ETV Bharat / sports

ଭାରତୀୟ ଦଳକୁ ଝଟକା, ୪ ଖେଳାଳି କୋରୋନା ସଂକ୍ରମିତ

author img

By

Published : Feb 3, 2022, 8:29 AM IST

Updated : Feb 3, 2022, 9:31 AM IST

ଆସନ୍ତା ୬ ତାରିଖରୁ ଅହମ୍ମଦାବାଦରେ ଆରମ୍ଭ ହେବ ଭାରତ- ୱେଷ୍ଟଇଣ୍ଡିଜ ଦିନିକିଆ ସିରିଜ । ଏହା ପୂର୍ବରୁ ଭାରତକୁ ବଡ ଝଟକା ଲାଗିଛି । ଟିମ ଇଣ୍ଡିଆ କ୍ୟାମ୍ପରେ କୋରୋନା ପଶିଛି । ଫଳରେ କିଛି ଖେଳାଳି ସଂକ୍ରମିତ ହୋଇଛନ୍ତି । ଅଧିକ ପଢନ୍ତ

ଭାରତୀୟ ଦଳକୁ ଝଟକା,୪ ଖେଳାଳି କୋରୋନା ସଂକ୍ରମିତ

ନୂଆଦିଲ୍ଲୀ: ଆସନ୍ତା ୬ ତାରିଖରୁ ଅହମ୍ମଦାବାଦରେ ଆରମ୍ଭ ହେବ ଭାରତ- ୱେଷ୍ଟଇଣ୍ଡିଜ ଦିନିକିଆ ସିରିଜ । ଏହା ପୂର୍ବରୁ ଭାରତକୁ ବଡ ଝଟକା ଲାଗିଛି । ଟିମ ଇଣ୍ଡିଆ କ୍ୟାମ୍ପରେ କୋରୋନା ପଶିଛି । ଫଳରେ କିଛି ଖେଳାଳି ସଂକ୍ରମିତ ହୋଇଛନ୍ତି । ଶିଖର ଧାୱାନ, ଶ୍ରେୟାସ, ଋତୁରାଜ ଗାଏକ୍ବାଡ ଓ ବୋଲର ନବଦୀପ ସାଇନଙ୍କ ସମେତ କିଛି ଅଫିସିଆଲ ପଜିଟିଭି ଚିହ୍ନଟ ହୋଇଛନ୍ତି ।

ପଜିଟିଭ ଆସିବା ପରେ ସମସ୍ତେ ସଙ୍ଗରୋଧରେ ଅଛନ୍ତି । ଏମାନଙ୍କ ବ୍ୟତୀତ ଅନ୍ୟ କିଛି ଖେଳାଳି ମଧ୍ୟ କୋରୋନା ସଂକ୍ରମିତ ହୋଇଥିବା ଅନୁମାନ କରାଯାଉଛି । ବିସିସିଆଇ କୋଷାଧ୍ଯକ୍ଷ ଅରୁଣ ଧୂମାଲ କହିଛନ୍ତି ଘଟଣା ଉପରେ ନଜର ରଖାଯାଇଛି । ସଂକ୍ରମଣ ଯେପରି ଅଧିକ ନ ବ୍ୟାପେ ସେଥି ନେଇ ଅଧିକ ଯତ୍ନବାନ ଅଛୁ ବୋଲି କହିଛନ୍ତି ବିସିସିଆଇ କୋଷାଧ୍ଯକ୍ଷ । ତେବେ ପ୍ରଥମ ଦିନିକିଆରେ ପୂରା ଶୃଙ୍ଖଳାରେ ସଂକ୍ରମିତ ଖେଳାଳି ଖେଳିବେ କି ନାହିଁ ସେ ବିଷୟରେ କିଛି ସ୍ପଷ୍ଟ ସୂଚନା ଦେଇନାହାନ୍ତି ଅରୁଣ ଧୂମାଲ ।

ପ୍ରକାଶ ଥାଉ କି, ଅହମ୍ମଦାବାଦରେ ଇଣ୍ଡିଜ ଦଳ ପହଞ୍ଚି ସାରିଛି । ପ୍ରଥମ ଦିନିକିଆ ୬ ତାରିଖରେ ଖେଳାଯିବ । ଏହାପରେ ଟି-ଟ୍ବେଣ୍ଟି ସିରିଜ ଆସନ୍ତା ୧୬, ୧୮ ଓ ୨୦ରେ କୋଲକାତାରେ ଖେଳାଯିବ । ଯଦି ସଂକ୍ରମିତ ଖେଳାଳିଙ୍କ ସଂଖ୍ୟା ବଢେ ତେବେ ଷ୍ଟାଣ୍ଡବାଏରେ ଥିବା ଖେଳାଳିଙ୍କୁ ଡକରା ପଡିପାରେ ।

Last Updated : Feb 3, 2022, 9:31 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.