ETV Bharat / sports

Ind vs NZ, T20Is: ବରିଷ୍ଠଙ୍କୁ ବିଶ୍ରାମ, ରାହୁଲଙ୍କୁ ନେତୃତ୍ବ ! - ଭାରତ ବନାମ ନ୍ୟୁଜିଲାଣ୍ଡ

ବଦଳିବେ ଟିମ ଇଣ୍ଡିଆର କ୍ୟାପଟେନ । ବିରାଟ କୋହଲି କିମ୍ବା ରୋହିତ ଶର୍ମା ନୁହଁନ୍ତି ବରଂ କେଏଲ ରାହୁଲ ହେବେ ଭାରତୀୟ କ୍ରିକେଟ ଟିମର ଆଗାମୀ କ୍ୟାପଟେନ୍‌ । ଅଧିକ ପଢନ୍ତୁ...

Ind vs NZ, T20Is: Rahul likely to lead, some senior players to be rested?
Ind vs NZ, T20Is: ବରିଷ୍ଠଙ୍କୁ ବିଶ୍ରାମ, ରାହୁଲଙ୍କୁ ନେତୃତ୍ବ !
author img

By

Published : Nov 2, 2021, 3:55 PM IST

ଦୁବାଇ: ବଦଳିବେ ଟିମ ଇଣ୍ଡିଆର କ୍ୟାପଟେନ । ବିରାଟ କୋହଲି କିମ୍ବା ରୋହିତ ଶର୍ମା ନୁହଁନ୍ତି ବରଂ କେଏଲ ରାହୁଲ ହେବେ ଭାରତୀୟ କ୍ରିକେଟ ଟିମର ଆଗାମୀ କ୍ୟାପଟେନ୍‌ । ଟି-୨୦ ବିଶ୍ବକପ୍‌ରେ ଭାରତୀୟ କ୍ରିକେଟ ଟିମର ପ୍ରଦର୍ଶନ ନୈରାଶଜନକ ରହିଛି । ଏହାର ଅନ୍ୟତମ କାରଣ ଜୈବ ସୁରକ୍ଷା ବଳୟ(ବାୟୋବବଲ୍‌)ରେ ଅଧିକ ସମୟ ରହିବା ଓ ଖେଳାଳିଙ୍କ ଥକ୍କାପଣ ବୋଲି ଦର୍ଶାଯାଉଛି ।

ଏହି କାରଣରୁ ନ୍ୟୁଜିଲାଣ୍ଡ ବିପକ୍ଷରେ ଟିମ ଇଣ୍ଡିଆ ଖେଳିବାକୁ ଥିବା ଆଗାମୀ ଟି-୨୦ ସିରିଜରେ ସିନିୟର ଖେଳାଳିଙ୍କୁ ବିଶ୍ରାମ ମିଳିବା ଖବର ସାମ୍ନାକୁ ଆସିଛି । ଫଳରେ କେଏଲ ରାହୁଲଙ୍କୁ କ୍ୟାପଟେନ ଦାୟିତ୍ବ ମିଳିବା ସମ୍ଭାବନା ରହିଛି । ଏହି ପଦ ପାଇଁ ରାହୁଲ ଦୌଡରେ ଆଗରେ ଥିବା ଜଣାପଡିଛି ।

ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଫ୍ୟାନ୍ସଙ୍କୁ ଷ୍ଟାଡିୟମ ଆସିବାକୁ ଅନୁମତି ମିଳିବ । ତେବେ COVID-19 ନିୟମର ପାଳନ ସହିତ ଫ୍ୟାନ୍ସଙ୍କୁ ଅନୁମତି ନେଇ ଚୁଡାନ୍ତ ନିଷ୍ପତ୍ତି ହେବ ।

ରବିବାର ନ୍ୟୁଜିଲାଣ୍ଡ ଠାରୁ ଭାରତର ପରାଜୟ ପରେ ଦ୍ରୁତ ବୋଲର ଜଶପ୍ରୀତ ବୁମରା ମ୍ୟାଚ୍‌ ପରବର୍ତ୍ତୀ ସାମ୍ବାଦିକ ସମ୍ମିଳନୀରେ ବାୟୋବବଲରେ ଅଧିକ ସମୟ ରହିବା ସହ ଖେଳାଳି ଥକ୍କା ଅନୁଭବ କରୁଥିବା କହିଥିଲେ ।

ନ୍ୟୁଜିଲାଣ୍ଡ ପ୍ରଥମେ ୩ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ଓ ପରେ ଦୁଇ ଟିକିଆ ଟେଷ୍ଟ ସିରଜ ଟିମ ଇଣ୍ଡିଆ ବିପକ୍ଷରେ ଖେଳିବ । ଟି-୨୦ ସିରିଜର ପ୍ରଥମ ମ୍ୟାଚ୍‌ ନଭେମ୍ବର ୧୭ରେ ଜୟପୁର୍‌ରେ, ନଭେମ୍ବର ୧୯ରେ ରାଞ୍ଚିରେ ଓ ନଭେମ୍ବର ୨୧ରେ କୋଲକାତାରେ ଖେଳାଯିବ । ସେହିପରି ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ ନଭେମ୍ବର ୨୫-୨୯ କାନପୁର ଓ ମୁମ୍ବାଇରେ ଡିସେମ୍ବର ୩-୭ ଖେଳାଯିବା ନେଇ ସୂଚୀ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.