ETV Bharat / sports

IND vs NZ: ସିରିଜ ବିଜୟ ଠାରୁ ୫ ୱିକେଟ ଦୂରରେ ଭାରତ - ଭାରତ ବନାମ ନ୍ୟୁଜିଲାଣ୍ଡ ଦ୍ବିତୀୟ ଟେଷ୍ଟ

ମୁମ୍ବାଇ ଟେଷ୍ଟ ସହ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ ବିଜୟ ଠାରୁ ୫ ୱିକେଟ ଦୂରରେ ଟିମ ଇଣ୍ଡିଆ । ତୃତୀୟ ଦିନର ଷ୍ଟମ୍ପ୍‌ ଅପସାରଣ ସୁଦ୍ଧା ଭ୍ରମଣକାରୀ ନ୍ୟୁଜିଲାଣ୍ଡ ଟିମ ୧୪୦ ରନ୍‌ରେ ୫ ୱିକେଟ ହରାଇ ସଂଘର୍ଷ କରୁଛି । ଅଧିକ ପଢନ୍ତୁ

Ind vs NZ, 2nd Test: Hosts dominate Kiwis as they need five wickets for series win
IND vs NZ: ସିରିଜ ବିଜୟ ଠାରୁ ୫ ୱିକେଟ ଦୂରରେ ଭାରତ
author img

By

Published : Dec 5, 2021, 8:23 PM IST

ମୁମ୍ବାଇ: ମୁମ୍ବାଇ ଟେଷ୍ଟ ସହ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ ବିଜୟ ଠାରୁ ୫ ୱିକେଟ ଦୂରରେ ଟିମ ଇଣ୍ଡିଆ । ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଉଥିବା ସିରିଜର ଦ୍ବିତୀୟ ତଥା ଅନ୍ତିମ ଟେଷ୍ଟର ତୃତୀୟ ଦିନରେ ଭାରତର ପ୍ରଭାବୀ ପ୍ରଦର୍ଶନ ଦେଖିବାକୁ ମିଳିଛି । ପ୍ରଥମେ ବ୍ୟାଟ୍‌ରେ କମାଲ ପରେ ଅଧା କିୱି ଟିମକୁ ପାଭିଲିୟନ ଫେରାଇଛନ୍ତି ଭାରତୀୟ ବୋଲର ।

ଫଳରେ ତୃତୀୟ ଦିନର ଷ୍ଟମ୍ପ୍‌ ଅପସାରଣ ସୁଦ୍ଧା ଭ୍ରମଣକାରୀ ନ୍ୟୁଜିଲାଣ୍ଡ ଟିମ ୧୪୦ ରନ୍‌ରେ ୫ ୱିକେଟ ହରାଇ ସଂଘର୍ଷ କରୁଛି । ୫୪୦ ରନ୍‌ର ବିଶାଳ ବିଜୟ ଲକ୍ଷ୍ୟ ରଖିଛି ଭାରତ । ନ୍ୟୁଜିଲାଣ୍ଡ ପାଇଁ ବ୍ୟାଟର ଡାରେଲ ମିଚେଲ ଓ ହେନରୀ ନିକୋଲସ ଲଢୁଆ ପ୍ରଦର୍ଶନ କରିଥିଲେ ।

ଏହାମଧ୍ୟ ପଢନ୍ତୁ: IND vs NZ: ଭାରତ ବିପକ୍ଷରେ ଏଜାଜଙ୍କ ବିରଳ ରେକର୍ଡ

୯୨ ବଲ୍‌ରୁ ୭ ଚୌକା ଓ ୨ଟି ଛକା ସହାୟତାରେ ୬୦ ରନ୍‌ର ଦମଦାର ଅର୍ଦ୍ଧଶତକୀୟ ଇଂନିସ ଖେଳି ଆଉଟ୍‌ ହୋଇଛନ୍ତି । ତେବେ ନିକୋଲସ ୩୬ ରନ୍‌ରେ ଅପରାଜିତ ଅଛନ୍ତି । ଓପନର ୱିଲ ୟଙ୍ଗ୍‌ ୨୦ ଓ ଟମ ଲାଥମ ୬ ରନ୍‌ କରି ପାଭିଲିଅର ଫେରିଛନ୍ତି ।

ଭାରତ ପକ୍ଷରୁ ରବିଚନ୍ଦ୍ରନ ଅଶ୍ବିନ ସର୍ବାଧିକ ୩ଟି ଓ ଅକ୍ଷର ପଟେଲ ଗୋଟିଏ ୱିକେଟ ହାତେଇଛନ୍ତି । ପୂର୍ବରୁ ଭାରତ ପ୍ରଥମ ଇଂନିସରେ ୩୨୫ ଓ ଦ୍ବିତୀୟ ଇଂନିସରେ ୨୭୬/୭ରେ ଇଂନିସ ଘୋଷଣା କରିଛି । ନ୍ୟୁଜିଲାଣ୍ଡ ପ୍ରଥମ ଇଂନିସରେ ମାତ୍ର ୬୨ ରନ୍‌ରେ ଅଲଆଉଟ୍‌ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.