ETV Bharat / sports

IND vs NZ: ମୁମ୍ବାଇ ଟେଷ୍ଟରେ ଭାରତର ଦମଦାର ବିଜୟ - ମୁମ୍ବାଇ ଟେଷ୍ଟ ଜିତିଲା ଭାରତ

କାନପୁର ଟେଷ୍ଟ ଡ୍ର ପରେ ମୁମ୍ବାଇ ଟେଷ୍ଟରେ (Mumbai test) ଦମଦାର ବିଜୟ ହାସଲ କରିଛି ଭାରତ । ଦୁଇ ଟିକିଆ ଟେଷ୍ଟ ସିିରିଜରୁ ୧-୦ରେ ଜିତିଲା ଭାରତ । ୩୭୨ ରନରେ ନ୍ୟୁଜିଲାଣ୍ଡକୁ ହରାଇଲା ଟିମ ଇଣ୍ଡିଆ । ଅଧିକ ପଢନ୍ତୁ

ମୁମ୍ବାଇ ଟେଷ୍ଟ ଜିତିଲା ଭାରତ
ମୁମ୍ବାଇ ଟେଷ୍ଟ ଜିତିଲା ଭାରତ
author img

By

Published : Dec 6, 2021, 11:01 AM IST

Updated : Dec 6, 2021, 11:33 AM IST

ମୁମ୍ବାଇ: କାନପୁର ଟେଷ୍ଟ ଡ୍ର ପରେ ମୁମ୍ବାଇ ଟେଷ୍ଟରେ (Mumbai test) ଦମଦାର ବିଜୟ ହାସଲ କରିଛି ଭାରତ । ଦୁଇ ଟିକିଆ ଟେଷ୍ଟ ସିିରିଜରୁ ୧-୦ରେ ଜିତି ନେଇଛି ଭାରତ (Ind vs NZ 2nd Test)। ୩୭୨ ରନରେ ନ୍ୟୁଜିଲାଣ୍ଡକୁ ହରାଇଛି ଟିମ ଇଣ୍ଡିଆ । ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳା ଯାଇଥିବା ଏହି ମ୍ୟାଚ୍‌ ଆଜି ଚତୁର୍ଥ ଦିନର ଲଞ୍ଚ୍ ପୂର୍ବରୁ ଶେଷ ହୋଇଯାଇଥିଲା । ଏଥିରେ ଘରୋଇ ଦଳ ନ୍ୟୁଜିଲ୍ୟାଣ୍ଡକୁ ୩୭୨ ରନ୍‌ରେ ପରାସ୍ତ କରିଛି । ମ୍ୟାଚ ଜିତିବା ସହ ସିରିଜ ସରିଜ କବଜା କରିଛି ଭାରତ ।

ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ନ୍ୟୁଜିଲାଣ୍ଡ ୫ ଓ୍ବିକେଟ ହରାଇ ସଂଗ୍ରହ କରିଥିଲା ୧୪୦ ରନ । ପ୍ରଥମ ଇନିଂସରେ ଭାରତ ୩୨୫ ରନ କରି ଅଲଆଉଟ ହୋଇଥିଲା । ଏଜାଜ୍‌ ପଟେଲ ୧୦ଓ୍ବିକେଟ ନେଇ ଇତିହାସ ରଚିଥିଲେ । ଅପରପକ୍ଷେ ନ୍ୟୁଜିଲାଣ୍ଡ ମାତ୍ର ୬୨ରନ କରି ଅଲଆଉଟ ହୋଇଯାଇଥିଲା । ଦ୍ବିତୀୟ ଇନିଂସ ଆରମ୍ଭ କରିଥିବା ଟିମ ଇଣ୍ଡିଆ, ତୃତୀୟ ଦିନ ଖେଳ ଜାରି ରହିଥିବା ବେଳେ ୭ଓ୍ବିକେଟ ହରାଇ ୨୭୬ରନ କରି ପାଳି ଶେଷ କରିଥିଲା । ନ୍ୟୁଜିଲାଣ୍ଡକୁ ୫୪୦ ରନର ବିଶାଳ ବିଜୟ ଲକ୍ଷ୍ୟ ମିଳିଥିଲା । ତୃତୀୟ ଦିନ ଖେଳ ଜାରି ରହିଥିବା ବେଳେ ଦ୍ବିତୀୟ ଇନିଂସ ଆରମ୍ଭରୁ ହିଁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା କିଓ୍ବି ଟିମ ।

ଦ୍ବିତୀୟ ଇନିଂସରେ ମଧ୍ୟ କମାଲ କରିଥିଲେ ସ୍ପିନର ରବିଚନ୍ଦ୍ରନ ଅଶ୍ବିନ । ପ୍ରଥମରୁ ୩ ଓ୍ବିକେଟ ନେବାସହ ମୋଟ ୪ ଓ୍ୱିକେଟ୍ ନେଇଥିଲେ । ୫୪୦ ରନର ବିଶାଳ ବିଜୟ ଲକ୍ଷ୍ୟ ନେଇ ଦ୍ବିତୀୟ ଇନିଂସ ଆରମ୍ଭ କରିଥିବା ନ୍ୟୁଜିଲାଣ୍ଡ ୧୪୦ ରନ କରି ୫ ଓ୍ବିକେଟ ହରାଇଥିଲା । ଦଳ ପକ୍ଷରୁ ଓପନର ଟମ ଲାଥାମ୍‌ ଏବଂ ଓ୍ବିଲ୍‌ ୟଙ୍ଗ କିଛି ଭଲ ପ୍ରଦର୍ଶନ କରି ନଥିଲେ । ଚତୁର୍ଥ ଦିନରେ ଦଳ ମାତ୍ର ୨୭ ରନ୍ ଯୋଡି ୧୬୭ ଅଲଆଉଟ୍ ହୋଇଯାଇଥିଲା । ଭାରତ ପକ୍ଷରୁ ରବିଚନ୍ଦ୍ରନ ଅଶ୍ବିନ ୪ଟି, ଅକ୍ଷର ପଟେଲ ଗୋଟିଏ ଓ ଜୟନ୍ତ ଯାଦବ ୪ଟି ଓ୍ୱିକେଟ୍ ନେଇଥିଲେ ।

@ANI

Last Updated : Dec 6, 2021, 11:33 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.