଏମର୍ଜିଂ ଏସିଆ କପ 5ମ ସଂସ୍କରଣରେ ୟୁଏଇ ବିପକ୍ଷରେ ଅଭିଯାନ ଆରମ୍ଭ କରିଥିଲା ଭାରତ-ଏ' । ଏହି ମ୍ୟାଚରେ 8 ୱିକେଟରେ ବିଜୟ ହାସଲ କରିଥିବା ୟଶ ଧୂଳଙ୍କ ନେତୃତ୍ବାଧୀନ ଭାରତ-ଏ' ଦଳ । ୟଶ ଧୂଳ ଅପରାଜିତ ଅର୍ଦ୍ଧଶତକ ହାସଲ କରି ଦଳକୁ ବିଜୟୀ କରାଇଥିଲେ । ପରବର୍ତ୍ତୀ ମ୍ୟାଚରେ ନେପାଳକୁ 9 ୱିକେଟରେ ପରାସ୍ତ କରିଥିଲା ଭାରତ-ଏ । ଏହା ପରେ ପାକିସ୍ତାନକୁ 8 ୱିକେଟରେ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଥିଲା ୟଶ ଧୂଳଙ୍କ ନେତୃତ୍ବାଧୀନ ଭାରତ-ଏ । ସେମି ମୁକାବିଲାରେ ବାଂଲାଦେଶକୁ 51 ରନରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲା । ସେହିପରି ଅନ୍ୟ ଏକ ମ୍ୟାଚରେ ଆୟୋଜକ ଶ୍ରୀଲଙ୍କାକୁ 60ରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିବା ପାକିସ୍ତାନ ।

ଚଳିତ ପୁରୁଷ ଏମର୍ଜିଂ ଏସିଆ କପରେ 8ଟି ଦଳକୁ 2ଟି ଗ୍ରୁପରେ ଭାଗ କରାଯାଥିଲା । ଗ୍ରୁପ-ଏରେ ଆଫଗାନିସ୍ତାନ, ଶ୍ରୀଲଙ୍କା, ବାଂଲାଦେଶ, ଓମାନ ଏବଂ ଗ୍ରୁପ-ବି'ରେ ଭାରତ, ପାକିସ୍ତାନ, ନେପାଳ ଓ ୟୁଏଇ ସାମିଲ ଥିଲେ । ଆଜି ଟ୍ରଫି ଟକ୍କରରେ ଦୁଇ ପାରମ୍ପରିକ ପ୍ରତିନ୍ଦ୍ବନ୍ଦୀ ପରସ୍ପରକୁ ଭେଟିବେ । ପାକିସ୍ତାନକୁ ହରାଇ ଟ୍ରଫି ହାସଲ ଲକ୍ଷ୍ୟରେ ରହିଛି ଭାରତ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.