ETV Bharat / sports

Cricket World Cup 2023: ସଫିକ୍‌-ରିଜ୍‌ୱାନଙ୍କ ଶତକୀୟ ପାଳି, ୬ ୱିକେଟ୍‌ରେ ଜିତିଲା ପାକିସ୍ତାନ - ପାକିସ୍ତାନର କ୍ରମାଗତ ଦ୍ବିତୀୟ ବିଜୟ

ବିଶ୍ବକପ୍‌ ୨୦୨୩ରେ ପାକିସ୍ତାନ କ୍ରମାଗତ ଦ୍ବିତୀୟ ବିଜୟ ହାସଲ କରିଥିବାବେଳେ ପୁଣିଥରେ ପରାଜୟ ବରଣ କରିଛି ଶ୍ରୀଲଙ୍କା । ଆଜିର ମ୍ୟାଚ୍‌ରେ ଶ୍ରୀଲଙ୍କାର କୁସଲ ମେଣ୍ଡିସ ଓ ସଦୀରା ସମରବିକ୍ରମଙ୍କ ଶତକୀୟ ପାଳି ବଳରେ ପାକିସ୍ତାନ ଆଗରେ ୩୪୫ ରନର ବିଶାଳ ଲକ୍ଷ୍ୟ ରହିଥିଲା । ହେଲେ ଅବଦୁଲ୍ଲା ସଫିକ୍‌ ଓ ମହମ୍ମଦ ରିଜ୍‌ୱାନଙ୍କ ଶତକ ବଳରେ ୬ ୱିକେଟ୍‌ ବାକି ଥାଇ ଏହି ଲକ୍ଷ୍ୟ ହାସଲ କରିନେଇଛି ପାକିସ୍ତାନ । ଅଧିକ ପଢ଼ନ୍ତୁ

୬ ୱିକେଟ୍‌ରେ ଜିତିଲା ପାକିସ୍ତାନ
୬ ୱିକେଟ୍‌ରେ ଜିତିଲା ପାକିସ୍ତାନ
author img

By ETV Bharat Odisha Team

Published : Oct 10, 2023, 10:44 PM IST

Updated : Oct 10, 2023, 10:58 PM IST

ହାଇଦ୍ରାବାଦ: ବିଶାଳ ସ୍କୋର କରିବା ସତ୍ତ୍ବେ ପାକିସ୍ତାନକୁ ଅଟକାଇ ପାରିଲାନି ଶ୍ରୀଲଙ୍କା । ଅବଦୁଲ୍ଲା ସଫିକ୍‌ ଓ ମହମ୍ମଦ ରିଜ୍‌ୱାନଙ୍କ ଶତକୀୟ ପାଳି ବଳରେ ୬ ୱିକେଟ୍‌ରେ ଚଳିତ ବିଶ୍ବକପ୍‌ର କ୍ରମାଗତ ଦ୍ବିତୀୟ ବିଜୟ ହାସଲ କରିଛି ପାକିସ୍ତାନ । ବିଶ୍ବକପ୍‌ ୨୦୨୩ରେ ମଙ୍ଗଳବାର ଅଷ୍ଟମ ମ୍ୟାଚ୍‌ ପାଇଁ ହାଇଦ୍ରାବାଦରେ ମୁହାଁମୁହିଁ ହୋଇଥିଲେ ପାକିସ୍ତାନ ଓ ଶ୍ରୀଲଙ୍କା । ପ୍ରଥମ ବିଜୟ ସନ୍ଧାନରେ ରହିଥିବା ଶ୍ରୀଲଙ୍କା ବ୍ୟାଟର୍‌ ଆଜି ପାକିସ୍ତାନ ବୋଲରଙ୍କୁ ନିର୍ଦ୍ଧୁମ ପ୍ରହାର କରିଥିଲେ । ଶ୍ରୀଲଙ୍କାର କୁସଲ ମେଣ୍ଡିସ ଓ ସଦୀରା ସମରବିକ୍ରମ ଯଥାକ୍ରମେ ୧୨୨ ଓ ୧୦୮ ରନରେ ବିସ୍ଫୋରକ ପାଳି ଖେଳି ବିପକ୍ଷ ଦଳ ଆଗରେ ୩୪୫ ରନର ବିଶାଳ ଲକ୍ଷ୍ୟ ଛିଡ଼ା କରାଇଥିଲେ । ହେଲେ ଉଭୟଙ୍କ ପାଳିକୁ ଫିକା କରିଦେଇଛନ୍ତି ପାକିସ୍ତାନର ଅବଦୁଲ୍ଲା ସଫିକ୍‌ ଓ ମହମ୍ମଦ ରିଜ୍‌ୱାନ ।

ଶ୍ରୀଲଙ୍କା ବ୍ୟାଟିଂ: ଆଜି ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ଶ୍ରୀଲଙ୍କା ଅଧିନାୟକ ଦସୁନ ସଣକା । ଏହାପରେ ଦ୍ବିତୀୟ ଓଭରରେ ହିଁ ଦଳକୁ ପ୍ରଥମ ଝଟ୍‌କା ଲାଗିଥିଲା । କୁସଲ ପେରେରା ଖାତା ଖୋଲିବା ଆଗରୁ ରିଜ୍‌ୱାନଙ୍କ ଶିକାର ପାଲଟିଥିଲେ । ଏହାପରେ ଦଳର ଅନ୍ୟତମ ଓପନର ପଥୁମ ନିଶଙ୍କଙ୍କ ସହ ମିଶି ଦଳୀୟ ସ୍କୋରବୋର୍ଡକୁ ଗତି ଦେଇଥିଲେ କୁସାଲ ମେଣ୍ଡିସ । ଉଭୟ ଦ୍ବିତୀୟ ୱିକେଟ୍‌ ପାଇଁ ଦଳୀୟ ଖାତାରେ ୧୦୨ ରନ୍‌ ଯୋଡ଼ିଥିଲେ । ନିଶଙ୍କ ୬୧ ବଲରୁ ୫୧ ରନ୍‌ କରିଥିବାବେଳେ ସାଫିକ୍‌ଙ୍କ ବଲ୍‌ରେ ପାଭିଲିୟନ ଫେରିଥିଲେ । ତେବେ ମେଣ୍ଡିସ ତାଙ୍କର ଜୋରଦାର ଆକ୍ରମଣ ଜାରି ରଖିଥିଲେ । ସେ ଆଜି ଚଳିତ ବିଶ୍ବକପ୍‌ରେ ଏପର୍ଯ୍ୟନ୍ତ ଦୃତତମ ଶତକ ହାସଲ କରିଥିଲେ । କେବଳ ୬୫ ବଲରୁ ନିଜର ଶତକ ହାସଲ କରିନେଇଥିବା ମେଣ୍ଡିସ ଆଜିର ମ୍ୟାଚ୍‌ରେ ୭୭ ବଲ ଖେଳି ୧୪ ଚୌକା ଓ ୬ ଛକା ବଳରେ ୧୨୨ ରନ୍‌ ସଂଗ୍ରହ କରି ଆଉଟ୍‌ ହୋଇଥିଲେ । ଏହାପରେ ମଧ୍ୟ ସଦୀରା ସମରବିକ୍ରମଙ୍କ ଆକ୍ରମଣରୁ ବର୍ତ୍ତିପାରିନଥିଲେ ପାକ୍‌ ବୋଲର । ସମରବିକ୍ରମ ୮୯ ବଲରୁ ୧୧ ଚୌକା ଓ ୨ ଛକା ସହିତ ୧୦୮ ରନର ବଡ଼ ପାଳି ଖେଳି ଦଳୀୟ ସ୍କୋରବୋର୍ଡକୁ ଏକ ବିଶାଳ ସ୍କୋର ଆଡ଼କୁ ଗତି ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ କେବଳ ଧନଞ୍ଜୟ ଡି ସିଲ୍‌ଭା ୨୫ ରନର ପାଳି ଖେଳିଛନ୍ତି । ଅନ୍ୟ କୌଣସି ବ୍ୟାଟର ୨୦ ରନ କରିବାରେ ସକ୍ଷମ ହୋଇନଥିଲେ । ଫଳରେ ଦଳ ନିର୍ଦ୍ଧାରିତ ଓଭରରେ ୯ ୱିକେଟ୍‌ ହରାଇ ୩୪୪ ରନ୍‌ ସଂଗ୍ରହ କରିଥିଲା ।

ପାକିସ୍ତାନ ବୋଲିଂ: ପାକିସ୍ତାନ ପକ୍ଷରୁ ହାସନ ଅଲ୍ଲୀ ଯଦିଓ ସର୍ବାଧିକ ୪ ୱିକେଟ ସଫଳତା ପାଇଥିଲେ, ହେଲେ ସେ ୧୦ ଓଭରରୁ ୭୧ ରନ ବ୍ୟୟ ମଧ୍ୟ କରିଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ହାରିସ ରୌଫ ୨ଟି ୱିକେଟ ନେଇଥିବାବେଳେ ସାହୀନ ଆଫ୍ରିଦି, ମହମ୍ମଦ ନୱାଜ ଓ ଶଦାବ ଖାନ ଗୋଟିଏ ଲେଖାଏଁ ୱିକେଟ୍‌ ନେଇଥିଲେ । ତେବେ ପାକ୍‌ ଦଳ ଏହାର ପ୍ରଥମ ମ୍ୟାଚ୍‌ରେ ନେଦରଲାଣ୍ଡ୍ସ ବିପକ୍ଷରେ ଜିତି ବିଜୟରୁ ଅଭିଯାନ ଆରମ୍ଭ କରିଥିଲା । ଦଳକୁ ବିଜୟଧାରା ଜାରି ରଖିବାକୁ ହେଲେ ୫୦ ଓଭରରେ ୩୪୫ ରନର ଆବଶ୍ୟକତା ରହିଥିଲା ।

ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: ପାକ୍‌ ବୋଲରଙ୍କୁ ଛେଚିଦେଲେ ମେଣ୍ଡିସ୍‌-ସମରବିକ୍ରମ, ପାକିସ୍ତାନ ଆଗରେ ୩୪୫ର ବିଶାଳ ଲକ୍ଷ୍ୟ

ପାକିସ୍ତାନ ବ୍ୟାଟିଂ: ଏହି ବିଶାଳ ବିଜୟ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିବା ପାକିସ୍ତାନକୁ ଚତୁର୍ଥ ଓଭରରେ ପ୍ରଥମ ଝଟ୍‌କା ଲାଗିଥିଲା । କେବଳ ୧୨ ରନ୍‌ କରି ପାଭିଲିୟନ ଫେରିଯାଇଥିଲେ ଇମାମ୍‌ ଉଲ୍‌ ହକ୍‌ । ଏହାପରେ ଅଧିନାୟକ ବାବର ଆଜମ ମଧ୍ୟ ନିଜ ଦଳକୁ ନିରାଶ କରିଥିଲେ । କେବଳ ୧୦ ରନ କରି ସେ ଦୀଲସାନ୍‌ ମଧୁଶଙ୍କାଙ୍କ ଦ୍ବିତୀୟ ଶିକାର ପାଲଟିଥିଲେ । ଏହାପରେ ଦଳର ଅନ୍ୟମତ ଓପନର ଅବ୍‌ଦୁଲ୍ଲା ସେଫିକ୍‌ ଓ ମହମ୍ମଦ ରିଜ୍‌ୱାନ ଦଳକୁ କଠିନ ପରିସ୍ଥିତିରୁ ମୁକୁଳାଇଥିଲେ । ଉଭୟ ଶତକୀୟ ପାଳି ଖେଳି ଦଳକୁ ବିଜୟ ଦ୍ବାରରେ ପହଞ୍ଚାଇଥିଲେ । ସେଫିକ୍‌ ୧୦୩ ବଲରୁ ୧୦ ଚୌକା ଓ ୩ ଛକା ବଳରେ ୧୧୩ ରନର ମହତ୍ବପୂର୍ଣ୍ଣ ପାଳି ଖେଳି ଆଉଟ୍‌ ହେବାପରେ ରିଜ୍‌ୱାନ କିନ୍ତୁ ନିଜ ତରଫରୁ ଆକ୍ରମଣ ଜାରି ରଖିଥିଲେ । ସେ ୧୨୧ ବଲରୁ ୮ ଚୌକା ଓ ୩ ଛକା ବଳରେ ଅପରାଜିତ ୧୩୧ ରନ୍‌ର ଧୂଆଁଧାର ପାଳି ଖେଳି ନିଜ ଦଳକୁ ବିଜୟୀ କରାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସାଉଦ୍‌ ସକିଲ ୩୦ ଓ ଇଫ୍‌ତିଖାର ଅହମ୍ମଦ ଅପରାଜିତ ୨୨ ରନ୍‌ର ପାଳି ଖେଳିଥିଲେ ।

ଶ୍ରୀଲଙ୍କା ବୋଲିଂ: ସେପଟେ ଶ୍ରୀଲଙ୍କା ପକ୍ଷରୁ ଦୀଲସାନ୍‌ ମଧୁଶଙ୍କା କେବଳ 2ଟି ୱିକେଟ୍‌ ନେବାରେ ସକ୍ଷମ ହୋଇଥିଲେ । ମହୀଶ ତୀକ୍ଷାଣା ଓ ମଥୀଶା ପାଥିରାନା ଗୋଟିଏ ଲେଖାଏଁ ୱିକେଟ୍‌ ନେଇଥିଲେ । ତେବେ ପାଥିରାନା ୯ ଓଭରରୁ ୯୦ ରନ ବ୍ୟୟ କରି ଦଳ ପାଇଁ ସବୁଠାରୁ ମହଙ୍ଗା ସାବ୍ୟସ୍ତ ହୋଇଥିଲେ । ଫଳରେ ଦଳକୁ ବିଶ୍ବକପ୍‌ ୨୦୨୩ରେ କ୍ରମାଗତ ଦ୍ବିତୀୟ ପରାଜୟ ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 10, 2023, 10:58 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.