ETV Bharat / sports

Cricket World Cup 2023: ହୋମ୍‌ଗ୍ରାଉଣ୍ଡ୍‌ରେ କିଙ୍ଗ୍‌ କୋହଲିଙ୍କ ଧୂଆଁଧାର ରେକର୍ଡ, ଭାଙ୍ଗିବ ସଚିନ୍‌ଙ୍କ କିର୍ତ୍ତୀମାନ !

author img

By ETV Bharat Odisha Team

Published : Oct 10, 2023, 9:28 PM IST

ବିଶ୍ବକପ୍‌ ୨୦୨୩ରେ ଆସନ୍ତାକାଲି(ବୁଧବାର) ଆଫଗାନିସ୍ତାନ ବିପକ୍ଷରେ ଦ୍ବିତୀୟ ମ୍ୟାଚ୍‌ ଖେଳିବ ଭାରତ । ତେବେ ଏହି ମ୍ୟାଚ୍‌ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯିବାକୁ ଥିବାବେଳେ ସମସ୍ତଙ୍କ ନଜର ବିରାଟ କୋହଲିଙ୍କ ଉପରେ ରହିବ । ଏହି ଷ୍ଟାର ବ୍ୟାଟର ନିଜର ପ୍ରାଇ୍‌ ଫର୍ମରେ ଥିବାରୁ ନିଜ ହୋମ୍‌ଗ୍ରାଉଣ୍ଡରେ ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିବାର ସୁଯୋଗ ପାଇବେ । ଅଧିକ ପଢ଼ନ୍ତୁ

ହୋମ୍‌ଗ୍ରାଉଣ୍ଡ୍‌ରେ କିଙ୍ଗ୍‌ କୋହଲିଙ୍କ ଧୂଆଁଧାର ରେକର୍ଡ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ ଜିତି ବିଜୟରୁ ବିଶ୍ବକପ୍‌ ୨୦୨୩ ଅଭିଯାନ ଆରମ୍ଭ କରିଛି ଭାରତ । ପରବର୍ତ୍ତୀ ମ୍ୟାଚ୍‌ ୧୧ ଅକ୍ଟୋବର(ବୁଧବାର) ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଆଫଗାନିସ୍ତାନ ବିପକ୍ଷରେ ଖେଳିବ ଟିମ୍‌ ଇଣ୍ଡିଆ । ଏଥିପାଇଁ ଅଭ୍ୟାସ ଜାରି ରହିଥିବାବେଳେ ପୁଣିଥରେ କିଙ୍ଗ୍‌ କୋହଲିଙ୍କ ଦମଦାର ପ୍ରଦର୍ଶନ ଦେଖିବାକୁ ଅପେକ୍ଷା କରିଛନ୍ତି ପ୍ରଶଂସକ । ଏହି ଗ୍ରାଉଣ୍ଡ କୋହଲିଙ୍କ ପାଇଁ ବେଶ ପରିଚିତ । କାରଣ ସେ ନିଜ କ୍ରିକେଟ୍‌ କ୍ୟାରିୟର ଆରମ୍ଭ କରିବା ଦିନଠାରୁ ଏଠାରେ ଖେଳିଛନ୍ତି । ତେଣୁ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ର ହିରୋ କୋହଲିଙ୍କୁ ଏଥର ନିଜ ହୋମଗ୍ରାଉଣ୍ଡରେ ନିଜ ଶ୍ରେଷ୍ଠ ପ୍ରଦର୍ଶନ ଦେଖାଇବାକୁ ମିଳିବ ସୁଯୋଗ ।

ଅରୁଣ ଜେଟଲୀ ଷ୍ଟାଡିୟମରେ ରହିଛି ଏହି ରେକର୍ଡ: ବିଶ୍ବକପ୍‌ ୨୦୨୩ରେ ଭାରତର ପ୍ରଥମ ମ୍ୟାଚ୍‌ରେ ବିରାଟ କୋହଲି ଅଷ୍ଟ୍ରେଲିଆ ବିପକ୍ଷରେ କଠିନ ପରିସ୍ଥିତିରେ ସାବଧାନତାର ସହ ବ୍ୟାଟିଂ କରିଥିଲେ ଏବଂ ୮୫ ରନର ଚମତ୍କାର ଇନିଂସ ଖେଳି ନିଜ ଦଳକୁ ବିଜୟ ଆଡକୁ ନେଇଥିଲେ । ଏବେ ପୁଣିଥରେ ପ୍ରଶଂସକମାନେ କୋହଲିଙ୍କଠାରୁ ନିଜ ଘରୋଇ ଗ୍ରାଉଣ୍ଡରେ ଭଲ ପ୍ରଦର୍ଶନ ପାଇଁ ଆଶା ରଖିଛନ୍ତି । ପୂର୍ବରୁ ମଧ୍ୟ ଅରୁଣ ଜେଟଲୀ ଷ୍ଟାଡିୟମରେ ଦେଶ ପାଇଁ ଖେଳୁଥିବାବେଳେ କୋହଲି ଚମତ୍କାର ପ୍ରଦର୍ଶନ କରିଛନ୍ତି । ୨୦୦୯ରୁ ୨୦୧୯ ମଧ୍ୟରେ ଅରୁଣ ଜେଟଲୀ ଷ୍ଟାଡିୟମରେ ବିରାଟ ଦିନିକିଆ ଫର୍ମାଟରେ ୭ଟି ମ୍ୟାଚରେ ୬ଟି ଇନିଂସ ଖେଳି ୨୨୨ ରନ୍ ସଂଗ୍ରହ କରିଛନ୍ତି । ବିରାଟ କୋହଲି ମଧ୍ୟ ଏହି ଗ୍ରାଉଣ୍ଡରେ ଗୋଟିଏ ଶତକ ଓ ଗୋଟିଏ ଅର୍ଦ୍ଧଶତକ ହାସଲ କରିଛନ୍ତି । ନିଜ ଘରୋଇ ଗ୍ରାଉଣ୍ଡରେ ବିରାଟଙ୍କ ସର୍ବାଧିକ ସ୍କୋର ରହିଛି ଅପରାଜିତ ୧୨୨ ରନ୍‌ । ଏହି ଗ୍ରାଉଣ୍ଡରେ କୋହଲିଙ୍କ ହାରାହାରି ସ୍କୋର ୪୪.୪୦ ଥିବାବେଳେ ତାଙ୍କର ଷ୍ଟ୍ରାଇକ୍‌ ରେଟ୍‌ ୮୧.୫୧ ରହିଛି । ଏହା ସହିତ ବିରାଟ ହେଉଛନ୍ତି ଏହି ଗ୍ରାଉଣ୍ଡରେ ସର୍ବାଧିକ ରନ୍‌ ସ୍କୋର କରିଥିବା ପଞ୍ଚମ ବ୍ୟାଟର ।

ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: ଏକାଧିକ କୀର୍ତ୍ତିମାନ କଲେ ରାହୁଲ, ସଚିନ୍‌ଙ୍କୁ ପଛରେ ପକାଇଲେ କୋହଲି

ଅରୁଣ ଜେଟଲୀ ଷ୍ଟାଡିୟମରେ ସର୍ବାଧିକ ରନ ସ୍କୋର କରିଥିବା ବ୍ୟାଟର: ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଏହି ଗ୍ରାଉଣ୍ଡରେ ଦିନିକିଆ ଫର୍ମାଟରେ ସର୍ବାଧିକ ରନ୍‌ ସଂଗ୍ରହ କରିଛନ୍ତି । ସେ ଏଠାରେ ୮ଟି ଦିନିକିଆ ମ୍ୟାଚ୍‌ ଖେଳିଥିବା ବେଳେ ୩୦୦ ରନ୍‌ କରିଛନ୍ତି । ୭ଟି ମ୍ୟାଚରେ ୨୬୭ ରନ୍‌ ସ୍କୋର କରିଥିବା ମହମ୍ମଦ ଆଜହରୁଦ୍ଦିନ ଏହି ତାଲିକାର ଦ୍ବିତୀୟ ସ୍ଥାନରେ ରହିଛନ୍ତି । ସେହିଭଳି ଏହି ତାଲିକାର ତୃତୀୟରେ ରହିଛନ୍ତି ପୂର୍ବତନ ଭାରତୀୟ ଅଧିନାୟକ ଏମ୍‌ଏସ୍‌ ଧୋନୀ । ସେ ଏଠାରେ ୯ଟି ମ୍ୟାଚରୁ ୨୬୦ ରନ୍‌ ସଂଗ୍ରହ କରିଛନ୍ତି । ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂ ୩ଟି ମ୍ୟାଚରେ ୨୪୫ ରନ୍‌ ସହ ଚତୁର୍ଥରେ ରହିଛନ୍ତି । ପଞ୍ଚମ ସ୍ଥାନରେ ଥିବା କୋହଲି ଯଦି ଏହି ଗ୍ରାଉଣ୍ଡରେ ୭୮ ରନ୍ ସ୍କୋର କରନ୍ତି, ତେବେ ସେ ଦିନିକିଆ ଫର୍ମାଟରେ ଅରୁଣ ଜେଟଲୀ ଷ୍ଟାଡିୟମରେ ସର୍ବାଧିକ ରନ୍‌ ସଂଗ୍ରହକାରୀ ବ୍ୟାଟର ହେବେ । କେବଳ ୨୩ ରନ୍‌ ସ୍କୋର କରିବା ମାତ୍ରେ ସେ ରିକି ପଣ୍ଟିଂଙ୍କୁ ପଛରେ ପକାଇବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.