ETV Bharat / sports

Cricket World Cup 2023: ୫ ୱିକେଟ୍‌ରେ ଅଷ୍ଟ୍ରେଲିଆର ପ୍ରଥମ ବିଜୟ, ଶ୍ରୀଲଙ୍କାର ପରାଜୟଧାରା ଜାରି - ଅଷ୍ଟ୍ରେଲିଆ ବନାମ ଶ୍ରୀଲଙ୍କା

ଶ୍ରୀଲଙ୍କାକୁ ୫ ୱିକେଟ୍‌ରେ ହରାଇ ବିଶ୍ବକପ୍‌ ୨୦୨୩ରେ ପ୍ରଥମ ବିଜୟ ହାସଲ କରିଛି ଅଷ୍ଟ୍ରେଲିଆ । ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ଦମଦାର ଆରମ୍ଭ କରିଥିଲେ ମଧ୍ୟ ବ୍ୟାଟିଂ ବିପର୍ଯ୍ୟୟ କାରଣରୁ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲା । କେବଳ ୨୧୦ ଟାର୍ଗେଟ ନେଇ ପଡ଼ିଆକୁ ଓହ୍ଲାଇଥିବା କଙ୍ଗାରୁ ଦଳ ୫ ୱିକେଟ୍‌ରେ ଏହି ବିଜୟ ହାସଲ କରିଛି । ଅଧିକ ପଢ଼ନ୍ତୁ

Australia wins by 5 wickets
୫ ୱିକେଟ୍‌ରେ ଅଷ୍ଟ୍ରେଲିଆର ପ୍ରଥମ ବିଜୟ
author img

By ETV Bharat Odisha Team

Published : Oct 16, 2023, 10:15 PM IST

ଲକ୍ଷ୍ନୌ: ବିଶ୍ବକପ୍‌ ୨୦୨୩ରେ ପ୍ରଥମ ବିଜୟ ହାସଲ କରିଛି ଅଷ୍ଟ୍ରେଲିଆ । ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ମିଚେଲ ମାର୍ଶ ଓ ଜୋଶ ଇଂଲିଶଙ୍କ ଅର୍ଦ୍ଧଶତକୀୟ ପାଳି ବଳରେ ଦଳ ଚଳିତ ସଂସ୍କରଣର ପ୍ରଥମ ବିଜୟର ସ୍ବାଦ ଚାଖିଛି । ଏହି ମ୍ୟାଚ୍‌ର ପ୍ରଥମ ପାଳିରେ ଦମଦାର ଆରମ୍ଭ ସତ୍ତ୍ବେ ବଡ଼ ସ୍କୋର କରିବାକୁ ସକ୍ଷମ ହୋଇନଥିଲା ଶ୍ରୀଲଙ୍କା । ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ବେଶ ଚମତ୍କାର ଆରମ୍ଭ କରିଥିଲେ ମଧ୍ୟ ଦଳୀୟ ପାଳିକୁ ବଡ଼ ସ୍କୋର ପର୍ଯ୍ୟନ୍ତ ପହଞ୍ଚାଇ ପାରିନଥିଲେ ଶ୍ରୀଲଙ୍କା ବ୍ୟାଟର । ଏଥିରେ ପ୍ରଥମେ ୧୨୫ ରନ ପର୍ଯ୍ୟନ୍ତ କୌଣସି ୱିକେଟ ହରାଇ ନଥିଲେ ମଧ୍ୟ କେବଳ ୨୦୯ରେ ଅଲ୍‌ଆଉଟ୍‌ ହୋଇଥିଲା ଶ୍ରୀଲଙ୍କା । ଜବାବରେ ୫ ୱିକେଟ୍‌ ବିନିମୟରେ ଟାର୍ଗେଟ ହାସଲ କରିନେଇଛି କଙ୍ଗାରୁ ଦଳ । ୪ ୱିକେଟ୍‌ ସଫଳତା ହାତେଇଥିବା ଆଦାମ ଜାମ୍ପା ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି ।

ଶ୍ରୀଲଙ୍କା ବ୍ୟାଟିଂ: ଏହି ମ୍ୟାଚ୍‌ରେ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ଶ୍ରୀଲଙ୍କା । ଦଳର ଦୁଇ ଓପନର ପଥୁମ ନିଶଙ୍କା ଓ କୁଶଲ ପରେରା ଆରମ୍ଭରୁ ଲଢୁଆ ବ୍ୟାଟିଂ କରି ଦଳକୁ ଏକ ଭଲ ଆରମ୍ଭ ଦେଇଥିଲେ । ପ୍ରଥମ ୱିକେଟ୍‌ ପାଇଁ ଦଳୀୟ ଖାତାରେ ସେ ୧୨୫ ରନ ଯୋଡ଼ିଥିଲେ । ଲାଗୁଥିଲା ଶ୍ରୀଲଙ୍କା ଏକ ବଡ଼ ସ୍କୋର କରିବ । ହେଲେ ୬୭ ବଲରୁ ୬୧ ରନ କରିଥିବା ପଥୁମ ନିଶଙ୍କା ପ୍ରଥମେ ନିଜ ୱିକେଟ୍‌ ହରାଇଥିଲେ । ପରେରା ମଧ୍ୟ ୭୮ ରନ କରି ଆଉଟ୍‌ ହୋଇଥିଲେ । ଏହାପରେ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । କେବଳ ଅସଲଙ୍କା (୨୫)ଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ବ୍ୟାଟର ଦୁଇ ଅଙ୍କ ଛୁଇଁପାରିନଥିଲେ । ଫଳରେ ବଡ଼ ସ୍କୋର ଲକ୍ଷ୍ୟରେ ଆରମ୍ଭ କରିଥିବା ଦଳ ମାତ୍ର ୨୦୯ ରନରେ ଅଲ୍‌ଆଉଟ୍‌ ହୋଇଯାଇଥିଲା ।

ଅଷ୍ଟ୍ରେଲିଆ ବୋଲିଂ: ଅଷ୍ଟ୍ରେଲିଆ ପକ୍ଷରୁ ଆଦାମ ଜାମ୍ପା ବେଶ ପ୍ରଭାବୀ ପ୍ରଦର୍ଶନ କରିଥିଲେ । ସେ ଦଳ ପାଇଁ ୮ ଓଭରରେ ୪୭ ରନ ବ୍ୟୟ କରି ସର୍ବାଧିକ ୪ଟି ୱିକେଟ ନେଇଥିଲେ । ଅଧିନାୟକ ପ୍ୟାଟ୍‌ କମିନ୍ସ ଓ ମିଚେଲ ଷ୍ଟାର୍କ ୨ଟି ଲେଖାଏଁ ୱିକେଟ ନେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଦଳର ଷ୍ଟାର ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସୱେଲ୍‌ଙ୍କୁ ଗୋଟିଏ ସଫଳତା ମିଳିଥିଲା ।

ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: ଦମଦାର ଆରମ୍ଭ ସତ୍ତ୍ବେ ୨୦୯ରେ ଅଟକିଲା ଶ୍ରୀଲଙ୍କା, ଅଷ୍ଟ୍ରେଲିଆକୁ ଟାର୍ଗେଟ ୨୧୦

ଅଷ୍ଟ୍ରେଲିଆ ବ୍ୟାଟିଂ: ଚଳିତ ବିଶ୍ବକପ୍‌ରେ କ୍ରମାଗତ ପରାଜୟ ପରେ ପ୍ରଥମ ବିଜୟ ପାଇଁ ଅଷ୍ଟ୍ରେଲିଆ ଆଗରେ କେବଳ ୨୧୦ ରନର ଆବଶ୍ୟକତା ରହିଥିଲା । ହେଲେ ଚତୁର୍ଥ ଓଭରର ପ୍ରଥମ ବଲ୍‌ରେ ହିଁ କେବଳ ୧୧ ରନ କରି ଡେଭିଡ୍‌ ୱାର୍ଣ୍ଣର ଆଉଟ୍‌ ହୋଇଯାଇଥିଲେ । ସେହି ଓଭରର ଶେଷ ବଲରେ ଖାତା ଖୋଲିବା ପୂର୍ବରୁ ଷ୍ଟିଭ୍‌ ସ୍ମିଥ୍‌ ଆଉଟ ହୋଇଯାଇଥିଲେ । ଏହାପରେ ଅନ୍ୟତମ ଓପନର ମିଚେଲ ମାର୍ଶଙ୍କ ସହ ଦଳୀୟ ସ୍କୋରବୋର୍ଡକୁ ଗତି ଦେଇଥିଲେ ମାର୍ନସ ଲାବୁସାନେ । ମାର୍ଶ ୫୧ ବଲରୁ ୯ ଚକୌ ବଳରେ ୫୨ ରନ ଅର୍ଦ୍ଧଶତକୀୟ ପାଳି ଖେଳି ଆଉଟ୍‌ ହୋଇଥିଲେ । ଲାବୁସାନେ ୬୦ ବଲରୁ ୪୦ ରନର ଗୁରୁତ୍ବପୂର୍ଣ୍ଣ ପାଳି ଖେଳି ଆଉଟ୍‌ ହୋଇଥିଲେ । ଏହାପରେ ଜୋଶ ଇଂଲିଶ ମଧ୍ୟ ୫୯ ବଲରୁ ୫୮ ରନର ଉପଯୋଗୀ ପାଳି ଖେଳି ଆଉଟ୍‌ ହୋଇଥିଲେ । ଶେଷରେ ଗ୍ଲେନ ମାକ୍ୱେଲ ଓ ମାର୍କସ ଷ୍ଟୋଇନିସ ଯଥାକ୍ରମେ ୩୧ ଓ ୨୦ ରନର ଅପରାଜିତ ପାଳି ଖେଳି ଦଳକୁ ପ୍ରଥମ ବିଜୟ ଦେଇଥିଲେ ।

ଶ୍ରୀଲଙ୍କା ବ୍ୟାଟିଂ: ଶ୍ରୀଲଙ୍କା ପକ୍ଷରୁ ଦୀଲସାନ୍‌ ମଧୁଶଙ୍କା ଆରମ୍ଭରୁ ନିଜ ବୋଲିଂରେ କଙ୍ଗାରୁ ବ୍ୟାଟରଙ୍କ ହାତ ବାନ୍ଧି ରଖିଥିଲେ । ସେ ୯ ଓଭରରୁ ୩୮ ରନ ବ୍ୟୟ କରି ଦଳ ପାଇଁ ସର୍ବାଧିକ ୩ଟି ୱିକେଟ ନେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ କେବଳ ଦୁନିଥ ୱେଲ୍ଲାଲାଗେଙ୍କୁ ଗୋଟିଏ ସଫଳତା ମିଳିଥିଲା । ଅନ୍ୟ କୌଣସି ବୋଲର ପ୍ରଭାବୀ ପ୍ରଦର୍ଶନ ଦେଇନପାରିବାରୁ ଦଳ ପରାଜୟଧାରାରେ ପଡ଼ି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.