ETV Bharat / sports

IND vs NZ: କୁମ୍ବଲେଙ୍କ ରେକର୍ଡ ଭାଙ୍ଗିଲେ ଅଶ୍ବିନ

author img

By

Published : Dec 5, 2021, 10:16 PM IST

ଗୋଟିଏ କ୍ୟାଲେଣ୍ଡର ‍ବର୍ଷରେ ସର୍ବାଧିକଥର ୫୦ରୁ ଅଧିକ ୱିକେଟ୍ ହାସଲକାରୀ ବୋଲର ହେବାସହ କିମ୍ବଦନ୍ତୀ ସ୍ପିନର ଅନୀଲ କୁମ୍ବଲେଙ୍କ ରେକର୍ଡ ଭାଙ୍ଗିଲେ ରବିଚନ୍ଦ୍ରନ ଅଶ୍ବିନ(Ravichandran Ashwin) । ଅଧିକ ପଢନ୍ତୁ

IND vs NZ: Ashwin break Anil Kumble record
IND vs NZ: କୁମ୍ବଲେଙ୍କ ରେକର୍ଡ ଭାଙ୍ଗିଲେ ଅଶ୍ବିନ

ମୁମ୍ବାଇ: ସ୍ଥାନୀୟ ୱାଙ୍ଖେଡେ ଷ୍ଟାଡିୟମରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ଦ୍ବିତୀୟ ଟେଷ୍ଟରେ ଟିମ୍ ଇଣ୍ଡିଆ ଅଫ୍ ସ୍ପିନର ରବିଚନ୍ଦ୍ରନ ଅଶ୍ବିନ ଟେଷ୍ଟ କ୍ରିକେଟରେ ନୂଆ ଉପଲବ୍ଧି ହାସଲ କରିଛନ୍ତି । ଗୋଟିଏ କ୍ୟାଲେଣ୍ଡର ‍ବର୍ଷରେ ସର୍ବାଧିକ ଥର ୫୦ରୁ ଅଧିକ ୱିକେଟ୍ ହାସଲକାରୀ ବୋଲର ହୋଇଛନ୍ତି ଅଶ୍ବିନ । ଫଳରେ କିମ୍ବଦନ୍ତୀ ସ୍ପିନର ଅନୀଲ କୁମ୍ବଲେ(anil kumble)ଙ୍କ ରେକର୍ଡ(record) ଭଙ୍ଗ କରିଛନ୍ତି ।

ମୁମ୍ବାଇ ଟେଷ୍ଟର ତୃତୀୟ ଦିନରେ ନ୍ୟୁଜିଲାଣ୍ଡର ଦ୍ବିତୀୟ ଇନିଂସରେ ୱିଲ୍ ୟଙ୍ଗଙ୍କୁ ଆଉଟ୍ କରି ଅଶ୍ବିନ ଏହି ଉପଲବ୍ଧି ହାସଲ କରିଛନ୍ତି। ଅଶ୍ବିନ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ଚାରିଥର ୫୦ କିମ୍ବା ଅଧିକ ୱିକେଟ୍ ନେବାରେ ସଫଳ ହୋଇଛନ୍ତି। ଅଶ୍ବିନ ଏହା ପୂର୍ବରୁ ବର୍ଷ ୨୦୧୫, ୨୦୧୬ ଓ ୨୦୧୭ରେ ଏହି ରେକର୍ଡ କରିଥିଲେ। ଅନୀଲ କୁମ୍ବଲେ ତିନିଥର (୧୯୯୯, ୨୦୦୪ ଓ ୨୦୦୬)ରେ ଏହି କରିସ୍ମା କରିଥିଲେ। ସେହିପରି ହରଭଜନ ସିଂହ ମଧ୍ୟ ତିନିଥର (୨୦୦୧, ୨୦୦୨, ୨୦୦୮) ଏବଂ ଅଭିଜ୍ଞ କପିଳ ଦେବ ଦୁଇଥର (୧୯୭୯, ୧୯୮୩) ଏହି ଉପଲବ୍ଧି ହାସଲ କରିଛନ୍ତି ।

ଏହାମଧ୍ୟ ପଢନ୍ତୁ: IND vs NZ: ସିରିଜ ବିଜୟ ଠାରୁ ୫ ୱିକେଟ ଦୂରରେ ଭାରତ

ଚଳିତ ‍ବର୍ଷ ଟେଷ୍ଟ କ୍ରିକେଟରେ ସର୍ବାଧିକ ୱିକେଟ୍ ହାସଲକାରୀ ବୋଲର ହୋଇଛନ୍ତି ଅଶ୍ବିନ । ଏଥିସହ ଅଭିଜ୍ଞ ଅଶ୍ବିନ ପାକିସ୍ତାନର ଶାହୀନ୍ ଆଫ୍ରିଦିଙ୍କୁ ପଛରେ ପକାଇଛନ୍ତି । ଆଫ୍ରିଦି ଏପର୍ଯ୍ୟନ୍ତ ୪୪ ୱିକେଟ୍ ନେଇଥିବାବେଳେ ଅଶ୍ବିନଙ୍କ ନାମରେ ୫୦ରୁ ଅଧିକ ୱିକେଟ୍ ହୋଇଛି।

ଚଳିତ ବର୍ଷ ସର୍ବାଧିକ ୱିକେଟ୍ ହାସଲ ମାମଲାରେ ପାକିସ୍ତାନର ହାସନ୍ ଅଲୀ ତୃତୀୟ ସ୍ଥାନରେ ଅଛନ୍ତି । ସେ ୮ ଟି ଟେଷ୍ଟରୁ ୩୯ ୱିକେଟ୍ ନେଇଛନ୍ତି। ଭାରତର ଅକ୍ଷର ପଟେଲ ୫ ଟେଷ୍ଟରେ ୩୫ ୱିକେଟ୍ ସହ ତାଲିକାର ଚତୁର୍ଥ ସ୍ଥାନରେ ରହିଛନ୍ତି । ଇଂଲଣ୍ଡର ଜେମ୍ସ ଆଣ୍ଡରସନ୍ ୩୨ ୱିକେଟ୍ ନେଇ ୫ମ ସ୍ଥାନରେ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.