ETV Bharat / sports

Cricket World Cup 2023: ନ୍ୟୁଜିଲାଣ୍ଡକୁ ୱିଲିୟମସନ୍‌ ଝଟ୍‌କା, ଆହତ କାରଣରୁ ପଡ଼ିଲେ ବାଦ୍‌

author img

By ETV Bharat Odisha Team

Published : Oct 14, 2023, 5:06 PM IST

ଆଇପିଏଲ୍‌ ୨୦୨୩ରେ ଆହତ ହୋଇ ଦୀର୍ଘଦିନର ବ୍ୟବଧାନ ପରେ ବାଂଲାଦେଶ ବିପକ୍ଷ ବିଶ୍ବକପ୍‌ ୨୦୨୩ ମ୍ୟାଚ୍‌ରେ ଦଳକୁ ଫେରିଥିଲେ ନ୍ୟୁଜିଲାଣ୍ଡ ଅଧିନାୟକ କେନ୍‌ ୱିଲିୟମସନ୍‌ । ହେଲେ ଏହି ମ୍ୟାଚ୍‌ରେ ପୁଣିଥରେ ଆହତ କାରଣରୁ ସେ ଦଳରୁ ବାଦ ପଡ଼ିଛନ୍ତି । ତାଙ୍କ ବଦଳରେ ଟମ୍‌ ବ୍ଲଣ୍ଡେଲଙ୍କୁ ଦଳୀୟ ସ୍କାଡ୍‌ରେ ସାମିଲ କରାଯାଇଛି । ଅଧିକ ପଢ଼ନ୍ତୁ

ନ୍ୟୁଜିଲାଣ୍ଡକୁ ୱିଲିୟମସନ୍‌ ଝଟ୍‌କା
ନ୍ୟୁଜିଲାଣ୍ଡକୁ ୱିଲିୟମସନ୍‌ ଝଟ୍‌କା

ହାଇଦ୍ରାବାଦ: ବିଶ୍ବକପ୍‌ ୨୦୨୩ରେ ଏବେ ପର୍ଯ୍ୟନ୍ତ ନ୍ୟୁଜିଲାଣ୍ଡ କ୍ରିକେଟ୍‌ ଟିମ୍‌ ଏହାର ଚମତ୍କାର ପ୍ରଦର୍ଶନ ଜାରି ରଖିଛି । ପ୍ରଥମରୁ କ୍ରମାଗତ ୩ଟି ମ୍ୟାଚ୍‌ ଜିତି ବିଶ୍ବକପ୍‌ରେ ଏପର୍ଯ୍ୟନ୍ତ ଅପରାଜିତ ରହିଛି ବିଗତ ସଂସ୍କରଣର ଉପବିଜେତା । ୬ ପଏଣ୍ଟ ସହ ପଏଣ୍ଟ୍ସ ଟେବୁଲ୍‌ର ଶୀର୍ଷରେ ରହିଛି କିୱି ଦଳ । ହେଲେ ଏହାରି ଭିତରେ ଦଳକୁ ଏକ ବଡ଼ ଝଟ୍‌କା ଲାଗିଛି । ଆହତ କାରଣରୁ ପ୍ରଥମ ଦୁଇଟି ମ୍ୟାଚ୍‌ ଖେଳି ପାରିନଥିବା ଦଳର ଅଧିନାୟକ କେନ୍‌ ୱିଲିୟମସନ୍‌ ଶୁକ୍ରବାର ବାଂଲାଦେଶ ବିପକ୍ଷରେ ପୁଣିଥରେ ଆହତ ହୋଇଛନ୍ତି । ଫଳରେ ସେ ବର୍ତ୍ତମାନ ପାଇଁ ବିଶ୍ବକପ୍‌ରୁ ବାହାର ହୋଇଛନ୍ତି । ତାଙ୍କ ବଦଳରେ ଟମ୍ ବ୍ଲଣ୍ଡେଲଙ୍କୁ ଦଳରେ ସ୍ଥାନ ଦିଆଯାଇଛି ।

ଆଇପିଏଲ୍‌ରେ ଆହତ ହୋଇ ଖେଳରୁ ଦୂରରେ ଥିଲେ: ଆଇପିଏଲ୍‌ ୨୦୨୩ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ ପାଇଁ ଖେଳୁଥିଲେ କେନ୍‌ ୱିଲିୟମସନ୍‌ । ହେଲେ ଆଇପିଏଲ୍‌ ୨୦୨୩ ସଂସ୍କରଣ ପୂର୍ବରୁ ୱିଲିୟମସନ୍‌ଙ୍କୁ ରିଲିଜ୍‌ କରିଥିଲା ଏସ୍‌ଆର୍‌ଏଚ୍‌ । ଏହାପରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଗୁଜରାଟ ଟାଇଟନ୍ସ ୱିଲିୟମସନ୍‌ଙ୍କୁ ନିଜ ଦଳରେ ସାମିଲ କରିଥିଲା । ହେଲେ ଏହି ସଂସ୍କରଣର ପ୍ରାରମ୍ଭିକ ପର୍ଯ୍ୟାୟରେ ଚେନ୍ନାଇ ସୁପରକିଙ୍ଗ୍ସ ବିପକ୍ଷ ମ୍ୟାଚ୍‌ରେ ତାଙ୍କ ଆଣ୍ଠୁରେ ଗଭୀର ଆଘାତ ଲାଗିଥିଲା । ଏହାର ସର୍ଜରୀ ମଧ୍ୟ ହୋଇଥିଲା । ଏହାପର ଠାରୁ ସେ ଖେଳରୁ ଦୂରେଇ ରହିଥିଲେ । ଏପରିକି ବିଶ୍ବକପ୍‌ ୨୦୨୩ରେ ନିଜ ଦଳର ପ୍ରଥମ ଦୁଇଟି ମ୍ୟାଚ୍‌ ମଧ୍ୟ ଖେଳିପାରିନଥିଲେ ୱିଲିୟମସନ୍‌ । ଦୀର୍ଘ ଦିନର ବ୍ୟବଧାନ ପରେ ସେ ବାଂଲାଦେଶ ବିପକ୍ଷ ମ୍ୟାଚ୍‌ରେ ଦଳକୁ ଫେରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: ୱିଲିୟମସନ୍‌-ଡେରାଇଲ୍‌ ମିଚେଲଙ୍କ ମ୍ୟାଚ୍‌ ବିଜୟୀ ପାଳି, ୮ ୱିକେଟ୍‌ରେ ଜିତିଲା ନ୍ୟୁଜିଲାଣ୍ଡ

ବାଂଲାଦେଶ ବିପକ୍ଷରେ ପୁଣି ଆହତ ହେଲେ ୱିଲିୟମସନ୍‌: ଶୁକ୍ରବାର ବାଂଲାଦେଶ ବିପକ୍ଷ ମ୍ୟାଚ୍‌ରେ ଦଳକୁ କମ୍‌ବ୍ୟାକ୍‌ କରିଥିଲେ ୱିଲିୟମସନ୍‌ । ଏହି ମ୍ୟାଚ୍‌ରେ ସେ ଦଳ ପାଇଁ ଉପଯୋଗୀ ବ୍ୟାଟିଂ ମଧ୍ୟ କରିଥିଲେ । ବେଶ ସତର୍କତାର ସହ ବ୍ୟାଟିଂ କରି କେନ୍‌ ୧୦୭ ବଲରୁ ୮ ଚୌକା ଓ ଗୋଟିଏ ଛକା ବଳରେ ୭୮ ରନ ସଂଗ୍ରହ କରିଥିଲେ । ହେଲେ ଏହି ସମୟରେ ବାଂଲାଦେଶ ଫିଲ୍ଡରଙ୍କ ଏକ ଥ୍ରୋ ତାଙ୍କ ଅଙ୍ଗୁଳିରେ ଆସି ବାଜିଥିଲା । ତଥାପି ଯଦିଓ ସେ ବ୍ୟାଟିଂ କରିଥିଲେ, ହେଲେ ଯନ୍ତ୍ରଣା ଅଧିକ ହେବାରୁ ସେ ରିର୍ଟାର୍ଡ ହଟ୍‌ ହୋଇ ପାଭିଲିୟନ ଫେରିଯାଇଥିଲେ ।

ୱିଲିୟମସନ୍‌ଙ୍କ ସ୍ଥାନ ନେବେ ଟମ୍‌ ବ୍ଲଣ୍ଡେଲ: ଏହାର ଦିନକ ପରେ, ଅର୍ଥାତ ଶନିବାର ନ୍ୟୁଜିଲାଣ୍ଡ କ୍ରିକେଟ ବୋର୍ଡ ପକ୍ଷରୁ ଏକ ପ୍ରେସ ବିବୃତି ଜାରି କରି ୱିଲୟମସନଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ସୂଚନା ଦିଆଯାଇଛି । ଏଥିରେ କୁହାଯାଇଛି, "କେନ ୱିଲିୟମସନଙ୍କ ବାମ ହାତର ବୁଢ଼ା ଅଙ୍ଗୁଳିରେ ଗଭୀର ଆଘାତ ଲାଗିଥିବା ଏକ୍ସ-ରେରୁ ସ୍ପଷ୍ଟ ହୋଇଛି । ସେ ବିଶ୍ବକପ୍‌ ୨୦୨୩ ପାଇଁ ନ୍ୟୁଜିଲାଣ୍ଡ ସ୍କ୍ବାଡରେ ରହିବେ । କିନ୍ତୁ ସେ ଗ୍ରୁପ ପର୍ଯ୍ୟାୟର ଅଧିକାଂଶ ମ୍ୟାଚ୍‌ ଖେଳି ନପାରନ୍ତି । ସେ ଆସନ୍ତା ମାସରେ ଫିଟ୍‌ ହୋଇଯିବାର ସମ୍ଭାବନା ରହିଛି । ତେଣୁ ଟୁର୍ଣ୍ଣାମେଣ୍ଟର ଶେଷ ଭାଗରେ ସେ ଖେଳିପାରନ୍ତି । ଏବେ ଟମ୍‌ ବ୍ଲଣ୍ଡେଲ ବିଶ୍ବକପ୍‌ ୨୦୨୩ ପାଇଁ ଦଳୀୟ ସ୍କ୍ବାଡରେ ସାମିଲ ହେବାକୁ ଭାରତ ଆସିବେ ।"

ଏହା ମଧ୍ୟ ପଢ଼ନ୍ତୁ...World cup 2023:10 ମ୍ୟାଚ ପରେ କଣ ରହିଛି ପଏଣ୍ଟ ଟେବୁଲ ସ୍ଥିତି, ଜାଣନ୍ତୁ ରନ ଓ ୱିକେଟ ହାସଲରେ କିଏ ଆଗରେ

କମାଣ ସମ୍ଭାଳିବେ ଟମ୍‌ ଲାଥମ: ୱିଲିୟମସନ ଦଳ ପାଇଁ ଜଣେ ଭାଗ୍ୟଶାଳୀ ଅଧିନାୟକ ସାବ୍ୟସ୍ତ ହୋଇଛନ୍ତି । କାରଣ ତାଙ୍କ ନେତୃତ୍ବରେ ନ୍ୟୁଜିଲାଣ୍ଡ ଦୁଇ ଦୁଇଥର ବିଶ୍ବକପ୍‌ ସେମିଫାଇନାଲରେ ପ୍ରବେଶ କରିଛି । ଏପରିକି ବିଶ୍ବକପ୍‌ ୨୦୧୯ରେ ସେ ଦଳକୁ ଫାଇନାଲରେ ମଧ୍ୟ ପହଞ୍ଚାଇଥିଲେ । ତେବେଲ ତାଙ୍କର ଅନୁପସ୍ଥିତିରେ ଟମ୍‌ ଲାଥମ ଦଳର କମାଣ ସମ୍ଭାଳିବେ । ସେ ୱିଲିୟମସନ ଆସିବା ପୂର୍ବରୁ ୨ଟି ମ୍ୟାଚ୍‌ର ନେତୃତ୍ବ ନେଇଥିଲେ । ଇଂଲଣ୍ଡ ବିପକ୍ଷ ବିଶ୍ବକପ୍‌ ୨୦୨୩ର ଉଦ୍‌ଘାଟନୀ ମ୍ୟାଚ୍‌ ସମେତ ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ରେ ମଧ୍ୟ ନ୍ୟୁଜିଲାଣ୍ଡକୁ ବଡ଼ ବିଜୟ ଦେଇଥିଲେ ଅଧିନାୟକ ଲାଥମ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.