ETV Bharat / sports

Cricket World Cup 2023: ଲମ୍ବା ଛକା ପରେ ଅମ୍ପାୟାର ପଚାରିଲେ ବ୍ୟାଟରେ କିଛି ଯାଦୁ ଅଛି କି ? ଏମିତି ଉତ୍ତର ଦେଲେ ହିଟ୍‌ମ୍ୟାନ୍‌

author img

By ETV Bharat Odisha Team

Published : Oct 15, 2023, 9:13 PM IST

ବିଶ୍ବକପ୍‌ ୨୦୨୩ରେ ଶନିବାର ଖେଳାଯାଇଥିବା ମ୍ୟାଚ୍‌ରେ ପାକିସ୍ତାନକୁ ୭ ୱିକେଟ୍‌ରେ ହରାଇଥିଲା ଭାରତ । ଏହି ମ୍ୟାଚ୍‌ରେ ଭାରତ ବିଜୟରେ ପ୍ରମୁଖ ଭୂମିକା ତୁଲାଇଥିଲେ ଭାରତୀୟ ଅଧିନାୟକ ରୋହିତ ଶର୍ମା । ପାକିସ୍ତାନୀ ବୋଲରଙ୍କୁ ରୋହିତ ଲମ୍ବା ଛକା ମାରିବା ପରେ ଅମ୍ପାୟାର ପଚାରିଲେ ବ୍ୟାଟରେ କିଛି ଯାଦୁ ଅଛି କି ? ଜାଣନ୍ତୁ କଣ ଉତ୍ତର ଦେଲେ ରୋହିତ

ଅମ୍ପାୟାର ପଚାରିଲେ ବ୍ୟାଟରେ କିଛି ଯାଦୁ ଅଛି କି ? ଏମିତି କହିଲେ ରୋହିତ

ଅହମ୍ମଦାବାଦ: କ୍ରିକେଟ୍‌ ବିଶ୍ବକପ୍‌ର ୧୩ତମ ସଂସ୍କରଣରେ ପାକିସ୍ତାନ ତାର ତୃତୀୟ ମ୍ୟାଚ୍‌ରେ ମାଟି କାମୁଡିଛି । ଶନିବାର ଆଇସିସି କ୍ରିକେଟ ବିଶ୍ବକପରେ ଖେଳାଯାଇଥିବା ୧୨ତମ ଲିଗ ମ୍ୟାଚ୍‌ରେ ଭାରତ ପାକିସ୍ତାନକୁ ୭ ୱିକେଟରେ ପରାସ୍ତ କରି ଦମଦାର ବିଜୟ ହାସଲ କରିଛି । ଭାରତୀୟ ଅଧିନାୟକ ରୋହିତ ଶର୍ମା ଭାରତ ବିଜୟରେ ପ୍ରମୁଖ ଭୂମିକା ତୁଲାଇଥିଲେ । ସେ ଆରମ୍ଭରୁ ପାକ୍‌ ବୋଲରଙ୍କୁ ଆକ୍ରାମକ ଅନ୍ଦାଜ୍‌ରେ ଖେଳି ୬୩ ବଲରୁ ୮୬ ରନର ବିସ୍ଫୋରକ ଇନିଂସ ଖେଳି ଦଳକୁ ବିଜୟ ଦ୍ବାରରେ ପହଞ୍ଚାଇଥିଲେ । ଏହି ମ୍ୟାଚ୍‌ରେ କିଛି ମଜାଦାର ଦୃଶ୍ୟ ଦେଖିବାକୁ ମିଳିଥିଲା । ମ୍ୟାଚ୍‌ ମଝିରେ ଅମ୍ପାୟାରଙ୍କୁ ରୋହିତ ନିଜ ବାହୁ ଦେଖାଇ ହସୁଥିବା ଦେଖିବାକୁ ମିଳିଥିଲା । ତେବେ ଏଠାରେ କଣ ଘଟିଥିଲା, ସେନେଇ ପରେ ଖୁଲାସା କରିଛନ୍ତି ରୋହିତ ।

ବିଶ୍ବକପ୍‌ ୨୦୨୩ରେ ଶନିବାର ଖେଳାଯାଇଥିବା ମ୍ୟାଚ୍‌ରେ ପାକିସ୍ତାନକୁ ୭ ୱିକେଟ୍‌ରେ ହରାଇ ପଏଣ୍ଟ୍ସ ଟେବୁଲରେ ଶୀର୍ଷକୁ ଉନ୍ନୀତ ହୋଇଛି ଟିମ୍‌ ଇଣ୍ଡିଆ । ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଭାରତୀୟ ଘାତକ ବୋଲିଂ ଆଟାକ୍‌କୁ ସାମ୍ନା କରିନପାରି କେବଳ ୧୯୧ ରନ୍‌ରେ ଅଲ୍‌ଆଉଟ୍‌ ହୋଇଥିଲା ପାକିସ୍ତାନ ଦଳ । ଜବାବରେ ଭାରତ କେବଳ ୩ ୱିକେଟ୍‌ ହରାଇ ଏହି ବିଜୟ ଲକ୍ଷ୍ୟକୁ ଅତି ସହଜରେ ହାସଲ କରିନେଇଥିଲା । ତେବେ ଭାରତର ଏହି ସହଜ ବିଜୟରେ ପ୍ରମୁଖ ଭୂମିକା ତୁଲାଇଥିଲେ ଅଧିନାୟକ ରୋହିତ ଶର୍ମା । ସେ ଏହି ମ୍ୟାଚ୍‌ରେ ୮୬ ରନର ବିସ୍ଫୋରକ ପାଳି ଖେଳିଥିଲେ । ଆରମ୍ଭରୁ ପାକିସ୍ତାନ ବୋଲରଙ୍କୁ ଆକ୍ରମଣ କରିଥିଲେ ରୋହିତ । ଏପରିକି ପାକିସ୍ତାନର ପ୍ରମୁଖ ବୋଲର ଶାହୀନ ଆଫ୍ରିଦିଙ୍କୁ ମଧ୍ୟ ଚୌକାରେ ସ୍ବାଗତ କରିଥିଲେ । ତାଙ୍କ ପ୍ରଥମ ବଲ୍‌କୁ ସୀମାରେଖା ବାହାରକୁ ପଠାଇ ଭାରତର ଖାତା ଖୋଲିଥିଲେ ହିଟ୍‌ମ୍ୟାନ୍‌ ।

ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: ଦିନିକିଆରେ ୩୦୦ ଛକା, ବିରାଟ ରେକର୍ଡ ଭାଙ୍ଗିଲେ ରୋହିତ

ଏହି ଦର୍ଶନୀୟ ପାଳିରେ ରୋହିତ ୬ଟି ଛକା ଓ ୬ଟି ଚୌକା ମାରିଥିଲେ । କେବଳ ୩୬ ବଲ୍‌ରୁ ୩ ଚୌକା ଓ ୪ ଛକା ବଳରେ ସେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ । ଏହି ମ୍ୟାଚ୍‌ରେ ଦିନିକିଆ କ୍ରିକେଟ୍‌‌ରେ ୩୦୦ ଛକା ମଧ୍ୟ ପୂରଣ କରିଛନ୍ତି ରୋହିତ । ବିଶ୍ବର ତୃତୀୟ ବ୍ୟାଟର ଭାବେ ସେ ଏହି ମାଇଲ ଖୁଣ୍ଟ ଛୁଇଁଛନ୍ତି । ତେବେ ରୋହିତ ବ୍ୟାଟିଂ କରୁଥିବା ସମୟରେ ଏକ ମଜାଦାର ଦୃଶ୍ୟ ଦେଖିବାକୁ ମିଳିଥିଲା ।

ରୋହିତ ଶର୍ମା ପାକିସ୍ତାନୀ ବୋଲରଙ୍କ ବିପକ୍ଷରେ ଏତେ ସହଜରେ ରନ ସ୍କୋର କରୁଥିବା ଦେଖି ଅମ୍ପାୟାର ରୋହିତଙ୍କୁ ପଚାରିଥିଲେ, "ତୁମେ ଏତେ ସହଜରେ ଏତେ ଲମ୍ବା ଛକା କିପରି ମାରୁଛ ? ତୁମ ବ୍ୟାଟରେ କୌଣସି ଯାଦୁ ଅଛି କି ? ଏହା ପରେ ଭାରତୀୟ ଅଧିନାୟକ ଅମ୍ପାୟାରଙ୍କୁ ଉତ୍ତର ଦେଇଥିଲେ ଯେ ଏହା ପଛର କାରଣ ବ୍ୟାଟ୍ ନୁହେଁ, ମୋର ଶକ୍ତି ଯୋଗୁଁ ମୁଁ ଛକା ମାରିଥିଲି । ଏହାପରେ ଉଭୟ ଅମ୍ପାୟାର ଓ ରୋହିତ ଶର୍ମା ହସିବାକୁ ଲାଗିଥିଲେ । ଏହି ସମୟର ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ବେଶ ଭାଇରାଲ ହେଉଛି । ଏହାକୁ ପ୍ରଶଂସକମାନେ ମଧ୍ୟ ବେଶ ପସନ୍ଦ କରୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.