ନାଗପୁର : ନାଗପୁରରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ପ୍ରଥମ ଦିନର ୱିକେଟ ଅପସାରଣ ବେଳକୁ ଭାରତ ଗୋଟିଏ ୱିକେଟ ହରାଇ ୨୪ ଓଭରରେ ୭୭ ରନ କରିଛି । ଅଧିନାୟକ ରୋହିତ ଶର୍ମା ଦମଦାର ଅର୍ଦ୍ଧଶତକୀୟ ପାଳି ଖେଳି ଅପରାଜିତ ଅଛନ୍ତି । ସେପଟେ କଙ୍ଗାରୁ ଟିମ୍କୁ ପ୍ରଥମ ପାଳିରେ ୧୭୭ ରନରେ ଅଟକାଇବାରେ ସଫଳ ହୋଇଛି ଭାରତ । ଭାରତୀୟ ସ୍ପିନରଙ୍କ ଆକ୍ରମଣରେ ଧରାଶାୟୀ ହୋଇଛି ଅଷ୍ଟ୍ରେଲିଆ । ରବୀନ୍ଦ୍ର ଜାଡେଜା ସର୍ବାଧିକ ୫ଟି ୱିକେଟ ନେଇଥିବା ବେଳେ ରବିଚନ୍ଦ୍ରନ ଅଶ୍ବୀନ ୩ଟି ୱିକେଟ ନେଇଛନ୍ତି । ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୧୭୭ ରନ୍ କରି ଅଲଆଉଟ ହୋଇଛି । ମାର୍ନସ୍ ଲାବୁସେନ ସର୍ବାଧିକ ୪୯ ରନ୍ର ଇନିଂସ ଖେଳିଥିଲେ ।
-
Stumps on Day 1️⃣ of the first #INDvAUS Test!#TeamIndia finish the day with 77/1, trailing by 100 runs after dismissing Australia for 177 👌🏻
— BCCI (@BCCI) February 9, 2023 " class="align-text-top noRightClick twitterSection" data="
We will see you tomorrow for Day 2 action!
Scorecard - https://t.co/edMqDi4dkU #INDvAUS | @mastercardindia pic.twitter.com/yTEuMvzDng
">Stumps on Day 1️⃣ of the first #INDvAUS Test!#TeamIndia finish the day with 77/1, trailing by 100 runs after dismissing Australia for 177 👌🏻
— BCCI (@BCCI) February 9, 2023
We will see you tomorrow for Day 2 action!
Scorecard - https://t.co/edMqDi4dkU #INDvAUS | @mastercardindia pic.twitter.com/yTEuMvzDngStumps on Day 1️⃣ of the first #INDvAUS Test!#TeamIndia finish the day with 77/1, trailing by 100 runs after dismissing Australia for 177 👌🏻
— BCCI (@BCCI) February 9, 2023
We will see you tomorrow for Day 2 action!
Scorecard - https://t.co/edMqDi4dkU #INDvAUS | @mastercardindia pic.twitter.com/yTEuMvzDng
ନାଗପୁର ଟେଷ୍ଟର ପ୍ରଥମ ଦିନରେ ନିଜର ଦମ ଦେଖାଇଲା ଭାରତ । ପ୍ରଥମ ଦିନରେ ଭାରତ ବ୍ୟାଟିଂ ଓ ବୋଲିଂରେ ଜବରଦସ୍ତ ପ୍ରଦର୍ଶନ କରିଛି । ଟସ୍ ଜିତି ଅଧିନାୟକ ଅଷ୍ଟ୍ରେଲିଆ ପ୍ୟାଟ୍ କମିନ୍ସ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ଭାରତୀୟ ବୋଲରଙ୍କ ଘାତକ ବୋଲିଂ ବଳରେ ଅଷ୍ଟ୍ରେଲିଆ ବ୍ୟାଟର ଆତ୍ମସମର୍ପଣ କରିଥିଲେ । ସ୍ପିନରର ଘାତକ ସ୍ପିନରେ ଧରାଶାୟୀ ହୋଇଥିଲା ଅଷ୍ଟ୍ରେଲିଆ ବ୍ୟାଟିଂ ଅର୍ଡର । ମାରନସ ଲାବୁସେନଙ୍କ ସର୍ବାଧିକ ୪୯ ରନର ଇନିଂସ ବଳରେ ଅଷ୍ଟ୍ରେଲିଆ ୧୭୭ ରନ କରିବାକୁ କରିବାକୁ ସକ୍ଷମ ହୋଇଥିଲା । ଷ୍ଟିଭ୍ ସ୍ମିଥ୍ ୧୦୭ ବଲରେ ୩୭ ରନ୍ର ଇନିଂସ ଖେଳି ସ୍ପିନର ଜାଡେଜାଙ୍କ ବଲରେ ଆଉଟ ହୋଇଥିଲେ । ସେହିପରି ହେଣ୍ଡସ୍କମ ୩୧ ରନ, ଆଲେକ୍ସ କେରୀ ୩୬ ରନ କରିଥିଲେ । ଏହି ୪ଜଣ ବ୍ୟାଟରଙ୍କୁ ଛାଡିଦେଲେ କଙ୍ଗାରୁ ଟିମ୍ର ଅନ୍ୟ କୌଣସି ବ୍ୟାଟର ଦୁଇ ଅଙ୍କ ବିଶିଷ୍ଟ ସ୍କୋର୍ କରିବାରେ ସଫଳ ହୋଇ ପାରିନଥିଲେ ।
ସେପଟେ ଆଜି ନିଜ ସ୍ପିନ ବୋଲିଂର ଯାଦୁ ଦେଖାଇଛନ୍ତି ସ୍ପିନର ରବୀନ୍ଦ୍ର ଜାଡେଜା ଏବଂ ରବିଚନ୍ଦ୍ରନ ଅଶ୍ବୀନ । ଜାଡେଜା ସର୍ବାଧିକ ୫ଟି ୱିକେଟ ନେଇଥିବା ବେଳେ ଅଶ୍ବୀନ ୩ଟି ୱିକେଟ ନେଇଛନ୍ତି । ସେହିପରି ସିରାଜ ଏବଂ ସାମି ଗୋଟିଏ ଲେଖାଏଁ ୱିକେଟ ନେଇଛନ୍ତି । ଭାରତ ପ୍ରଥମ ଦିନରେ ପ୍ରଥମ ଇନିଂସର ୱିକେଟ ଅପସାରଣ ବେଳକୁ ଗୋଟିଏ ୱିକେଟ ହରାଇ ୨୪ ଓଭର ଖେଳି ୭୭ ରନ କରିଛି । ଅଧିନାୟକ ରୋହିତ ଶର୍ମା ୬୯ ବଲରୁ ୫୬ ରନର ଇନିଂସ ଖେଳି ଅପରାଜିତ ରହିଛନ୍ତି । ଲୋକେଶ ରାହୁଲ ୨୦ ରନ କରି ଆଉଟ ହୋଇଛନ୍ତି । ରବିଚନ୍ଦ୍ରନ ଅଶ୍ବୀନ ତୃତୀୟ ଅର୍ଡରରେ ବ୍ୟାଟିଂ ପାଇଁ ଆସି ୫ଟି ବଲ ଖେଳି କୌଣସି ରନ ନକରି ଅପରାଜିତ ରହିଛନ୍ତି । େ