ETV Bharat / sports

Cricket World cup 2023: ବାଂଲାଦେଶ ବିପକ୍ଷ ମ୍ୟାଚ ଖେଳିବେ କେନ ୱିଲୟାମସନ, ୨ଟି ମ୍ୟାଚରୁ ପଡିଥିଲେ ବାଦ୍‌ - ICC game against Bangladesh

ଦଳକୁ ଫେରିଲେ ନ୍ୟୁଜିଲାଣ୍ଡ ସ୍କିପର କେନ ୱିଲୟାମସନ । କେନଙ୍କ ନେତୃତ୍ବରେ ବାଂଲାଦେଶ ବିପକ୍ଷରେ ମୈଦାନକୁ ଓହ୍ଲାଇବ ନ୍ୟୁଜିଲାଣ୍ଡ ଟିମ । ଅଧିକ ପଢନ୍ତୁ

Kane Williamson
Kane Williamson
author img

By ETV Bharat Odisha Team

Published : Oct 12, 2023, 3:30 PM IST

Updated : Oct 12, 2023, 4:44 PM IST

ଚେନ୍ନାଇ: ଜାରି ରହିଛି ଆଇସିସି ବିଶ୍ବକପ ୨୦୨୩ । ଏହାରି ମଧ୍ୟରେ ନ୍ୟୁଜିଲାଣ୍ଡ ଦଳ ଓ ଏହାର ପ୍ରଶଂସକ ପାଇଁ ଆସୁଛି ଖୁସି ଖବର । ମୈଦାନକୁ ଫେରିବେ ନ୍ୟୁଜିଲାଣ୍ଡ ସ୍କିପର ତଥା ଅଧିନାୟକ କେନ ୱିଲୟାମସନ । ଆଇସିସି ବିଶ୍ବକପ ୨୦୨୩ର ପ୍ରଥମ ୨ଟି ମ୍ୟାଚ୍‌ରୁ ସେ ବାଦ ପଡ଼ିଥିବା ବେଳେ ଏବେ ଦଳକୁ ଫେରିଛନ୍ତି । ଆସନ୍ତାକାଲି (ଶୁକ୍ରବାର) ଚେପକ୍‌ ଷ୍ଟାଡିୟମରେ ଖେଳାଯିବାକୁ ଥିବା ବାଂଲାଦେଶ ବିପକ୍ଷ ମ୍ୟାଚ ଖେଳିବେ ୱିଲୟାମସନ ।

ୱିଲୟାମସନ ଆହତ ହୋଇଥିବା ଯୋଗୁଁ ପ୍ରଥମ ୨ଟି ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍‌ରୁ ବାଦ ପଡ଼ିଥିଲେ । ନ୍ୟୁଜିଲାଣ୍ଡ ବିଶ୍ବକପ୍‌ର ପ୍ରଥମ ଓ ଦ୍ବିତୀୟ ମ୍ୟାଚ୍‌ ଡିଫେଣ୍ଡିଂ ଚମ୍ପିୟାନ ଇଂଲଣ୍ଡ ଓ ନେଦରଲ୍ୟାଣ୍ଡ ବିପକ୍ଷରେ ଖେଳିଥିଲା । ୱିଲୟାମସନ ଇଞ୍ଜୁରୀ ଯୋଗୁଁ ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରୁ ବାଦ ପଡନ୍ତି ବୋଲି ଚର୍ଚ୍ଚା ହେଉଥିଲା । ୱିଲୟାମସନଙ୍କ ସ୍ଥାନରେ ଟମ ଲାଥମ ଟିମକୁ ପ୍ରତିନିଧିତ୍ବ କରିଥିଲେ । ବାଂଲାଦେଶ ବିପକ୍ଷ ମ୍ୟାଚ ପୂର୍ବରୁ ପ୍ରେସ କନଫରେନ୍ସରେ ଯୋଗ ଦେଇ ୱିଲୟାମସନ କହିଛନ୍ତି, "ବିଶ୍ବକପ ସ୍କାଡକୁ ଫେରିବା ପରେ ମୁଁ ଉତ୍ସାହିତ । ଆସନ୍ତାକାଲି ମ୍ୟାଚରେ ମଧ୍ୟ ସାଉଦି ଖେଳିପାରିବେ ନାହିଁ । ସେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି । ଆଗ ଅପେକ୍ଷା ତାଙ୍କ ସ୍ବାସ୍ଥ୍ୟବସ୍ଥା ସୁଧୁରିଛି । "

ଏହା ବି ପଢନ୍ତୁ- Cricket World Cup 2023: ଅହମ୍ମଦାବାଦରେ ପହଞ୍ଚିଲେ ଗିଲ, ପାକିସ୍ତାନ ବିପକ୍ଷ ମ୍ୟାଚ୍‌ ଖେଳିବେ ?

ଅଧିନାୟକ କେନ ୱିଲୟାମସନଙ୍କ ପରି ଦଳର ସିନିଅର ପେସର ସାଉଦି ମଧ୍ୟ ପ୍ରଥମ ୨ଟି ମ୍ୟାଚ ଖେଳିନଥିଲେ । ତେବେ ଉଭୟ ଅଭିଜ୍ଞ ଖେଳାଳି ଏବେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଦଳକୁ ଫେରିବେ ବୋଲି ନ୍ୟୁଜିଲାଣ୍ଡ କୋଚ୍‌ ଗ୍ୟାରି ଷ୍ଟେଡ ସୂଚନା ଦେଇଥିଲେ। ତେବେ ସଦ୍ୟ ସୂଚନା ଅନୁସାରେ ବାଲାଂଦେଶ ବିପକ୍ଷ ମ୍ୟାଚରେ ମଧ୍ୟ ସାଉଦି ଖେଳିପାରିବେ ନାହିଁ । ଅଧିନାୟକ ୱିଲୟାସନ ଆଣ୍ଠୁଗତ ସମସ୍ୟା ରହିଥିବା ବେଳେ ସାଉଦିଙ୍କର ଡାହାଣ ହାତର ବୁଢା ଆଙ୍ଗୁଠିର ହାଡ଼ ଭାଙ୍ଗିଯାଇଥିଲା । ତେବେ ଉଭୟଙ୍କ ସର୍ଜରୀ କରାଯାଇଥିଲା । ଅଧିନାୟକ ଅସ୍ତ୍ରୋପଚରା ପରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଦଳକୁ ଫେରିଥିବା ବେଳେ ସାଉଦିଙ୍କୁ ସୁସ୍ଥ ହେବା ଲାଗି ଆଉ କିଛି ଦିନ ଲାଗିବ ।

ସୂଚନା ଥାଉ କି ଗତ ମ୍ୟାଚରେ ନେଦରଲ୍ୟାଣ୍ଡକୁ ପରାସ୍ତ କରିଥିଲା ନ୍ୟୁଜିଲାଣ୍ଡ । ତେବେ ଆସନ୍ତାକାଲି ମ୍ୟାଚରେ ନ୍ୟୁଜିଲାଣ୍ଡ ନିଜର ବିଜୟ ଧାରା ବଜାୟ ରଖିବାକୁ ଉଦ୍ୟମ କରିବ । ସେପଟେ ଡିଫେଣ୍ଡିଂ ଚମ୍ପିୟାନ ଇଂଲଣ୍ଡଠାରୁ ପରାଜୟ ବରଣ କରିଥିବା ବାଂଲାଦେଶ ଗତ ମ୍ୟାଚକୁ ଭୁଲି ନ୍ୟୁଜିଲାଣ୍ଡକୁ ପରାସ୍ତ କରିବାକୁ ଉଦ୍ୟମ କରିବ । ତେବେ ଗତ ୨୦୧୯ ବିଶ୍ବକପ ସମୟରେ ମଧ୍ୟ ନ୍ୟୁଜିଲାଣ୍ଡକୁ ପ୍ରତିନିଧିତ୍ବ କରିଥିଲେ ୱିଲୟାମସନ । ବିଗତ ମ୍ୟାଚ୍‌ର ଅଭିଜ୍ଞତା ସହିତ ସେ ଟିମକୁ ଫାଇନାଲ ପର୍ଯ୍ୟନ୍ତ ନେବା ଲାଗି ଉଦ୍ୟମ ଜାରି ରଖିବେ ।

ଗତ ବିଶ୍ବକପରେ ନ୍ୟୁଜିଲାଣ୍ଡ ରନର୍ସ ଅପ ହୋଇଥିଲା । ସେପଟେ ୱିଲୟାମସନ ଏଯାବତ ୧୬୧ଟି ODI ମ୍ୟାଚ୍‌ ଖେଳି ୬୫୫୪ ରନ୍‌ ସଂଗ୍ରହ କରିଛନ୍ତି । ଏହାସହ ସେ ODI ମ୍ୟାଚରେ ୧୩ଟି ଶତକ ଓ ୪୨ଟି ଅର୍ଦ୍ଧଶତକ ହାସଲ କରିଛନ୍ତି । ସେ ୨୦୧୦ ଅଗଷ୍ଟରେ ଭାରତ ବିପକ୍ଷରେ ଶ୍ରୀଲଙ୍କା ଡାମବୁଲାଠାରେ ନିଜର ଡେବ୍ୟୁ ମ୍ୟାଚ୍‌ ଖେଳିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 12, 2023, 4:44 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.